Subscribe to Updates

    Get the latest creative news from FooBar about art, design and business.

    What's Hot

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023
    Facebook X (Twitter) Instagram
    Trending
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଆଜି ରାଇପାହାଡ଼ ଫଇସଲା: ଦୁଇ ରାଜ୍ୟ ଅଧିକାରୀ କରିବେ ଆଲୋଚନା
    ରାଜ୍ୟ

    ଆଜି ରାଇପାହାଡ଼ ଫଇସଲା: ଦୁଇ ରାଜ୍ୟ ଅଧିକାରୀ କରିବେ ଆଲୋଚନା

    NewsLaxmi7By NewsLaxmi7July 12, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କୋରାପୁଟ: ନନ୍ଦପୁର ବ୍ଲକ୍‌ ରାଇପାହାଡ଼ ଗାଁରେ ଆନ୍ଧ୍ରର ଅନୁପ୍ରବେଶ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ଆଗଭର ହୋଇଛି। ତେଣୁ ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ସମାଧାନ ବୈଠକରେ ନିଷ୍କର୍ଷ ବାହାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ରାଇପାହାଡ଼ ଗାଁରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀ ଏକାଠି ବସିବେ। ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। କିନ୍ତୁ ଏହି ବୈଠକ ପାଇଁ ଆନ୍ଧ୍ର ଅଧିକାରୀଙ୍କ ଅସ୍ପଷ୍ଟ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଲାଣି।

    ଆସନ୍ତାକାଲି ସକାଳେ ଆନ୍ଧ୍ର ପକ୍ଷରୁ ପଡେରୁ ତହସିଲଦାର, ଡୁମ୍ବୁରିଗୁଡା ମଣ୍ଡଳ ଅଧିକାରୀ ଓ ଉପଜିଲ୍ଲାପାଳ ବୈଠକରେ ଯୋଗଦେବାକୁ ଓଡ଼ିଶା ପକ୍ଷରୁ ଚିଠି କରାଯାଇଛି। ସେହିପରି ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବିଡିଓ ସୁଜିତ କୁମାର ମିଶ୍ର, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରି, ଅମିନ ଶଙ୍କର ବାବୁ ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି। ବୈଠକରେ ବାଲଡ଼ା ବନାଞ୍ଚଳ ଅଧିକାରୀ ବାଦଲ ମହାନ୍ତିଙ୍କ ସହ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ରହିବେ। ଏଥିପାଇଁ ୭ଦିନ ପୂର୍ବରୁ ମୌଖିକ ଏବଂ ଲିଖିତ ଭାବେ ଆନ୍ଧ୍ର ପ୍ରଶାସନକୁ ଅବଗତ କରାଯାଥିଲା। ବୈଠକରେ ମୁଖ୍ୟତଃ ସୀମା ଚିହ୍ନଟ ଏବଂ ମାନଚିତ୍ରକୁ ଅନୁଧ୍ୟାନ କରାଯିବ। ଭୌଗଳିକ ଅବସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ଶୁଣିବାକୁ ମିଳିଛି।

    ଓଡ଼ିଶାର ସୀମାନ୍ତ ଗାଁରେ ଆନ୍ଧ୍ରର ଅନୁପ୍ରବେଶ ଓଡ଼ିଶା ପାଇଁ ଆଦୌ ନୂଆ ଘଟଣା କିମ୍ବା ନୂଆ ବିବାଦ ନୁହେଁ। ପୂର୍ବରୁ ପଟାଙ୍ଗି ବ୍ଲକ୍‌ର କୋଟିଆ ପଞ୍ଚାୟତରେ ହକ୍‌ ଜାହିର କରିଥିବା ବେଳେ ଆପୋସ ଆଲୋଚନାରେ ସମାଧାନର ରାସ୍ତା ବାହାରିନାହିଁ। ତେଣୁ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସେହିପରି ପଟାଙ୍ଗି ବ୍ଲକ୍‌ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଗାଁରେ ଜଙ୍ଗଲ ଜମିକୁ କେନ୍ଦ୍ର କରି ଦୁଇ ରାଜ୍ୟର ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଉତ୍ତେଜନା ବଢ଼ିବାରୁ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ହସ୍ତକ୍ଷେପ କରିଥିଲା। ତେଣୁ ଆନ୍ଧ୍ର ଅଧିକାରୀଙ୍କୁ ଡକାଇ ଦୁଇ ରାଜ୍ୟର ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ବିବାଦର ସମାଧାନ ବଦଳରେ ଅଧିକ ବଢ଼ି ଯାଇଥିଲା। ଆନ୍ଧ୍ର ଅଧିକାରୀ ମଧ୍ୟ ସ୍ଥାୟୀ ସମାଧାନ ଚାହୁନଥିବା ସେହି ବୈଠକରେ ସ୍ପଷ୍ଟ ହୋଇଥିଲା। ପୂର୍ବ ଘଟଣାକୁ ବିଶ୍ଳେଷଣ କରି ଏଥର ମଧ୍ୟ ଆନ୍ଧ୍ର ଦୋମୁହାଁ ନୀତି ଆପଣାଇବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବରଙ୍କ କହିବା ହେଲା, ଅନେକ ଦିନ ପୂର୍ବରୁ ଆସନ୍ତାକାଲିର ବୈଠକ ସଂପର୍କରେ ଆନ୍ଧ୍ରର ଆଲ୍ଲୁରୀ ସୀତରାମ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଆସନ୍ତକାଲି ସକାଳ ୧୧ଟାରେ ବୈଠକ ହେବ ବୋଲି ସୂଚନା ଦିଆଯାଇଛି। ସୀମା ଚିହ୍ନଟ କରି ଅବଶ୍ୟ ସମସ୍ୟାର ସମାଧାନ କରାଯିବ। କିନ୍ତୁ ବୈଠକକୁ ନେଇ ପାଡେରୁ ଏମ୍‌ଆରଓ ତ୍ରିନାଥ ରାଓ ରାଇଡ଼ୁ ଭିନ୍ନ କଥା କହିଛନ୍ତି। ବୈଠକ ଏବଂ ସୀମା ସଂପର୍କରେ ଆଲୋଚନା ନେଇ କୌଣସି ଚିଠି ମିଳିନାହିଁ। ଯଦି ଉପରୁ ନିର୍ଦ୍ଦେଶ ଆସିବ ତେବେ ନିଶ୍ଚିତ ଆଲୋଚନା କରିବୁ ବୋଲି ଜଣାଇଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଉତ୍ତର ଭାରତରେ ବନ୍ୟା ସ୍ଥିତି ଗମ୍ଭୀର: ଯମୁନା ଫୁଲୁଛି, ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର / ୨୩ ରାଜ୍ୟରେ ପ୍ରବଳ ବର୍ଷିବ
    Next Article ଜନ ଅଭିଯୋଗ ଶୁଣାଣି ମୋ ପାଇଁ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
    NewsLaxmi7
    • Website

    Related Posts

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ପାତ୍ରପୁର: ଉପସ୍ଥାନ କମ୍ କାରଣରୁ କିଛି ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ଓ ଶିକ୍ଷା ବିଭାଗ ବନ୍ଦ କରିଦେବା ପରେ ପିଲାମାନଙ୍କ…

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଚଳିତ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    July 12, 2022

    ଅଭିନେତା ମୋହନ ବାବୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା: ନିଜ ଘରେ ବେଆଇନ ହୋର୍ଡ଼ିଂ ଲଗାଇଥିବା ଅଭିଯୋଗ

    February 20, 2021

    ଚେତି ଚାତୁରୀ

    January 30, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.