Subscribe to Updates

    Get the latest creative news from FooBar about art, design and business.

    What's Hot

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023
    Facebook X (Twitter) Instagram
    Trending
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଆଜିଠୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର
    ରାଜ୍ୟ

    ଆଜିଠୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

    NewsLaxmi7By NewsLaxmi7July 24, 2023Updated:July 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିବ। କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ ସୁଯୋଗ ପାଇପାରିବେ। ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍‌ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖି ଧାଡ଼ିରେ ପ୍ରବେଶ କରିବେ।

    ADVERTISEMENT

    javascript:false

    javascript:false

    javascript:false

    Ads by

    ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବି ହୋଇ ଆସୁଥିଲା। ଗତ ୨୧ ତାରିଖରେ ପ୍ରଶାସନ ଏଥିପାଇଁ ଛତିଶାନିଯୋଗ ବୈଠକ ଡାକିଥିଲେ। ବୈଠକରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଢ଼ାଯାଇ ଏ ସମ୍ପର୍କରେ ଆଲୋଚନା କରି ନିଷ୍କର୍ଷ ବାହାର କରିବା ପାଇଁ କୁହାଯାଇଥିଲା। ରବିବାର ଦିନ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅପରାହ୍‌ଣରେ କମିଟିର ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା। ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡାକ୍ତର କନୱର ବିଶାଳ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସବ୍‌ କମିଟିର ସଦସ୍ୟମାନେ ପଶ୍ଚିମ ଦ୍ବାର ଓ ଅନ୍ୟ ଦ୍ବାର ବୁଲି ସ୍ଥିତି ପରଖିଥିଲେ। ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପଶ୍ଚିମ ଦ୍ବାର ବାଟେ ପ୍ରବେଶ କରିବେ ସେନେଇ ଆଲୋଚନା କରିଥିଲେ।

    atlasobscura.com

    ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି, ପଶ୍ଚିମ ଦ୍ବାର ଦେଇ କେବଳ ପୁରୀ ସହର ତଥା ସ୍ଥାନୀୟ ବାସିନ୍ଦାମାନେ ପ୍ରବେଶ କରିପାରିବେ। ଯେକୌଣସି ବାସିନ୍ଦା ପରିଚୟପତ୍ର ଦେଖାଇ ସେମାନେ ପ୍ରବେଶ କରିପାରିବେ। ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହାର ପ୍ରଦକ୍ଷଣ ମାର୍ଗର କାମ ଶେଷ ହୋଇଛି। ମାତ୍ର ଭିତର ପ୍ରଦକ୍ଷଣ କାର୍ଯ୍ୟ ଏବେ ମଧ୍ୟ ଚାଲିଛି। ଏହା ଐତିହ୍ୟ କରିଡରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ହୋଇଥିବାରୁ ଅନ୍ୟ ଦୁଇ ଦ୍ବାର ଖୋଲିବା ସମ୍ପର୍କରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ତେବେ ପଶ୍ଚିମ ଦ୍ବାର ନିକଟରେ ସେଲଟର ପାଭିଲିୟନ କାମ ସରିଥିବାରୁ ଦର୍ଶନ କରିବାରେ ସ୍ଥାନୀୟ ବାସିନ୍ଦାମାନେ ବିଶେଷ ସମସ୍ୟା ହେବ ନାହିଁ। ତେବେ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଥମେ ଏଥିପାଇଁ ସୁଯୋଗ ଦିଆଯିବ। ପରବର୍ତ୍ତୀ ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାବାସୀଙ୍କ ପ୍ରବେଶ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

    ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ରବିବାର ଦିନ ଜିଲ୍ଲାପାଳଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ଅନ୍ତତଃ ଆଉ ଗୋଟିଏ ଦ୍ବାର ବାଟେ ତୁରନ୍ତ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଅନୁମତିଦେବାକୁ ଦାବି କରିଥିଲେ। ଯଦି ଏନେଇ ତ୍ବରିତ ନିଷ୍ପତ୍ତି ନିଆନଯାଏ, ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ବସି ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ବୋଲି କହିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପରିଚାଳନା କମିଟି ସଦସ୍ୟ ହୋଇ ପୁରୀବାସୀଙ୍କ ଭାବାବେଗକୁ ଉପସ୍ଥାପିତ କରିନପାରିବା ଯନ୍ତ୍ରଣା ଦେଇଥିଲା। ପ୍ରଶାସନ ପଶ୍ଚିମ ଦ୍ବାର ଖୋଲିବା ନିଷ୍ପତ୍ତି ନେବା ପରେ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ଆଉ ବସିବେ ନାହିଁ ବୋଲି କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସର ୩ କୋଟିରୁ ଅଧିକ ଟଙ୍କା ହେରଫେର୍!
    Next Article କୋଟିଆରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା: ଆନ୍ଧ୍ର ସ୍କୁଲରେ ୩ଦିନ, ଓଡ଼ିଶାରେ ୩ଦିନ
    NewsLaxmi7
    • Website

    Related Posts

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ରାଉରକେଲା: ଉଦିତନଗର ଥାନା ଏଏସ୍‌ଆଇ ଆଲିସ୍‌ ନାରମି ଲୁଗୁନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ…

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଅଧିକ ଟିକା ଦେବାକୁ ଅନୁରୋଧ

    April 17, 2021

    ଓସ୍କାର୍ ପାଇଁ ଚୟନ ହେଲା ମାଲାୟଲମ୍ ଫିଲ୍ମ ‘ଜାଲିକାଟୁ’

    November 26, 2020

    ଦେଶରେ କରୋନା କାୟା : ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ୧୯୯ ଜଣଙ୍କ ମୃତ୍ୟୁ

    March 23, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.