Subscribe to Updates

    Get the latest creative news from FooBar about art, design and business.

    What's Hot

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    Facebook X (Twitter) Instagram
    Trending
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ଜାତୀୟ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ- ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି:ଏଡିଆର୍
    ଦେଶ ବିଦେଶ

    ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ଜାତୀୟ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ- ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି:ଏଡିଆର୍

    NewsLaxmi7By NewsLaxmi7July 13, 2023Updated:July 13, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ସାତୋଟି ଜାତୀୟ ରାଜନୈତିକ ଦଳକୁ ଚାନ୍ଦା ପରିମାଣ ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନିର୍ବାଚନୀ ୱାଚ୍‌ଡଗ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍‌) ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି। ଏହି ସମୟ ମଧ୍ୟରେ ଏହି ଦଳଗୁଡ଼ିକୁ କର୍ପୋରେଟ୍ ଚାନ୍ଦା କେବଳ ୪୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜୁଲାଇ ୧୧ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
    ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ପ୍ରାପ୍ତ ମୋଟ ଚାନ୍ଦାରେ ଇଲେକ୍ଟୋରାଲ୍ ବଣ୍ଡ୍‌ ଅଧାରୁ ଅଧିକ (୫୨%) ଯୋଗଦାନ ଦେଇଛି। ୨୦୧୮ରେ ନଗଦ ଦାନର ବିକଳ୍ପ ଭାବରେ ଇଲେକ୍ଟୋରାଲ୍ ବଣ୍ଡ୍‌ ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ବିଜେପି ମୋଟ ୫,୨୭୨ କୋଟି ଟଙ୍କା ପାଇଛି। ଏହି ସମୟ ମଧ୍ୟରେ କଂଗ୍ରେସ ଇଲେକ୍ଟୋରାଲ୍ ବଣ୍ଡ୍‌ ମାଧ୍ୟମରେ ମୋଟ ୯୫୨.୨ କୋଟି ଟଙ୍କା ପାଇଛି, ଯାହା ଏହା ପାଇଥିବା ମୋଟ ଚାନ୍ଦାର ୬୧.୫ ପ୍ରତିଶତ। ଅନ୍ୟ ଜାତୀୟ ଦଳମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ୭୬୭.୮ କୋଟି ଟଙ୍କା ପାଇଛି, ଯାହାକି ଏହା ପାଇଥିବା ଦାନର ୯୩.୨୭ ପ୍ରତିଶତ। ମୋଟ ଉପରେ, ସାତୋଟି ଜାତୀୟ ଦଳ ୨୦୧୮ରୁ ଇଲେକ୍ଟୋରାଲ୍ ବଣ୍ଡ୍‌ ମାଧ୍ୟମରେ ୭,୦୫୬ କୋଟି ଟଙ୍କା ଦାନ ଗ୍ରହଣ କରିଛନ୍ତି ବୋଲି ବିଶ୍ଳେଷଣରୁ ଜଣାପଡିଛି।

    ବ୍ୟକ୍ତିଗତ, କର୍ପୋରେଟ୍ ଏବଂ ନିର୍ବାଚନୀ ଟ୍ରଷ୍ଟ ଦ୍ୱାରା ରାଜନୈତିକ ଦଳଗୁଡିକୁ କରାଯାଉଥିବା ୨୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଦାନ ଇଲେକ୍ଟୋରାଲ୍ ବଣ୍ଡ୍‌ ମାଧ୍ୟମରେ କରାଯାଇଥାଏ। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଦ୍ୱାରା ବର୍ଷକୁ ଚାରିଥର (ଜାନୁଆରି, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର)ରେ ଏହି ବଣ୍ଡ୍ ବିକ୍ରି ହୁଏ। ଏହି ଇଲେକ୍ଟୋରାଲ୍ ବଣ୍ଡ୍‌ ରାଜନୈତିକ ଦଳଗୁଡ଼ିକୁ ଅଜ୍ଞାତ ଦାତାମାନଙ୍କଠାରୁ ଦାନ ଗ୍ରହଣ କରିବାକୁ ଅନୁମତି ଦେଇଥାଏ।

    ଏହି ଯୋଜନାର ପ୍ରଥମ ବର୍ଷ ୨୦୧୭-୧୮ରେ, ସାତଟି ରାଜନୈତିକ ଦଳ ଇଲେକ୍ଟୋରାଲ୍ ବଣ୍ଡ୍‌ ଜରିଆରେ ୨୧୫ କୋଟି ଟଙ୍କା ମୂଲ୍ୟର ଚାନ୍ଦା ପାଇଥିଲେ। ଅଧ୍ୟୟନ ହୋଇଥିବା ଅବଧିରେ, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ପରିମାଣ ୧,୮୧୨ କୋଟି ଟଙ୍କାକୁ ଅର୍ଥାତ୍ ୭୪୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏଡିଆର୍ ରିପୋର୍ଟ ପ୍ରକାଶ କରିଛି। ଏହି ସମୟ ମଧ୍ୟରେ ଏହି ଦଳମାନଙ୍କୁ କର୍ପୋରେଟ୍ ଚାନ୍ଦା ୪୨୨ କୋଟିରୁ ୬୨୫.୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ୪୮ ପ୍ରତିଶତ ବୃଦ୍ଧି।

    Share. Facebook Twitter LinkedIn WhatsApp Email
    Previous Articleଗତ ବନ୍ୟାରୁ କିଛି ଶିଖିଲେନି, ପୁଣି ବୁଡ଼ିବ ଟିକରପଡ଼ା!
    Next Article ନବ ଦାସ ହତ୍ୟା ମାମଲାର ଶୁଣାଣି: ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ
    NewsLaxmi7
    • Website

    Related Posts

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ନୂଆଦିଲ୍ଲୀ/ଭୁବନେଶ୍ୱର: ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରତିଭା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ। ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ…

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଭୟ, ସଙ୍କଟ ଓ ଶତ୍ରୁଠାରୁ ମୁକ୍ତି ପାଇବାକୁ କରନ୍ତୁ ଭଗବାନ ଭୈରବଙ୍କ ପୂଜା: ଭକ୍ତଙ୍କୁ ୮ଟି ଦିଗରୁ ରକ୍ଷା କରିଥାନ୍ତି ଭୈରବ

    January 25, 2021

    କମିଲା ସଂକ୍ରମଣ : ୧୨ ତାରିଖରୁ ଭୁବନେଶ୍ୱରରେ ଖୋଲିବ ମନ୍ଦିର, ମସ୍‌ଜିଦ୍, ଗୀର୍ଜା, ଗୁରୁଦ୍ୱାର…

    February 8, 2022

    ଓଟ ପାଇଁ ପୋଷାକ

    November 30, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.