Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଆଉ ଏକ କାଳ ଅପରାହ୍‌ଣ
    ରାଜ୍ୟ

    ଆଉ ଏକ କାଳ ଅପରାହ୍‌ଣ

    NewsLaxmi7By NewsLaxmi7July 12, 2023Updated:July 12, 2023No Comments4 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ସେଦିନ ଥିଲା ମେ’ ୨୭ ତାରିଖ। ହଠାତ୍ ଅପରାହ୍ଣ ୫ଟା ବେଳେ ସତ୍ୟଭାମାପୁର ଇନ୍ଦ୍ରପାଳ ନିକଟରେ ଘଟିଯାଇଥିଲା ଏକ ଛାତିଥରା ଅଘଟଣ। ଦୁଇ ଯୁବ ଇଂଜିନିୟର କୁଆଖାଇ ଗଣ୍ଡରେ ବୁଡ଼ି ପ୍ରାଣ ହରାଇଥିଲେ। ଦୁଇ ଜଣ ସାଥୀ ବଞ୍ଚିଯାଇଥିଲେ ବି ଦୁଇଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ନଦୀ କୂଳରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଦୁଇ ମୃତକ ଥିଲେ ବାପାମା’ଙ୍କର ଗୋଟିଏ ଗୋଟିଏ ସଦ୍ୟ ରୋଜଗାରିଆ ପୁଅ। ଠିକ ସେମିତି ଆଜି ଆଉ ଏକ କାଳ ଅପରାହ୍ଣ ପହଞ୍ଚିଥିଲା କୁଆଖାଇ ନଦୀର ଧବଳାହାର ଘାଟରେ। ଏକ ଘରୋଇ ଶିକ୍ଷାନୁଷ୍ଠାନର ୪ ଏମ୍‌ବିଏ ଛାତ୍ର ଗଭୀର ଜଳରେ ବୁଡ଼ିଯାଇଥିଲେ। ୨ ଜଣଙ୍କ ମୃତଦେହ ଜଳରୁ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ବି ରାତି ୧୦ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ନିଖୋଜ ଦୁଇ ଛାତ୍ରଙ୍କୁ ପାଇନଥିଲା। ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନଦୀ କୂଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

    ବାଲିଅନ୍ତା ଥାନାଠୁ ରଙ୍ଗବଜାର ଡେଥ୍‌ ଜୋନ୍‌
    କିଛି ଘଟଣା ଏବେ ବି ରହସ୍ୟରେ

    ବାଲିଅନ୍ତା ଥାନା ପାଖରୁ ନଦୀ କୂଳେ କୂଳେ ରଙ୍ଗବଜାର ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିମି ଦୂର ଡେଥ୍‌ ଜୋନ୍‌ ଭାବେ ଜଣାଶୁଣା ହୋଇଗଲାଣି। ଏହି ଅଂଶରେ ପ୍ରଶସ୍ତ ନଦୀ ପଠାରେ ବନୀକରଣ କରାଯାଇଛି। ଏହାବାଦ୍‌ ବହୁ ଅଂଶ ବି ପୂର୍ବରୁ ଜଙ୍ଗଲିଆ ଅଛି। ତେବେ ବନୀକରଣ ହୋଇଥିବା ଅଞ୍ଚଳ ବଣଭୋଜି ପାଇଁ ଖୁବ୍ ମନୋରମ ସ୍ଥାନ ହୋଇଛି। ଶୀତ ଦିନରୁ ଆରମ୍ଭ କରି ଖରା ଦିନ ଶେଷ ହେବା ପର୍ଯ୍ୟନ୍ତ ରାଜଧାନୀର ବହୁ ଲୋକ ଏଠାରେ ବଣଭୋଜି କରୁଛନ୍ତି। ନଦୀପଠାକୁ ଲାଗି ରହିଛି ଘନ ଜଳରାଶି। ବାଲି ଖୋଳା ହୋଇହୋଇ ଗଭୀର ଗଣ୍ଡ ବି ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା, ଉକ୍ତ ଅଂଶରେ କୌଣସି ଗାଧୁଆ ତୁଠ ନାହିଁ। ତେଣୁ ସ୍ଥାନୀୟ ଲୋକେ ଗଭୀର ଗଣ୍ଡ ବାବଦରେ ଜାଣିଥିବାରୁ ଏଭଳି ଅଣତୁଠରେ ଗାଧୁଆପାଧୁଆ କରନ୍ତି ନାହିଁ। କିନ୍ତୁ ବାହାରୁ ଆସିଥିବା ଲୋକେ ତୁଠ ଅଣତୁଠ ଜାଣିନପାରି ଜଳକ୍ରୀଡ଼ା ପାଇଁ ପାଣି ଭିତରକୁ ପଶି ମୃତ୍ୟୁବରଣ କରୁଛନ୍ତି। ତେଣୁ ପ୍ରଶାସନ ଏଠାରେ ଗାଧୋଇବା ନିଷେଧ ବୋଲି ସତର୍କ ଫଳକ ଲଗାଇବା ଉଚିତ। ଏହାକୁ ‌ବ୍ଲାକ୍‌ସ୍ପଟ୍‌ ବୋଲି ଘୋଷଣା କରିବା ଜରୁରୀ।

    କେବଳ ଏହି ଅଂଶ ନୁହେଁ, ଗତ କିଛି ମାସ ହେଲା କୁଆଖାଇରେ ସତେ ଯେମିତି କାଳ ଜଗି ବସିଛି। ତା ଆଁ’ରେ ଯିଏ ପଡ଼ୁଛି, ଆଉ ଫେରୁନି। କିଏ ଗାଧୋଇବାକୁ ଯାଇ ସଲିଳ ସମାଧି ନେଲାଣି ତ କାହାର ଜଳକ୍ରୀଡ଼ା କରିବାକୁ ଯାଇ ପ୍ରାଣ ହରାଇଲାଣି। କେତେବେଳେ ଏହି ନଦୀରୁ ଅଜଣା ମୃତଦେହ ମିଳିଲାଣି ତ କେତେବେଳେ କେହି ଏହା ଗର୍ଭକୁ ଡେଇଁ ଆତ୍ମହତ୍ୟା କଲାଣି। ଏମିତିକି କୁଆଖାଇର ମଣିଷଖିଆ ଆଁ’ରୁ ମାଛଧରାଳୀ ବି ମୁକୁଳି ପାରୁନାହାନ୍ତି। ଗତ ୭ମାସ ଭିତରେ ଏହି ନଦୀରେ ୧୦ରୁ ଅଧିକ ଜୀବନ ଗଲାଣି। ପୂର୍ବରୁ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିଛି। ଏମିତିକି କିଛି ଘଟଣା ରହସ୍ୟ ହୋଇରହିଛି।

    ମେ’ ୨୭: ଗାଧୋଇବାକୁ ଯାଇ ଏହି ନଦୀରେ ବୁଡ଼ି ଦୁଇ ଯୁବ ଇଞ୍ଜିନିୟର୍‌ଙ୍କ ମୃତ୍ୟୁ ଘଟିଥିଲା। ଏହି ହୃଦୟବିଦାରକ ଅଘଟଣ ଘଟିଥିଲା ସତ୍ୟଭାମାପୁର ଇନ୍ଦ୍ରପାଳସ୍ଥିତ କୁଆଖାଇ ଘାଟରେ। ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ସତ୍ୟଜିତ ଦାସଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ବନ୍ଧୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

    ମେ’ ୧୬: ବାଲିଅନ୍ତା ଥାନା ନିକଟସ୍ଥ କୁଆଖାଇ ନଦୀ ଘାଟରୁ ମଞ୍ଚେଶ୍ବର ଥାନା ପାଣ୍ଡରା ଗ୍ରାମର ଅପର୍ତ୍ତି ମହାରଣା(୮୫)ଙ୍କ ମୃତଦେହ ମିଳିଥିଲା‌। ସେ ବାଲିଅନ୍ତା ସାପ୍ତାହିକ ହାଟରୁ ପରିବା ବ୍ୟାଗ ଧରି ଘରକୁ ଫେରୁଥିବା ବେଳେ ନଦୀରେ ପାର୍‌ ହେଉଥିଲେ। ଅସାବଧାନତାବଶତଃ ସେ ଗଭୀର ପାଣିକୁ ଖସିଯାଇଥିଲେ ଏବଂ ବୁଡ଼ି ଯାଇଥିଲେ। ପରେ ଦମକଳବାହିନୀ ନଦୀରୁ ତାଙ୍କ ମୃତଦେହକୁ ଜବତ କରିଥିଲା।

    ଫେବ୍ରୁଆରି ୨୪: କୁଆଖାଇରେ ବୁଡ଼ି ଚାରିମାଣିଆ ଗ୍ରାମର ନାବାଳକ ଆକାଶ ସାହୁ ଓରଫ୍‌ ଚିକୁଙ୍କ ମୃତ୍ୟୁ ଘଟିଥିଲା। ମା’ଙ୍କୁ ହରାଇବା ପରେ ଚିକୁ ପିଲାଟି ବେଳୁ ଚାରିମାଣିଆରେ ଥିବା ମାମୁଙ୍କ ଘରେ ରହୁଥିଲା। ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ସେ ଗଭୀର ପାଣି ଭିତରକୁ ଚାଲିଯାଇ ବୁଡ଼ି ଯାଇଥିଲା। ମା’ ଛେଉଣ୍ଡ ଚିକୁ ମାମୁ ଘରେ ମଣିଷ ହେବାକୁ ଆସି ଅକାଳରେ କୁଆଖାଇ ଗର୍ଭରେ ହଜିଗଲା।

    ଜାନୁଆରି ୧୫: ଏହି ନଦୀରେ ବୁଡ଼ି ହନୁମନ୍ତପାଟଣା ଗ୍ରାମର ଲକ୍ଷ୍ମୀଧର ବେହେରା ଓରଫ୍‌ ବଟିଆଙ୍କ ମୃତ୍ୟୁ ଘଟିଥିଲା। ‌ସେ ବାଳକାଟି ଫାଣ୍ଡି ଅଧୀନ ରଥିଜେମା ଗ୍ରାମ ଶ୍ମଶାନ ନିକଟ କୁଆଖାଇ ଘାଟକୁ ମାଛ ଧରିବା ପାଇଁ ଯାଇଥିଲେ। ଜଣେ ପୋଖତ ମାଛ ଧରାଳୀ ହୋଇଥିବା ବେଳେ କୁଆଖାଇ ନଦୀ ସହ ସେ ବେଶ୍ ପରିଚିତ ଥିଲେ। କିନ୍ତୁ କୁଆଖାଇର ମୁଣ୍ଡଖିଆ ଆଁ’ ରୁ ସେ ମୁକୁଳିପାରିନଥିଲେ। ପରେ ବାଲିଅନ୍ତା ଦମକଳ ବାହିନୀ ମୃତଦେହକୁ ଜବତ କରିଥିଲା।

    ଜାନୁଆରି ୨୭: ସନ୍ଦେହଜନକ ଅବସ୍ଥାରେ କୁଆଖାଇ ନଦୀରେ ଭାସୁଥିବା ଖାରବେଳନଗର ଥାନା ଏନ୍‌ଏସି କଲୋନି ଅଞ୍ଚଳର ସେକ୍‌ ଆସିଫ୍‌ଙ୍କ ରକ୍ତାକ୍ତ ମୃତଦେହକୁ ମଞ୍ଚେଶ୍ବର ଥାନା ପୁଲିସ ଜବତ କରିଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ତେବେ ଆସିଫ୍‌ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ନଦୀକୁ ଠେଲି ହତ୍ୟା କରିଥିଲା, ତାହା ଏବେ ବି ରହସ୍ୟରେ।

    ଜାନୁଆରି ୧୩: ମଞ୍ଚେଶ୍ୱର ଥାନା ବରିମୁଣ୍ଡ ନିକଟ କୁଆଖାଇ ନଦରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ମଞ୍ଚେଶ୍ୱର ଥାନାକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତେବେ ଯୁବକକୁ କେହି ମାରି ନଦୀରେ ଫିଙ୍ଗି ଦେଇଥିଲେ ନା କି ସେ ଆତ୍ମହତ୍ୟା କରିଥିଲେ, ତାହା ଏବେ ବି ଅସ୍ପଷ୍ଟ ରହିଛି।

    Share. Facebook Twitter LinkedIn WhatsApp Email
    Previous Articleଚିକିତ୍ସାରେ ଅବହେଳା ଯୋଗୁ ଯୁବଯନ୍ତ୍ରୀ ଭିନ୍ନକ୍ଷମ ହେବା ଘଟଣା: ୨ ଡାକ୍ତର, ଘରୋଇ ଡାକ୍ତରଖାନା ଗଣିବେ ୭୮ ଲକ୍ଷ
    Next Article କାଳ ହେଉଛି ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପୁନର୍ବାର ଗିରଫ ହେଲେ ବ୍ଲକ୍‌ ଆକାଉଣ୍ଟ୍‌ସ ଅଫିସର

    July 19, 2023

    ପ୍ରୀତି-ଶାହରୁଖ ମହାମିଳନ

    May 15, 2021

    ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତାଙ୍କ ଦେହାନ୍ତ, ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ କରିପାରିଲେନି ଶେଷ ଦର୍ଶନ, କୋହଭରା କଣ୍ଠରେ କହିଲେ- ‘ବାପା ମୁଁ ତୁମ ସ୍ୱପ୍ନ ପୂରଣ କରିଛି’

    November 21, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.