ଅପରାଧ ଦେଶ ବିଦେଶ

ଅଫତାବ୍ ମୋ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେବ, ଭାଇରାଲ ହେଉଛି ଶ୍ରଦ୍ଧା ଓ୍ୱାକରଙ୍କ ୨୦୨୦ର ଚିଠି

ନୂଆଦିଲ୍ଲୀ ୨୪/୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ମାମଲାରେ ବୁଧବାର ନୂଆ ଖୁଲାସା ହୋଇଛି । ଲିଭ୍‌-ଇନ୍‌ ପାର୍ଟନର ଅଫ୍‌ତାବ ଅମିନ୍‌ ପୁନାୱାଲାର ହିଂସାତ୍ମକ ବ୍ୟବହାର ସଂପର୍କରେ ଶ୍ରଦ୍ଧା ୨ ବର୍ଷ ପୂର୍ବରୁ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଫ୍‌ତାବ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ ।

ମହାରାଷ୍ଟ୍ର ପୁଲିସ ଅନୁସାରେ, ୨୦୨୦ ନଭେମ୍ବର ୨୩ରେ ମୁମ୍ବାଇର ତୁଲିଞ୍ଜ ପୁଲିସକୁ ଶ୍ରଦ୍ଧା ଏକ ଚିଠି ଲେଖିଥିଲେ । ସେଥିରେ ସେ ଦର୍ଶାଇଥିଲେ, ‘‘ଅଫ୍‌ତାବ ମୋତେ ସବୁବେଳେ ଗାଳିଗୁଲଜ ସହ ମାରପିଟ କରୁଛି । ଆଜି ମୋତେ ସେ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ କରିଥିଲା । କେବଳ ସେତିକି ନୁହେଁ, ମୋତେ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗିଦେବାକୁ ସେ ଧମକ ଦେଇଛିି । ସେ ମୋତେ ପ୍ରାୟ ୬ ମାସ ହେଲା ମାରପିଟ କରୁଥିଲେ ବି ପୁଲିସ ନିକଟକୁ ଯିବାକୁ ମୋର ସାହସ ହେଉନଥିଲା ।

କାରଣ ଏପରି କଲେ ସେ ମୋତେ ମାରିଦେବ ବୋଲି ଧମକ ଦେଉଛି । ତାଙ୍କ ବାପା, ମା ବି ଏ କଥା ଜାଣିଛନ୍ତି । ମୁଁ ଅଫ୍‌ତାବ ସହ ରହିଆସୁଥିଲି କାରଣ ଆମର ଶୀଘ୍ର ବାହାଘର ହେବାର ଥିଲା । ଏବେ କିନ୍ତୁ ତା’ ସହ ରହିବାକୁ ମୁଁ ଚାହୁଁନାହିଁ । ଏହି ମାମଲାରେ ଯଦି ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତା’ ହେଲେ ଅଫ୍‌ତାବ ମୋତେ ସତରେ ଖଣ୍ଡ ଖଣ୍ଡ କରି କାଟିଦେବ ।’’

ଅଭିଯୋଗ ପାଇବା ପରେ ତୁଲିଞ୍ଜ ପୁଲିସ ଅଫ୍‌ତାବର ଘରକୁ ତଦନ୍ତ ପାଇଁ ଯାଇଥିଲା । ପରେ କିନ୍ତୁ ଶ୍ରଦ୍ଧା ନିଜର ଅଭିଯୋଗ ଫେରାଇ ନେଇଥିଲେ । ଏହି ଘଟଣା ପରେ ସେମାନେ ପୁଣି ଏକାଠି ରହିଥିଲେ । ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ୨୦୨୦ରେ ଶ୍ରଦ୍ଧାଙ୍କ ଅଭିଯୋଗ ପରେ କ’ଣ ପାଇଁ ପଦକ୍ଷେପ ନିଆଗଲା ନାହିଁ ସେ ସଂପର୍କରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ