ରାଜ୍ୟ

ଅପହରଣ ଘଟଣାରେ ନୂଆ ମୋଡ: ଉଠାଇ ନେଇଥିଲା କର୍ଣ୍ଣାଟକ ପୁଲିସ, ବିଶାଖାପାଟଣାରେ ଦୁଇ ଭାଇଙ୍କୁ ଠାବ କଲା ଗଞ୍ଜାମ ପୁଲିସ

ବ୍ରହ୍ମପୁର: ଗତକାଲି ରାତିରେ ବନ୍ଧୁକ ମୁନରେ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି | ଅପହୃତ ହୋଇଥିବା ଦୁଇ ଭାଇଙ୍କୁ କେହି ଅପହରଣକାରୀ ଅପହୃତ କରିନଥିଲେ ବରଂ କର୍ଣ୍ଣାଟକ ପୁଲିସର ଏକ ଟିମ ଉଠାଇ ନେଇଥିଲେ | ଏବେ ଗଞ୍ଜାମ ପୁଲିସ ବିଶାଖାପାଟଣାର ଏକ ହୋଟେଲରୁ ଉଦ୍ଧାର କରିଛି | ପୁଲିସ ଏବେ ଏହି ଘଟଣାର ଅଧିକ ତଦନ୍ତ କରୁଛି | ଉଲ୍ଲେଖ ଆଉ କି ଗତକାଲି ଗଞ୍ଜାମ ଥାନା ଅଧୀନ ପୁଇଁତୋଳ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ(୫୫) ଓ ପଞ୍ଚାନନ ସାହୁ(୫୨)ଙ୍କୁ ଅପହରଣ କରାଯାଇଥିଲା ବୋଲି ପ୍ରାଥମିକ ଭାବେ କୁହାଯାଉଥିଲା | ତେବେ କର୍ଣ୍ଣାଟକ ପୁଲିସ ସ୍ଥାନୀୟ ପୁଲିସକୁ ନ ଜଣାଇ ସେମାନଙ୍କୁ ଉଠାଇନେଇଥିବାରୁ ପ୍ରଥମେ ଏହାକୁ ଅପହରଣ ବୋଲି ସମସ୍ତେ ଭାବିନେଇଥିଲେ | ତେବେ ଗଞ୍ଜାମ ପୁଲିସ ପକ୍ଷରୁ ଏନେଇ ତଦନ୍ତ ସହ ଚଢ଼ାଉ କରାଯିବା ପରେ ବିଶାଖାପାଟଣାରେ ଦୁଇ ଭାଇଙ୍କୁ ଠାବ କରିଥିଲା |

ଉଲ୍ଲେଖ ଥାଉ କି ଦୁଇ ଭାଇ ମିଶି ପୁଇଁତୋଳା ଛକରେ ଭେରାଇଟ୍ ଷ୍ଟୋର କରିଛନ୍ତି। ସବୁଦିନ ପରି ଉଭୟ ଗତକାଲି ଦୋକାନରେ ଥିଲେ। ରାତି ପ୍ରାୟ ୧୦. ୧୫ ବେଳକୁ ହଠାତ ଧଳା ଓ ନାଲି କାରରେ କିଛି ଲୋକ ତାଙ୍କ ଦୋକାନରେ ପହଞ୍ଚି ଉଭୟଙ୍କୁ ନେଇଯାଇଥିଲେ | ସୂଚନା ପାଇ ସ୍ଥାନୀୟ ଅନ୍ୟ ଦୋକାନୀ ମାନେ ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା | ଆଉ ତାଜା ସୂଚନା ମୁତାବକ ଦୁଇ ଭାଇଙ୍କୁ ଅପହରଣକାରୀ ନୁହେଁ କର୍ଣ୍ଣାଟକ ପୁଲିସ ଉଠାଇନେଇଥିବାର ଏବେ ଜଣାପଡିଛି | ତେବେ କେଉଁ ମାମଲାରେ ଦୁହିଁଙ୍କୁ ପୁଲିସ ଉଠାଇନେଇଥିଲା ସେ ବାବଦରେ ଜଣାପଡିନାହିଁ |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।