Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଆଜି ମାତୃ ଦିବସ: ଜରାଶ୍ରମରେ ଲୁହ ଝରାଉଛି ମା’
    ରାଜ୍ୟ

    ଆଜି ମାତୃ ଦିବସ: ଜରାଶ୍ରମରେ ଲୁହ ଝରାଉଛି ମା’

    NewsLaxmi7By NewsLaxmi7May 14, 2023Updated:May 14, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର(‌ଦେବାଶିଷ ପଣ୍ଡା): ଦୁଇ ଦୁଇଟା ପୁଅ ଜନ୍ମ କରିବା ପରେ ରୁକ୍ମିଣୀଙ୍କ ଆଉ ବେଶି କିଛି ଚିନ୍ତା ନଥିଲା। ଯେତେ କଷ୍ଟ ପଡ଼ିଲେ ବି ପିଲା ଦୁହିଁଙ୍କୁ କାଖେଇ, କୋଳେଇ ମଣିଷ କରିବାରେ କେବେ କିଛି ଊଣା କରି ନଥିଲେ। ଅଭାବ, ଅସୁବିଧାର ରୂପ କେମିତି; କେବେ ସେମାନଙ୍କୁ ଅନୁଭବ କରାଇ ଦେଇନଥିଲେ। କିନ୍ତୁ ପରିଣତ ବୟସରେ ତାଙ୍କ ଉପରେ ଯେ ଏମିତି ଦୁଃଖର ବାଦଲ ଅଜାଡ଼ି ହୋଇପଡ଼ିବ, ସେ କଳ୍ପନା ସୁଦ୍ଧା କରି ନଥିଲେ। ଦୁଇ ଦୁଇଜଣ ଭେଣ୍ଡିଆ ପୁଅ ଥାଉଥାଉ ପରିଣତ ବୟସରେ ସେ ବୃଦ୍ଧାଶ୍ରମରେ ଦିନ କଟାଉଛନ୍ତି। ପୁଅ ଦୁହିଁଙ୍କ ଯେ ଆର୍ଥିକ ଅବସ୍ଥା ଖରାପ, ତା’ ନୁହେଁ। ବୋହୂ ସହ ବଡ଼ପୁଅ ବେଙ୍ଗାଲୁରୁରେ ଓ ସାନପୁଅ-ବୋହୂ ଗାଁରେ ରହୁଛନ୍ତି। କିନ୍ତୁ ୧୦ ମାସ ୧୦ ଦିନ ଗର୍ଭରେ ରଖିଥିବା ମା’କୁ ପାଖରେ ରଖିବାକୁ ଦୁହେଁ ନାରାଜ। ରୁକ୍ମିଣୀ ବି ତାଙ୍କଠାରୁ ଆଉ ବେଶି କିଛି ଆଶା ରଖିନାହାନ୍ତି କି ସେମାନଙ୍କୁ ମନେମନେ ଅଭିଶାପ ବି ଦେଇନାହାନ୍ତି।

    ଖାଲି ଗୋଟିଏ ଇଚ୍ଛା, ଶେଷ ସମୟ ବେଳେ ନାତି-ନାତୁଣୀଙ୍କ ମୁହଁ ଟିକେ ଦେଖିବେ। ପାଣ୍ଡରାସ୍ଥିତ ଉତ୍କଳମଣି ଗୋପବନ୍ଧୁ ବୃଦ୍ଧାଶ୍ରମରେ ରହୁଥିବା ରୁକ୍ମିଣୀ ଏଇ କେଇ ପଦ କଥା କହୁ କହୁ ତାଙ୍କ ଆଖିଲୁହ ବୋଲ ମାନି ନଥିଲା।
    ଜଗତ୍‌ସିଂହପୁର ଜିଲ୍ଲା ବାଲିପାଟଣା ଅଞ୍ଚଳର ରକ୍ମିଣୀ କୁଣ୍ଡୁଙ୍କୁ ବୟସ ୭୫ ଛୁଇଁଲାଣି। ଏ ପରିଣତ ବୟସରେ ବି ସେ ନିଜ ନିତ୍ୟକର୍ମ ନିଜେ କରୁଥିଲେ ହେଁ ବିଭିନ୍ନ ରୋଗ ତାଙ୍କୁ ମାଡ଼ି ବସିଛି। ଆଣ୍ଠୁଗଣ୍ଠି ଯନ୍ତ୍ରଣା ତାଙ୍କୁ ଅଥୟ କରୁଛି। ବୃଦ୍ଧାଶ୍ରମକୁ ଆସିବା ପୂର୍ବରୁ ବି ତାଙ୍କର ଏ ରୋଗ ଥିଲା। ସେତେବେ‌ଳେ ସେ ଗାଁରେ ସାନପୁଅ ପାଖରେ ରହୁଥିଲେ। କିନ୍ତୁ ତାଙ୍କୁ ଔଷଧ ଦେବା ତ ଦୂରର କଥା, ପୁଅ-ବୋହୂ ଖାଇବାକୁ ମୁଠେ ଦେବାରେ ବି ହେଳା କଲେ। ଦିନଦିନ ଧରି ଭୋକ ଉପାସରେ ପକାଇ ରଖିଲେ। ଭୋକ ଯନ୍ତ୍ରଣାଠୁ ଅବହେଳାର ଯନ୍ତ୍ରଣା ତାଙ୍କୁ ଭିତରୁ ଭିତରୁ ଦୁର୍ବଳ କରିଦେଲା। ତେଣୁ ସ୍ବାଭିମାନୀ ରୁକ୍ମିଣୀ ଦିନେ ଏକମୁହାଁ ହୋଇ ଭୁବନେଶ୍ବର ଚାଲି ଆସିଲେ। କିଛି ଦିନ ଏଠି ରାସ୍ତାକଡ଼ରେ ଆଶ୍ରା ନେବା ପରେ ଜଣେ ବାବୁ ତାଙ୍କୁ ଏଇ ଆଶ୍ରମର ଠିକଣା ଦେଇ ବାଟେଇ ଦେଇଥିଲେ। ଦୁଇ ମାସ ହେବ ସେ ଏଇଠି ଅଛନ୍ତି।

    ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ରୁକ୍ମିଣୀଙ୍କ ସଂସାର। ଝିଅ ଦୁଇଟିଙ୍କୁ ବାହା ଦେଇସାରିଛନ୍ତି। ସ୍ବାମୀ ୨୦ ବର୍ଷ ହେଲା ଆରପାରିକୁ ଚାଲି ଯାଇଛନ୍ତି। ଦୁଇ ପୁଅଙ୍କ ପାଖରେ ଶେଷ ଜୀବନ ଖୁସିରେ କଟାଇବା ପାଇଁ ମନରେ ଅନେକ ଆଶା ବାନ୍ଧିଥିଲେ। ହେଲେ ବଡ଼ପୁଅ-ବୋହୂ ବେଙ୍ଗାଲୁରୁ ଚାଲିଯିବା ପରେ ସେ ସାନପୁଅ-ବୋହୂଙ୍କ ପାଖରେ ରହୁଥିଲେ। କିନ୍ତୁ ସେମାନଙ୍କ ହତାଦର, ଅତ୍ୟାଚାରରେ ଅତିଷ୍ଠ ହୋଇ ରୁକ୍ମିଣୀଙ୍କୁ ବାଧ୍ୟ ହୋଇ ଘର ଛାଡ଼ିବାକୁ ପଡ଼ିଛି।

    କେବଳ ରୁକ୍ମିଣୀ ନୁହଁନ୍ତି, ଏହି ବୃଦ୍ଧା‌ଶ୍ରମରେ ରହୁଥିବା‌ ଅନ୍ୟ ଜଣେ ୮୦ ବର୍ଷୀୟ ଅନ୍ତେବାସୀ ମାଳି ଦାସଙ୍କର ମଧ୍ୟ ସମାନ ଅବସ୍ଥା। କାନକୁ ଶୁଭୁନି କି ଆଖିକୁ ଭଲ ଦେଖାଯାଉନି। ପୁଅ-ବୋହୂ ଘରୁ ତଡ଼ି ଦେବାରୁ ପୁରୀର ଏକ ଆଶ୍ରମରେ ଆଶ୍ରୟ ନେଇଥିଲେ। ସେ ଆଶ୍ରମ ବନ୍ଦ ହୋଇଯିବାରୁ ଏବେ ଏଠାରେ ମୁଣ୍ଡ ଗୁଞ୍ଜିଛନ୍ତି। ଜଗତସିଂହପୁର ଜିଲ୍ଲା ଯ‌ଶୋବନ୍ତପୁରର ମାଳି ଦାସଙ୍କ କହିବା କଥା, ସେ ୫ କେଜି ଚାଉଳ ଓ ୫ଶହ ଭତ୍ତା ଟଙ୍କ ପାଉଥିଲେ। ସେଇ ଟଙ୍କା ଓ ଚାଉଳ ପୁଅ-ବୋହୂ ନେଇ ଯାଉଥିଲେ। କିନ୍ତୁ ଖାଇବାକୁ ମୁଠେ ବି ଦେଉ ନଥିଲେ। ୟା ତା’ ଘର ବୁଲି ଖାଉଥିଲେ ବୋଲି କୋହଭରା କଣ୍ଠରେ କହିଛନ୍ତି। ବୃଦ୍ଧାଶ୍ରମର ପରିଚାଳକ ବିଚିତ୍ରାନନ୍ଦ ଖୁଣ୍ଟିଆଙ୍କ କହିବାନୁସାରେ, ଏଠି ୧୦ରୁ ଅଧିକ ବୃଦ୍ଧା ରହୁଛନ୍ତି। ସମସ୍ତେ ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଘର ଛାଡ଼ିଛନ୍ତି। ପିଲା-ଛୁଆଙ୍କୁ ଭାଳି ହୋଇ ଏମାନଙ୍କ ଆଖିଲୁହ ଆଖିରେ ଶୁଖିଯାଏ ସିନା, କିନ୍ତୁ କେବେ ତାଙ୍କ ପୁଅ-ବୋହୂ କି ଅନ୍ୟ ସଂପର୍କୀୟ ସେମାନଙ୍କୁ ଘରକୁ ଫେରାଇ ନେବାକୁ ଏଠାକୁ ଆସନ୍ତି ନାହିଁ। ଜଣେ ମା’ କିମ୍ବା ବାପା ପାଇଁ ୟା’ଠୁ ବଳି ଦୁଃଖ ଆଉ କ’ଣ ଥାଇପାରେ।

    Share. Facebook Twitter LinkedIn WhatsApp Email
    Previous Articleସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା!
    Next Article ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର : ପ୍ରକଳ୍ପ ପୂର୍ଣ୍ଣ ରୂପ ନେବା ପୂର୍ବରୁ ଉଜୁଡ଼ିଯିବାକୁ ବସିଲାଣି
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଭାରତକୁ ପୁଣି ଫେରିବ PUBG, ୟୁଜରଙ୍କ ପାଇଁ ରହିଛି ଖାସ୍‌ ଫିଚର

    November 12, 2020

    ବିଜେତା ‌ୱେଷ୍ଟଇଣ୍ଡିଜ୍‌ର ବିଦାୟ ଶ୍ରୀଲଙ୍କାର ସାନ୍ତ୍ବନା ବିଜୟ

    November 6, 2021

    ଧାଓ୍ୱନଙ୍କ ସହ ଟି୨୦ ସିରିଜରେ କିଏ କରିବେ ଓପନିଂ ? ଏହି ବ୍ୟାଟସମ୍ୟାନଙ୍କ ନାଁ ନେଲେ ଗାଭାସ୍କର, କହିଲେ…

    December 3, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.