Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଆଉ ବର୍ଷେ ବଢ଼ିଲା ‘ସୁନେତ୍ର’: ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ଦିଆଯିବ ରେଟିନୋପ୍ୟାଥି ତାଲିମ୍‌
    ରାଜ୍ୟ

    ଆଉ ବର୍ଷେ ବଢ଼ିଲା ‘ସୁନେତ୍ର’: ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ଦିଆଯିବ ରେଟିନୋପ୍ୟାଥି ତାଲିମ୍‌

    NewsLaxmi7By NewsLaxmi7May 24, 2023Updated:May 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’ ଯୋଜନାର କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଛି। ୨୦୧୭ ମସିହା ଅକ୍ଟୋବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’ ଯୋଜନା ଆରମ୍ଭ କରିଥିଲେ। ୫ବର୍ଷ ପାଇଁ ୬ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ରାଜ୍ୟରେ ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ରଖିଥିଲେ ସରକାର। ତେବେ କୋଭିଡ୍‌ ପାଇଁ ଅନ୍ଧତ୍ବ ଦୂରୀକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା।

    ଅନ୍ୟପକ୍ଷରେ ସରକାର ଗତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ୩ବର୍ଷ ପାଇଁ ୧୨ଲକ୍ଷ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଫଳରେ ଏହି ଯୋଜନାର ଗୁରୁତ୍ବ ବଢ଼ିଯାଇଥିଲା। ଉଦ୍‌ବେଗର ବିଷୟ ହେଉଛି ଯେ ରାଜ୍ୟରେ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅପ୍‌ଥାଲମିକ୍ ବା ଚକ୍ଷୁରୋଗ ବିଶେଷଜ୍ଞ ସହିତ ଅପଥାଲମିକ୍ ସହାୟକ ନାହାନ୍ତି। ୭୦ରୁ ଅଧିକ ପଦବି ଖାଲି ପଡ଼ିଛି। ସେମାନଙ୍କ କ୍ୟାଡର ପୁନର୍ଗଠନ ହୋଇନାହିଁ ଏବଂ କେବେସୁଦ୍ଧା କରାଯିବ ତାହାର ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ନାହିଁ। ପରିଣାମ ହେଲା, ପ୍ରତିବର୍ଷ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଯେତିକି ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି ତାହା ପୂରଣ ହୋଇପାରୁନାହିଁ।

    ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ‘ସୁନେତ୍ର’ ଯୋଜନାକୁ ଆଉ କିଛି ବର୍ଷ ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯାହାଫଳରେ ରାଜ୍ୟ ସରକାର ସମସ୍ତଙ୍କୁ ଚକ୍ଷୁ ସେବା ପ୍ରଦାନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ହୋଇପାରିବ। କୋଭିଡ୍‌ ପରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ବୃଦ୍ଧି ଘଟିଛି। ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୦୧ ପ୍ରତିଶତ ବା ୩.୨ଲକ୍ଷ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ୨୦୨୩-୨୪ବର୍ଷ ପାଇଁ ୩.୮ଲକ୍ଷ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସମସ୍ତ ସରକାରୀ ଓ ‌ସହକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ଚଷମା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

    ଏହାସହ ବଳକା ଥିବା ୧୦୨ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ରେ ଭିଜନ୍ ସେଣ୍ଟର ଖୋଲାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗକୁ ଅପଗ୍ରେଡ୍‌ କରାଯିବ। ତେବେ ଡାଇବେଟିକ୍ ରେ‌ଟିନୋପ୍ୟାଥିର ଶିକାର ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାମୀ ରାନିବିଜୁମା ଇଞ୍ଜେକସନ୍ ପ୍ରଦାନ କରାଯାଉଛି। ହେଲେ ଏହାକୁ ପ୍ରଦାନ କରିବାକୁ ହେଲେ ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ସ୍ବତନ୍ତ୍ର ତାଲିମର ଆବଶ୍ୟକତା ରହିଛି। ତେଣୁ ୨ମାସ ପାଇଁ ଚକ୍ଷୁ ରୋଗ ବିଶେଷଜ୍ଞଙ୍କୁ ତାଲିମ୍ ଦିଆଯିବ ଓ ପ୍ରଥମ ପର୍ଯ୍ୟାୟରେ ୪ଜଣ ନେଇ ସାରିଲେଣି। ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କୁ ଏହି ତାଲିମ୍ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଶିମିଳିପାଳ ବନରକ୍ଷୀଙ୍କ ମୃତ୍ୟୁ ଘଟଣା; ବନରକ୍ଷୀଙ୍କ ବଳିଦାନ ଚିରଋଣୀ କରି ରଖିବ: କେନ୍ଦ୍ର ମନ୍ତ୍ରୀ
    Next Article କୃତିତ୍ବ ହାସଲ କଲେ ଓଡ଼ିଆ: କଠିନ ପରିଶ୍ରମ ପରେ ସଫଳ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ

    January 4, 2023

    ଆସନ୍ତା ପହିଲାରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ, ଏଥର ବୟସ୍କଙ୍କୁ ମିଳିବ ଟିକା

    February 27, 2021

    ସିଲିଣ୍ଡର ଫାଟି ୨୦ ଗୁରୁତର, ଘଟଣାସ୍ଥଳରେ ଦମକଳ ବାହିନୀ, ଉଦ୍ଧାରକାର୍ଯ୍ୟ ଜାରି

    December 6, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.