କଳା ଓ ସଂସ୍କୃତି ଧର୍ମ

ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କୁ ହେବ ଲାଭ, ମଳିବ ଶୁଭ ସମାଚାର

ନୂଆଦିଲ୍ଲୀ ୧୨/୦୮ : ଆଗାମୀ ୧୪ ଦିନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି । ଏହି ରାଶି ଉପରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବୁଧ ଦେବଙ୍କ ବିଶେଷ କୃପା ଦୃଷ୍ଟି ରହିବ । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଦେବଙ୍କୁ ବୁଦ୍ଧି, ଯୁକ୍ତି, ଯୋଗାଯୋଗ, ଗଣିତ, ଚତୁରତା ଏବଂ ବନ୍ଧୁତ୍ୱର କାରକ ଗ୍ରହ ବୋଲି କୁହାଯାଏ । ବୁଧଙ୍କ ମିତ୍ର ଗ୍ରହ ସୂର୍ଯ୍ୟ ଆଉ ଶୁକ୍ର ହୋଇଥିବା ବେଳେ, ଚନ୍ଦ୍ର ଏବଂ ମଙ୍ଗଳ ହେଉଛି ଶତ୍ରୁ ଗ୍ରହ । ବୁଧଙ୍କ ଉଚ୍ଚ ରାଶି କନ୍ୟା ଏବଂ ମୀନ ନୀଚ ରାଶି । ବୁଧ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସିଂହ ରାଶିରେ ରହିବେ । ଆସନ୍ତୁ ଜାଣିବା ସିଂହ ରାଶିରେ ରହି ବୁଧ କେଉଁ ରାଶିର ଲୋକଙ୍କୁ ଫାଇଦା ଦେବେ….

କନ୍ୟା ରାଶି :

କନ୍ୟା ରାଶି ଲୋକମାନେ ଶୁଭ ଫଳାଫଳ ପାଇବେ । ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତିର ସମ୍ଭାବନା ରହିଛି । ଧନ ଲାଭ ହେବ, ଆର୍ଥିକ ପକ୍ଷ ଦୃଢ ହେବ । କାର୍ଯ୍ୟରେ ସଫଳତା ପାଇବେ । ଜୀବନ ସାଥିର ସମର୍ଥନ ପାଇବେ । ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରନ୍ତୁ । କର୍ମକ୍ଷେତ୍ରରେ ନୂତନ ସୁଯୋଗ ପ୍ରାପ୍ତ ହେବ ।

ତୁଳା ରାଶି :

ବୁଧଙ୍କ କୃପାରୁ ତୁଳା ରାଶିର ବ୍ୟକ୍ତି କାର୍ଯ୍ୟରେ ସଫଳତା ପାଇବେ । ଆର୍ଥିକ ପକ୍ଷ ଦୃଢ ହେବ। କର୍ମକ୍ଷେତ୍ରରେ ସମସ୍ତେ ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିବେ । ଭାଗ୍ୟର ସମର୍ଥନ ରହିବ । ବୈବାହିକ ଜୀବନରେ ସୁଖ ଅନୁଭବ କରିବେ । ପାରିବାରିକ ଜୀବନ ସୁଖମୟ ହେବ । ଚାକିରି ଏବଂ ବ୍ୟବସାୟ ପାଇଁ ସମୟ ଶୁଭ ହେବ ।

କୁମ୍ଭ ରାଶି :

କୁମ୍ଭ ରାଶିର ଲୋକଙ୍କ ପାଇଁ ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ବୈବାହିତ ଜୀବନ ସୁଖମୟ ହେବ । ଜୀବନସାଥୀ ସମର୍ଥନ ମିଳିବ । କାର୍ଯ୍ୟରେ ସଫଳତାର ସମ୍ଭାବନା ରହିଛି । ଚାକିରି ଏବଂ ବ୍ୟବସାୟରେ ଲାଭ ହେବ । ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକମାନେ ଶୁଭ ଫଳାଫଳ ପାଇବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ