Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ସିଧା ପ୍ରଶ୍ନ: ବାବୁ ଟଙ୍କା ପଠାଇଥିଲି, ତତେ ମିଳିଲା କି?
    ରାଜ୍ୟ

    ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ସିଧା ପ୍ରଶ୍ନ: ବାବୁ ଟଙ୍କା ପଠାଇଥିଲି, ତତେ ମିଳିଲା କି?

    NewsLaxmi7By NewsLaxmi7May 12, 2023Updated:May 12, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାୟଗଡା : ନିୟମଗିରି ପାହାଡ଼ରେ ବସବାସ କରୁଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ଏହି ଜନଜାତିଙ୍କ ଉତ୍‌ଥାନ ପାଇଁ ସରକାରଙ୍କ ଏକାଧିକ ସଂସ୍ଥା କାର୍ଯ୍ୟ କରୁଛି। କିନ୍ତୁ, ସରକାରୀ ସଂସ୍ଥା ହିତ ବଦଳରେ କେଉଁ ଭଳି ଜନଜାତିଙ୍କୁ ପ୍ରତାରିତ ଏବଂ ଶୋଷଣ କରୁଛନ୍ତି ତାହାକୁ ଆଜି ଡଙ୍ଗରିଆ କନ୍ଧ ମହିଳା ଚାଷୀ ଟିମି ପୁଷିକା ସାମ୍ନାକୁ ଆଣିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଲାଞ୍ଚ ଟଙ୍କା ମିଳିଲା ନା ନାହିଁ ବୋଲି ଟିମି ସିଧାସଳଖ ପଚାରିଛନ୍ତି। ଶୁଣିବାକୁ ପ୍ରଥମେ ଅଜବ ଲାଗିଥିଲା, କିନ୍ତୁ ଦୁର୍ନୀତିର ପେଡ଼ି ଖୋଲିବା ପରେ ଅଧିକାରୀ ସ୍ତବ୍ଧ ହୋଇଯାଇଥିଲେ।

    ବିଷମକଟକ ବ୍ଲକ୍‌ ଚାଞ୍ଚଡାଗୁଡା ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡ ପାଦଦେଶରେ ଅବସ୍ଥିତ ବାଲାପାଇ ଗାଁରେ ଟିମି ପୁଷିକାଙ୍କ ଘର। ଜନଜାତି ଶ୍ରେଣୀର ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ତାଙ୍କୁ ୨୭ ହଜାର ଟଙ୍କା ମିଳିଥିଲା। ଡିକେଡିଏ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ (ଓପିଲିପି) ପକ୍ଷରୁ ଏହି ଟଙ୍କା ଦିଆଯାଇଥିଲା। ଟଙ୍କା ଆକାଉଣ୍ଟରେ ଜମା ହେବାର କିଛିଦିନ ପରେ ଓପିଲିପି ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ। ବ୍ୟବସାୟ କରିବାକୁ ନିଜ ଆଡ଼ୁ ଗୋଟିଏ ଡିଜିଟାଲ୍‌ ନିକିତି ଦେଇଥିଲେ, ଯାହାର ମୂଲ୍ୟ ୭ହଜାର ୯ଶହ ଟଙ୍କା। ସେହିପରି ୫୫୦୦ ଟଙ୍କା ମୂଲ୍ୟର ଗୋଟିଏ ସାଇକଲ ଏବଂ ୮ଶହ ଟଙ୍କା ମୂଲ୍ୟର ଦୁଇ ପ୍ଲାଷ୍ଟିକ୍‌ ଚୌକି ଦେଇ ସମୁଦାୟ ୧୪୨୦୦ ଟଙ୍କା ମାଗି ନେଇଥିଲେ। ଏହାପରେ ଲାଞ୍ଚ ବାବଦରେ ପୁଣି ୬୫୦୦ ଟଙ୍କା ତାଙ୍କୁ ମଗାଯାଇଥିଲା। ଅଧିକାରୀଙ୍କୁ ଏହି ଟଙ୍କା ଦେବାକୁ ପଡ଼ିବ ବୋଲି ଦୁଇଜଣ କର୍ମଚାରୀ ଭିଡିଓ କଲ୍‌ କରି କହିବାରୁ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ। ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ହିଁ ସାମଗ୍ରୀ ଏବଂ ଲାଞ୍ଚ ବାବଦରେ ୨୦ହଜାର ୭ଶହ ଟଙ୍କା ନିଆଗଲା। ବଳକା ଟଙ୍କାରେ ଆଉ ବ୍ୟବସାୟ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା।

    ସରଳତାର ସୁଯୋଗ ନେଇ ଓପିଲିପି ଅଧିକାରୀ ଟଙ୍କା ହଡ଼ପ କରିଥିବା ପରବର୍ତ୍ତୀ ସମ‌ୟରେ ଜାଣିବା ପରେ ନିଜକୁ ଆଉ ସମ୍ଭାଳି ପାରିନଥିଲେ ଟିମି। ତେଣୁ ନିୟମଗିରି ପାହାଡ଼ରୁ ଆଜି ସକାଳୁ ସକାଳୁ ନିଜ ଯନ୍ତ୍ରଣା ଜଣାଇବା ପାଇଁ ରାୟଗଡ଼ା ଆସିଥିଲେ। ପ୍ରଥମେ ଜିଲ୍ଲାପାଳଙ୍କୁ ଖୋଜିଥିଲେ। ପାଇନଥିଲେ, ଏହାପରେ ଖୋଜାଖୋଜି କରିବାରୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ସହ ଭେଟ ହୋଇଥିଲା। ଏହାପରେ ନିଜ ଭାଷାରେ ବେଦନାକୁ ଅନର୍ଗଳ ଭାବେ ବଖାଣିଲେ। ଅତି ସରଳ ଭାଷାରେ ପଚାରିଥିଲେ, ‘ବାବୁ ଲାଞ୍ଚ ଟଙ୍କା ପଠାଇଥିଲି, ତତେ ମିଳିଲା କି?’ ଅଫିସରଙ୍କୁ ଟଙ୍କା ଦେବେ ବୋଲି ରମେଶ ନାଲା ଓ ସହଦେବ ମାଗିଥିଲେ। ତେଣୁ ଟଙ୍କା ମିଳିଲା ନା ନାହିଁ ଜାଣିବା ପାଇଁ ଆସିଥିବା କହିଥିଲେ। ଏଭଳି ପ୍ରଶ୍ନର ସମ୍ମୁଖୀନ ହେବେ ବୋଲି ଆଦୌ କଳ୍ପନା କରିନଥିଲେ ଅତିରିକ୍ତ ଜିଲ୍ଲାପାଳ। ଉତ୍ତର ଦେବାକୁ ବି ତାଙ୍କ ନିକଟରେ ଶବ୍ଦ ନଥିଲା। ପୁଣି କହିଥିଲେ, ଗାଁର ଛୋଟଛୋଟ ପିଲାଙ୍କୁ ରୋଷେଇ କରି ଖାଇବାକୁ ଦେଇଥିଲେ। କିନ୍ତୁ ୧୪ମାସ ଧରି ଟଙ୍କାଟିଏ ବି ମଜୁରି ମିଳିଲା ନାହିଁ। ପୁଷ୍ଟି ସାଧନ ଯୋଜନାରେ ମାସିକ ୩ହଜାର ଟଙ୍କା ଦେବାକୁ କହି ପ୍ରତାରିତ କରାଯାଇଛି। ଓପିଲିପି ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କେହି ଶୁଣିନଥିଲେ। ତେଣୁ ନିଜ ଭାଇକୁ ଧରି ପାହାଡ଼ ଛାଡ଼ି ସହରକୁ ଆସିଥିବା କ୍ଷୋଭର ସହ କହିଥିଲେ। ପ୍ରଶାସନ ସବୁ କଥା ଶୁଣିଥିଲା, ଆଗକୁ କ’ଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

    Share. Facebook Twitter LinkedIn WhatsApp Email
    Previous Articleକର୍କଟ ରୋଗୀଙ୍କୁ ‘ପ୍ରତୀକ୍ଷା’ ଯନ୍ତ୍ରଣା: ତିନି ସପ୍ତାହ ଅପେକ୍ଷା କଲେ ରେଡିଏସନ୍‌ ଚିକିତ୍ସା!
    Next Article ଆଜି ଅନ୍ତର୍ଜାତୀୟ ସେବିକା ଦିବସ: ଅସ୍ତ୍ରୋପଚାର ପ୍ରସବକୁ ହ୍ରାସ କରିବ ଏମ୍‌ଏଲ୍‌ସିୟୁ
    NewsLaxmi7
    • Website

    Related Posts

    ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ

    June 2, 2023

    ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ

    June 2, 2023

    ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ

    June 2, 2023

    ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି: ଶ୍ରୀବିଗ୍ରହ ସମ୍ମୁଖରେ ଛିଡ଼ା‌ହେବେନି ସେବକ

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୦୨୨ କରୋନା ପଜିଟିଭ୍

    May 23, 2022

    ପଡିଆରେ ପୁରୁଣା ଶ୍ରୀସନ୍ଥ, ଅଭ୍ୟାସ ମ୍ୟାଚ୍ ବେଳେ ବ୍ୟାଟସମ୍ୟାନଙ୍କୁ କଲେ ସ୍ଲେଜିଂ, ଭିଡିଓ ଭାଇରାଲ

    January 1, 2021

    ଗୋଳିଆ ହେଲାଣି ଜଳସମ୍ପଦ; କେଳେଙ୍କାରୀ ଗନ୍ଧ ଭଣଭଣ, ଜଣେ ପରେ ଜଣେ ଯନ୍ତ୍ରୀ ବନ୍ଧା ହେଉଛନ୍ତି

    October 15, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.