ବିନିକା ୨୪।୨୨ : ଉଲୁଣ୍ଡା ଥାନା ସମ୍ମୁଖରେ ବ୍ୟବସାୟୀ ସଂଘ ପକ୍ଷରୁ ଧାରଣା । ସୋନପୁର ଜିଲ୍ଲା ଉଲୁଣ୍ଜା ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରି ଘଟଣା ବଢିବାର ପ୍ରତିବାଦ କରି ଧାରଣା । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ପୋଲିସ ।
ଖବର ଅନୁଯାୟୀ, ଉଲୁଣ୍ଡା ସଦର ମହକୁମାରେ ବାରମ୍ବାରରେ ଚୋରି କାମ ବଢିଚାଲିଛି । ଏପରିକି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗୁରୁବାର ଦିନ ଉଲୁଣ୍ଡା ସଦର ମହକୁମାରେ ୧୨ ଘଣ୍ଟିଆ ଦୋକାନ, ବଜାର ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି । ଏହିକ୍ରମରେ ଥାନା ସମ୍ମୁଖରେ ବସି ଧାରଣା ଦେଇଛନ୍ତି ଉଲୁଣ୍ଡା ବ୍ୟବସାୟିକ ସଂଘ । ସଂଘର ସଭ୍ୟମାନେ ଥାନା ଆଗରେ ଧାରଣା ବସିଛନ୍ତି । ଉଳୁଣ୍ଡାରେ ଦୋକାନରୁ ସଟର ଭାଙ୍ଗି ଚୋରି ହେଉଛି । ଚୋରି ରୋକିବାରେ ପୋଲିସ ବିଫଳ ହେଉଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛି ।