ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆସନ୍ତାକାଲିଠାରୁ ରାଜ୍ୟରେ ଶିଶୁମାନଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବ: ସ୍ୱାସ୍ଥ୍ୟ ନିର୍ଦେଶକଆସନ୍ତାକାଲିଠାରୁ ରାଜ୍ୟରେ ଶିଶୁମାନଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁସିର ବିଷୟ ଯେ ଆଜି ଆମ ଦେଶରେ ଶହେ କୋଟି ଟିକାକରଣ ଟପିଛି। ଆମ ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ଲକ୍ଷ ଟିକାକରଣ ହେଇଛି। ଓଡ଼ିଶାରେ ୨୨ ଲକ୍ଷରୁ ଟିକା ଆହୁରି ମହଜୁଦ ଅଛି। ୨୪ ଲକ୍ଷ ଲୋକ ଏବେ ବି ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି।

ଏଣେ ଆସନ୍ତାକାଲିଠାରୁ ଶିଶୁମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମୋଡରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆମ ରାଜ୍ୟରେ କୋଟିଏ ଚାଳିଶି ଲକ୍ଷ ୨ ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି। ଆମେ ପ୍ରସ୍ତୁତ ଅଛୁ, ଯେକୌଣସି ମୁହୂର୍ତ୍ତରେ ଅନୁମତି ମିଳିଲେ, କେନ୍ଦ୍ରରୁ ଆଉ ଟିକା ଆସିଲେ, ଆମେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରିବୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ