ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ କଲେ ଖୁଲାସା : ରଣବୀର-ଆଲିଆ କରିସାରିଛନ୍ତି ବିବାହ !

ମୁମ୍ବାଇ ୧୨।୦୨: ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଅଛନ୍ତି। ଦୁହେଁ କେବେ ବିବାହ କେବେ ବିବାହ କରିବେ ତାକୁ ନେଇ ଫ୍ୟାନ୍ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲାକି ଦୁହେଁ ଏପ୍ରିଲ୍‌ ବିବାହ କରିବେ । କିନ୍ତୁ ଏବେ ଏମିତି ଏକ କଥା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ରଣବୀର ଓ ଆଲିଆଙ୍କର ବିବାହ କୁଆଡେ ସରିଯାଇଛି। ହଁ ଏହା ମିଛ ନୁହେଁ , ତାହା ପୁଣି ଆଲିଆ ନିଜେ ଏହା କହିଛନ୍ତି।

ନିକଟରେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ଆଲିଆଙ୍କୁ ତାଙ୍କ ବିବାହ ସମ୍ବନ୍ଧରେ ପଚରାଯାଇଥିଲା। ଏହାର ଉତ୍ତରରେ ଆଲିଆ କହିଥିଲେ ଯେ ମନ ଭିତରେ ସେ ରଣବୀରଙ୍କୁ କେବେ ଠାରୁ ବିବାହ କରିସାରିଛନ୍ତି। ଏବେ କେବଳ ଅଫିସିଆଲି ଭାବେ ବିବାହ ବାକି ଅଛି। ତେବେ ଆଲିଆ କେଉଁ ଉଦ୍ଦେଶ୍ୟରେ ଏମିତି କହିଲେ, ତାହା କେବଳ ସେ ହିଁ କହିପାରିବେ। ପୂର୍ବରୁ ଏକ ସାକ୍ଷାତକାରରେ ରଣବୀରଙ୍କୁ ଆଲିଆଙ୍କ ସମ୍ବନ୍ଧରେ ପଚରା ଯାଇଥିଲା। ସେତେବେଳେ ରଣବୀର କହିଥିଲେ ଯେ ଯଦି କରୋନାର ମହାମାରୀ ଆସିନଥାନ୍ତା, ତାହେଲେ ସେ ଆଲିଆଙ୍କ ସହ କେବେ ଠାରୁ ବିବାହ କରିସାରିଥାନ୍ତେ।

ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର ଏବଂ ଅଲିଆ ଚଳିତ ବର୍ଷ ବିବାହ କରିବେ । ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି। କୁହାଯାଉଛି ଯେ ଦୁହିଁଙ୍କର ରାଜସ୍ଥାନର ରନ୍ଥାମ୍ଭୋରରେ ପଡିବ ହାତ ଗଣ୍ଠି । ଏହା ଉଭୟ ରଣବୀର ଏବଂ ଆଲିଆଙ୍କ ସବୁଠାରୁ ଫେଭରେଟ୍‌ ପ୍ଲେସ୍‌। ଏଯାଏଁ ବିବାହକୁ ନେଇ ଦୁହେଁ କୌଣସି ଅଫିସିଆଲ୍ ସୂଚନା ଦେଇନାହାନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ