Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍‌ ଖସିବା ପ୍ରସଙ୍ଗ: ପାଣିରେ ପଡ଼ିଲା ୨୦୦ କୋଟି
    ରାଜ୍ୟ

    ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍‌ ଖସିବା ପ୍ରସଙ୍ଗ: ପାଣିରେ ପଡ଼ିଲା ୨୦୦ କୋଟି

    NewsLaxmi7By NewsLaxmi7May 6, 2023Updated:May 6, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର, (କେଶବ ପାଣି): ୨୦୧୬ରେ ଯେଉଁ ଉତ୍କଳ ବିଶ୍ବବିଦ୍ୟାଳୟ ‘ଏ+’ ଗ୍ରେଡ୍‌ ପାଇଥିଲା, ୭ ବର୍ଷ ଭିତରେ ଏମିତି କ’ଣ ଅବନତି ହେଲା ଯେ ନାକ୍‌ ପ୍ରତିନିଧି ଦଳ ଗ୍ରେଡ୍‌ ବଦଳାଇଦେଲେ? ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ପୂର୍ବତନ କୁଳପତିମାନେ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗତ ୭ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି, ଶିକ୍ଷାଦାନ, ଗବେଷଣା ଲାଗି ହାତ ଖୋଲା ଅର୍ଥ ଅଜାଡ଼ିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇବା ପରେ ରୁସା-୨, ବିଶ୍ବବ୍ୟାଙ୍କ ପରି ସଂସ୍ଥାରୁ ବିଶ୍ବବିଦ୍ୟାଳୟକୁ ପାଖାପାଖି ୧୪୦ କୋଟି ଟଙ୍କା ମିଳିଛି। ଯେଉଁଥିରେ ଅଧ-ଡଜନ୍‌ରୁ ଅଧିକ କୋଠା ଛିଡ଼ା ହୋଇଛି। ନୂତନ ପ୍ରଶାସନିକ ଭବନ, ଇ-ଲାଇବ୍ରେରି, ଏକାଧିକ ହଷ୍ଟେଲ, ଗବେଷଣା ବିଲ୍‌ଡିଂ ବି ହୋଇଛି। ଅଧ୍ୟାପକଙ୍କ ଦକ୍ଷତା ବିକାଶ ଲାଗି ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୩୦ରୁ ଅଧିକ ସ୍ମାର୍ଟ କ୍ଲାସରୁମ୍‌ ନିର୍ମାଣ ହୋଇଛି। ଏଇ ୭ ବର୍ଷ ଭିତରେ ପାଖାପାଖି ୨୦୦ କୋଟି ଟଙ୍କାର ଭିତ୍ତିଭୂମି ବିକାଶ ହୋଇଥିଲେ ମଧ୍ୟ କ’ଣ ପାଇଁ ଗ୍ରେଡ୍‌ କମିଲା, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି।

    ୭ବର୍ଷରେ ଖର୍ଚ୍ଚ କରିଥିଲେ, ୩୭ ପଏଣ୍ଟ ହରାଇଲେ
    ରୁସା-୨ ଓ ବିଶ୍ବବ୍ୟାଙ୍କରୁ ମିଳିଛି ୧୪୦କୋଟି
    ରାଜ୍ୟ ସରକାର ମଧ୍ୟ ଅଜାଡ଼ି ଦେଇଛନ୍ତି ଅର୍ଥ

    ଜଣେ ପୂର୍ବତନ କୁଳପତି କହିଛନ୍ତି ଯେ ନାକ୍‌ ଟିମ୍‌ କ୍ୟାମ୍ପସରେ ବଡ଼ ବଡ଼ ବିଲଡିଂ ଦେଖେ ନାହିଁ, ବରଂ ଭିତ୍ତିଭୂମି ସହ ପାଠପଢ଼ା ଓ ଗବେଷଣାକୁ ଗୁରୁତ୍ବ ଦେଇଥାଏ। ‌ଗରିବ ପିଲାଙ୍କୁ ଏଠାରେ କେଉଁ ସବୁ ସୁବିଧା ମିଳୁଛି କି ନାହିଁ। ଆଲୁମିନି କିଭଳି ରହିଛି। କ୍ରୀଡ଼ା ଭିତ୍ତିଭୂମି, ଗବେଷଣା, ଛାତ୍ର ସଂସଦ ନିର୍ବାଚନ ଆଦି ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥାଏ। ଆଲୁମିନି ଦୃଷ୍ଟିରୁ ଉତ୍କଳ ବିଶ୍ବବିଦ୍ୟାଳୟ ସମୃଦ୍ଧ, ଯେଉଁଥିପାଇଁ ୨୦୧୬ରେ ‘ଏ+’ ଗ୍ରେଡ୍‌ ମିଳିଥିଲା। ଏଥର କ’ଣ ପାଇଁ ପଛରେ ପଡ଼ିଲା, ତାହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଅବଶ୍ୟ ସେତେବେଳେ ଯେଉଁ ସ୍କୋର୍‌ ପାଇଥିଲା, ତାହା ଏବେର ‘ଏ++’ ସହ ସମାନ। କାରଣ ବର୍ତ୍ତମାନର ନିୟମ ଅନୁଯାୟୀ ୩.୫୧ରୁ ୪.୦୦ ମଧ୍ୟରେ ସ୍କୋର୍‌ ରହିଲେ ‘ଏ++’ ବୋଲି ଦର୍ଶାଯାଉଛି। ୨୦୧୬ରେ ୩.୫୩ ସ୍କୋର ମିଳିଥିଲା। ହଠାତ୍‌ ଏତେ ତଳକୁ ଖସିଥିବା ଆଦୌ ଗ୍ରହଣୀୟ ନୁହେଁ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହାତରେ ପୁଣିଥରେ ଅପିଲ୍‌ କରିବା ଲାଗି ସୁଯୋଗ ରହିଛି। ସେମାନେ ଚାହିଲେ ଆବଶ୍ୟକ ସମସ୍ତ ତଥ୍ୟ, ପ୍ରମାଣ ସହ ଆବେଦନ କରି ନିଜର ଯୁକ୍ତି ଉପସ୍ଥାପନ କରିପାରିବେ।

    representetional immage -utkaluniversity.ac.in

    ବିଶ୍ବବିଦ୍ୟାଳୟ ପାଖରେ ଅର୍ଥର କୌଣସି ଅଭାବ ନାହିଁ। ଭୂ-ତତ୍ତ୍ବ ବିଭାଗର ବିକାଶ ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି)କୁ ଆର୍ଥିକ ସହାୟତା ମଗାଯିବା ପରେ ୨୦୨୨ ମେ’ରେ ତତ୍‌କାଳୀନ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ପାଖରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି, ଯେଉଁଥିରେ ଭିତ୍ତିଭୂମି ଉନ୍ନତି କରାଯାଇପାରିବ।

    ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓଏମ୍‌ସି କିମ୍ବା ଅନ୍ୟ କୌଣସି ସଂସ୍ଥା ନିକଟରେ ଅର୍ଥିକ ସହାୟତା ଲାଗି ହାତ ପତାଇବା ଠିକ୍‌ ନୁହେଁ। ଉକ୍ତ ଚିଠିରୁ ହିଁ ଜଣାପଡ଼ିଥିଲା ଯେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ପ୍ରଚୁର ଅର୍ଥ ରହିଛି। ତା’ସତ୍ତ୍ବେ ବି କେଉଁ କାରଣ ଲାଗି କ୍ୟାମ୍ପସରେ ସୀମିତ ପରାମର୍ଶଧର୍ମୀ କାର୍ଯ୍ୟକ୍ରମ ହେଉଛି, ସେନେଇ ପ୍ରଶ୍ନ ଉଠିଛି।

    ନାକ୍‌ ପ୍ରତିନିଧି ଦଳ ବିଶ୍ବବିଦ୍ୟାଳୟ ଦୁର୍ବଳତାରେ ଦର୍ଶାଇଛନ୍ତି ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧତାର ଅଭାବ ପରିଲକ୍ଷିତ ହେଉଛି। ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ସଂଯୋଗ ବହୁ ସୀମିତ ପରିଧି ମଧ୍ୟରେ ରହିଛି। ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ସହ ବହୁତ କମ୍‌ ରାଜିନାମା ସ୍ବାକ୍ଷରିତ ହୋଇଛି। ଯଦି କର୍ତ୍ତୃପକ୍ଷ ଚାହିଥା’‌ନ୍ତେ, ଏହି ସମୟ ମଧ୍ୟରେ ଅଧିକ ବିଦେଶୀ ବିଶ୍ବବିଦ୍ୟାଳୟ ସହ ରାଜିନାମା କରିବା ସହ ଶିଳ୍ପ ସଂଯୋଗ ବି ବଢ଼ାଇ ପାରିଥା’ନ୍ତେ। ମାତ୍ର ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ପରେ ତତ୍କାଳୀନ କୁଳପତି ସେତେଟା ଗୁରୁତ୍ବ ଦେଇ ନଥିଲେ। ‌ରୁସା-୧ ଓ ରୁସା-୨‌ରେ ବିଶ୍ବବିଦ୍ୟାଳୟକୁ ପ୍ରଚୁର ଟଙ୍କା ଆସିଥିଲା। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ବି ଟଙ୍କା ମୁଣି ଖୋଲି ଦେଇଥିଲେ। ଯେଉଁଥିରେ ମାଳମାଳ କୋଠା ଛିଡ଼ା ହେଲା ସିନା, ମାତ୍ର କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।

    ନାକ୍‌ ଟିମ୍‌ ଆସିବାର କିଛି ମାସ ପୂର୍ବରୁ ବର୍ତ୍ତମାନର କୁଳପତିଙ୍କ ସମୟରେ ତାହାକୁ କାର୍ଯ୍ୟକ୍ଷମ କରାଯାଇଛି। ଦୁଇରୁ ତିନି ବର୍ଷ ପିଏଚ୍‌ଡି ବନ୍ଦ ରହିଥିଲା, ଯାହାକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏମିତିକି ଲଗାତାର ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ହେଉ ନଥିବାରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ହିଁ ନାହାନ୍ତି। ୨୦୨୨-୨୩ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟରେ କୌଣସି ନୂତନ ପାଠ୍ୟକ୍ରମ ଖୋଲି ନ ଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗତ ବିଧାନସଭା ଅଧିବେଶନ ସମୟରେ ସୂଚନା ଦେଇଥିଲେ। ବିଦେଶୀ ଛାତ୍ରଛାତ୍ରୀ ଆଦୌ ନ ଥିବା ବି କୁହାଯାଇଛି। ଯେଉଁଥିପାଇଁ ଏବେ ନାକ୍‌ରେ ଗ୍ରେଡ୍‌ ହରାଇବାକୁ ପଡ଼ିଲା ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଦଙ୍ଗାକାରୀଙ୍କ ଘର ଉପରେ ସରକାର ବୁଲଡୋଜର ଚଢ଼ାଇ ପାରିବ କି : ବିଜେପି
    Next Article ଖଣି ଦୁର୍ନୀତିର ପର୍ଦାଫାସ: ୨୦୦ କୋଟିର କଳାପଥର ଲୁଟ୍
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ରିୟଲ ହିରୋଙ୍କ ଆଉ ଏକ ମହାନତା: ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କଲେ ସୋନୁ ସୁଦ୍

    February 20, 2021

    ୭ ବର୍ଷ ପରେ ବି କାଞ୍ଚିନଦୀ ପୋଲ ଅଧାଗଢ଼ା

    May 12, 2023

    ୱାଲର୍ଡ ହେଲଥ୍ ଡେ’: ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ପାଞ୍ଚଟି ଲାଲ୍ ଜିନିଷ

    April 7, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.