ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଅନୁଷ୍କାଙ୍କ ୱେବ ସିରିଜ୍‌ ‘କାଲା’ରେ ଇରଫାନ୍‌ଙ୍କ ପୁଅ

ଇରଫାନ୍ ଖାନ୍‌ଙ୍କ ବଡ଼ ପୁଅ ବାବିଲ୍ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ୱେବ୍‌ ସିରିଜ ‘କାଲା’ ଜରିଆରେ ସେ ଅଭିନୟ ଯାତ୍ରା ଆରମ୍ଭ କରିବେ। ‘ବୁଲ୍‌ବୁଲ୍’ ଵେବସିରିଜ୍‌ର ଅଭିନେତ୍ରୀ ତୃପ୍ତି ଡିମ୍‌ରିଙ୍କ ସହିତ ଅଭିନୟ କରିବେ ବୋଲି ବାବିଲ୍ ଆଜି ସୂଚନା ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ୱେବ ସିରିଜ୍ ‘କାଲା’ର ସୁଟିଂର ଏକ ଦୃଶ୍ୟ। ଫଟୋରେ ଉଭୟ ବାବିଲ୍ ଓ ତୃପ୍ତି ଏକ ବରଫାଞ୍ଚଳରେ ସୁଟିଂ କରୁଥିବା ନଜର ଆସିଛି। ନିର୍ଦ୍ଦେଶକ ଅନ୍ବିକା ଦତ୍ତଙ୍କର ଏହା ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହେବ। କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ଜଣେ ମା’ ଓ ପୁଅର ସମ୍ପର୍କକୁ ନେଇ ତିଆରି ହୋଇଛି। ତେବେ ଗତକିଛି ଦିନ ତଳେ ବାବିଲ୍ ଓ ସାନଭାଇ ଅୟାନ ଖାନ୍ ମିଳିତ ଭାବେ ଏକ ଆଲବମ୍ ଭିଡିଓ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏହି ଆଲବମ୍‌ ଭିଡିଓ ବାପା ଇର୍‌ଫାନଙ୍କୁ ଉଦ୍ଦେଶ୍ୟରେ ସମର୍ପଣ କରାଯିବ ବୋଲି ସେ କହିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ