ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଳସୀ ପାଇଁ ନାହିଁ ବଜାର ସୁବିଧା: କ୍ଷେତ ହସୁଛି, ଚାଷୀ କାନ୍ଦୁଛି

ଜୟପୁର: ଔଷଧୀୟ ଗୁଣରେ ଭରପୂର ଅଳସୀ। ଯେଉଁଥି ପାଇଁ ବିଶ୍ବ ବଜାରରେ ଏହାର ଚାହିଦା ଢ଼େର୍‌ ରହିଛି। କିନ୍ତୁ ବଜାରୀକରଣ ପାଇଁ ସରକାରୀ ସ୍ତରରେ ନାହିଁ କୌଣସି ବ୍ୟବସ୍ଥା। ଯେଉଁଥି ପାଇଁ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ଅଳସୀ ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲା। ଏକଦା ଏହି ଜିଲ୍ଲାରୁ ବାର୍ଷିକ ୧୬.୫୫ ମେଟ୍ରିକ୍ ଟନ୍ ଅଳସୀ ଉତ୍ପାଦନ ହେଉଥିଲା। ହଳଦିଆ ରଙ୍ଗର ଫୁଲରେ କ୍ଷେତ ହସିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହେଉଥିଲା। ଉତ୍ପାଦିତ ଅଳସୀକୁ ବିକ୍ରି ପାଇଁ ଉଚିତ୍ ବଜାର କିମ୍ବା ମଣ୍ଡିର ସୁବିଧା ନଥିବାରୁ ଚାଷୀ କିଲୋ ପିଛା ୪୦ ରୁ ୫୦ ଟଙ୍କାରେ ବିକ୍ରି କରି କ୍ଷତି ସହିଲେ। ସେପଟେ ଆନ୍ଧ୍ର ବ୍ୟବସାୟୀ ଖୋଲା ବଜାରରେ ଅଳସୀକୁ ଦୁଇ ଗୁଣା ଅଧିକ ଦର କିଲୋ ପିଛା ୧୦୦ ରୁ ୧୧୦ ଟଙ୍କାରେ ବିକ୍ରି କରି ବେଶ୍ ଲାଭବାନ୍ ହେଲେ। ଅଭାବୀ ବିକ୍ରିର ଶିକାର ଚାଷୀ ଉଚିତ୍ ଲାଭ ମିଳୁନଥିବା କାରଣରୁ ଧୀରେଧୀରେ ଏହି ଚାଷ କରିବାକୁ ଆଉ ଇଛା ପ୍ରକାଶ କଲେ ନାହିଁ। ଯେଉଁଥି ପାଇଁ ଗତ ୧୧ ବର୍ଷ ମଧ୍ୟରେ ଉତ୍ପାଦନ ଖସି ଏ​ବେ ୪.୯୮ ମେଟ୍ରିକ୍ ଟନରେ ପହଞ୍ଚିଲାଣି।

୨୦୧୮ ମସିହାରେ ୨୩ ହଜାର ୨୨୫ ହେକ୍ଟର ଜମିରେ ଅଳସୀ ଚାଷ ପାଇଁ ବିଭାଗ ଲକ୍ଷ୍ୟ ରଖିଥିଲା। କିନ୍ତୁ ୧୫ ହଜାର ୧୧୩ ହେକ୍ଟର ଜମିରେ ଚାଷ କରିବାରେ ସଫଳ ହୋଇଥିଲା। ୨୦୨୩ରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ବିଭାଗ ୨୨ ହଜାର ୬୯୦ ହେକ୍ଟରରେ ଚାଷ ପାଇଁ ଳକ୍ଷ୍ୟ ରଖିଥିଲା। ହେଲେ ୧୫ ହଜାର ୫୨୪ ହେକ୍ଟରରେ ହିଁ ଚାଷ ସମ୍ଭବ ହୋଇଥିଲା। ଯାହାର ପ୍ରଭାବ ଉତ୍ପାଦନ ଉପରେ ପଡ଼ିଥିଲା। ଚାଷ ପ୍ରତି ଚାଷୀ ବିମ୍ମୁଖ ହେଉଥିବା ଗତ ଖରିଫରେ ୧୨ଶହ ଚାଷୀଙ୍କୁ ଏକ କିଲୋ ଲେଖାଏଁ ବିହନ ମିନିକିଟ୍ ଦେଇ ପ୍ରୋତ୍ସାହିତ କରିଥିଲା ବିଭାଗ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।