ଅପରାଧ ରାଜ୍ୟ

ଅନ୍‌ଲାଇନ୍‌ ଗେମ୍‌ ସଂସାର ଉଜାଡ଼ିଲା: ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟାକଲେ ଶିକ୍ଷକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପାଟପୁର : ଅନ୍‌ଲାଇନ୍‌ ଗେମ୍‌ ଖେଳି ନିଜ ହାତରେ ନିଜ ସଂସାରକୁ ଉଜାଡ଼ି ଦେଇଛନ୍ତି ଜଣେ ଶିକ୍ଷକ। ଏହି ଖେଳରେ ସେ ଲକ୍ଷାଧିକ ଟଙ୍କା ହାରି ଧାରକରଜରେ ବୁଡ଼ି ରହିଥିଲେ। ଏଥି‌ଯୋଗୁ ଶିକ୍ଷୟିତ୍ରୀ ପତ୍ନୀ ବାରମ୍ବାର ତାଙ୍କୁ ତାଗିଦ୍‌ ମଧ୍ୟ କରୁଥିଲେ। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଆଜି ଝଗଡ଼ା ଭୟଙ୍କର ରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶିକ୍ଷକ ଜଣକ ପତ୍ନୀଙ୍କୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଶିକ୍ଷକ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ଡେଙ୍ଗାଡ଼ି ଗ୍ରାମର ଜୟସେନ ମହାନ୍ତି (୩୦ବର୍ଷ)। ସେ ଶେରଗଡ଼ ବ୍ଲକ୍ କାଚଖଣ୍ଡି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ମାତ୍ର, ଦୁଇ/ତିନି ବର୍ଷ ତଳେ ଶେରଗଡ଼ ବ୍ଲକ୍ ଠୁରୁବୁରାଇ ଗ୍ରାମର ଦଣ୍ଡପାଣି ସ୍ୱାଇଁଙ୍କ ଝିଅ ନୀଳେନ୍ଦ୍ରୀ ସ୍ବାଇଁ (୨୬)ଙ୍କ ସହିତ ତାଙ୍କର ବାହାଘର। ନୀଳେନ୍ଦ୍ରୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟ କେସିଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜୟସେନ ବିଭିନ୍ନ ଅନ୍‌ଲାଇନ୍ ଆପ୍‌ରେ ‘ମନି ଗେମ୍’ ଖେଳି ଟଙ୍କା ହାରି ସର୍ବସ୍ବାନ୍ତ ହୋଇଯାଇଥିଲେ। ଏପରିକି କିଛି ଲୋକଙ୍କଠୁ ଧାରକରଜ ଆଣିଥିବାରୁ ସେମାନେ ପ୍ରତିଦିନ ଘରକୁ ଆସି ଟଙ୍କା ପାଇଁ ଝାମେଲା କରୁଥିଲେ। କେବଳ ଏତିକି ନୁହେଁ, ଶ୍ବଶୁର ଦଣ୍ଡପାଣି ସ୍ୱାଇଁଙ୍କ ଠାରୁ ୪ ଲକ୍ଷ ଟଙ୍କା ଓ ଅନ୍ୟ କିଛି ସାଙ୍ଗଙ୍କଠୁ କରଜ ଆଣି ଗେମ୍ ଖେଳି ହାରି ଦେଇଥିଲେ।

ଛୁଟି‌ରେ ଉଭୟ ଘରକୁ ଆସିଥିବା ବେଳେ ଆଜି ସକାଳେ ଜୟସେନ ଓ ନୀଳେନ୍ଦ୍ରୀଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଝଗଡ଼ା ହୋଇଥିଲା। ଅନ୍‌ଲାଇନ୍ ଗେମ୍‌ରୁ ନିବୃତ୍ତ ରହିବାକୁ ଜୟସେନଙ୍କୁ ନୀଳେନ୍ଦ୍ରୀ ତାଗିଦ୍ କରିଥିଲେ। ଏଥିରେ ଜୟସେନ ଉତ୍‌କ୍ଷିପ୍ତ ହୋଇ ଝରକାର ଏକ ବଡ଼ କାଚକୁ ଭାଙ୍ଗି ଦେଇଥିଲେ। ଧାରୁଆ କାଚଖଣ୍ଡରେ ନୀଳେନ୍ଦ୍ରୀଙ୍କ ଗଳା ସମେତ ଶରୀରର ବିଭିନ୍ନ ସ୍ଥାନରେ ଅମାନୁଷିକ ଭାବେ ଆଘାତ କରିବା ସହ ଶିରାପ୍ରଶିରା କାଟି ଦେଇଥିଲେ। ଏହାପରେ ପତ୍ନୀଙ୍କ ଶବକୁ ଏକ ରଶିରେ ଝୁଲାଇ ଦେଇଥିଲେ। ଏଥିସହିତ, ସେହି କାଚଖଣ୍ଡରେ ନିଜ ଗଳା ଓ ହାତନାଡ଼ି ବି କାଟି ଦେଇଥିଲେ।

ଚିତ୍କାର ଶୁଣି ଗ୍ରାମବାସୀ ସୂଚନା ଦେବାପରେ ପୁଲିସ ପହଞ୍ଚି ଜୟସେନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ନୀଳେନ୍ଦ୍ରୀଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି। ମୃତକଙ୍କ ବାପାଙ୍କ ଏତଲା ଅନୁସାରେ ପାଟପୁର ଥାନାରେ କେସ୍ ନମ୍ବର ୧୧୯ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।