ଖେଳ ଦେଶ ବିଦେଶ

ଅକ୍ଷରଙ୍କ ସ୍ପିନ ଜାଲରେ ଫସିଲା ଇଂଲଣ୍ଡ, ୧୧୨ ରନରେ ଅଲଆଉଟ୍

ଅହମ୍ମଦାବାଦ ୨୪।୦୨: ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ସର୍ଦ୍ଦାର ବଲ୍ଲଭ ଭାଇ ମୋଟେରା ଷ୍ଟାଡିୟମରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଛି। ଗୋଲାପି ବଲ୍‌ରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତର ସ୍ପିନ ବୋଲିଂ ଆକ୍ରମଣରେ ଧରାଶାୟୀ ହୋଇଛି ଇଂଲଣ୍ଡ। ପ୍ରଥମ ଦିନରେ ଭାରତର ସ୍ପିନ ଜାଲରେ ଫସିଛି ଭ୍ରମଣକାରୀ ଦଳ। ଅକ୍ଷର ପଟେଲ ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ଭ୍ରମଣକାରୀ ଦଳ ଦ୍ଵିତୀୟ ସେସନରେ ହିଁ ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଓପନର ଜ୍ୟାକ୍ କ୍ରାଉଲି ସର୍ବାଧିକ ୫୩ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୬ ଓ୍ଵିକେଟ୍ ନେଇ ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଛନ୍ତି। ଅକ୍ଷର ପଟେଲଙ୍କ ଏହା ହେଉଛି ହୋମ ଗ୍ରାଉଣ୍ଡ।

ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତୃତୀୟ ଓଭରରେ ୨ ରନ ସ୍କୋରରେ ଇଂଲଣ୍ଡକୁ ପ୍ରଥମ ଝଟକା ଲାଗିଥିଲା। ଡୋମିନିକ୍ ସିବଲି ଖାତା ଖୋଲିବା ପୂର୍ବରୁ ଜୀବନର ଶହେ ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଶର୍ମାଙ୍କ ବଲ୍‌ରେ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭିଲିୟ ଫେରିଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ମଧ୍ୟ ଖାତା ଖୋଲି ପାରିନଥିଲେ। ସେ ଅକ୍ଷର ପଟେଲଙ୍କ ପ୍ରଥମ ଶିକାର ହୋଇଥିଲେ। ୨୭ ରନରେ ୨ଟି ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଜୋ ରୁଟ୍ ଓ ଜ୍ୟାକ୍ କ୍ରାଉଲି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ୪୭ ରନ ଯୋଡିଥିଲେ। ହେଲେ ଜୋ ରୁଟ୍‌(୧୭ ରନ)ଙ୍କୁ ଆଉଟ୍ କରି ରବି ଚନ୍ଦ୍ରନ ଅଶ୍ଵିନ ଭାରତକୁ ବହୁତ ବଡ ସଫଳତା ଦେଇଥିଲେ।

ରୁଟ୍‌ଙ୍କ ଆଉଟ୍ ପରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅକ୍ଷର ପଟେଲ ଶାଣିତ ବୋଲିଂ କରି ଭ୍ରମଣକାରୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଅନ୍ୟପଟେ ଭଲ ବ୍ୟାଟିଂ କରୁଥିବା କ୍ରାଉଲି ପଞ୍ଚମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୮୪ ବଲରୁ ୧୦ ଚୌକା ସହ ୫୩ ରନ କରି କ୍ରାଉଲି ଅକ୍ଷର ପଟେଲଙ୍କ ଦ୍ଵିତୀୟ ଶିକାରହୋଇଥିଲେ। ଏହା ପରେ ବେନ ଷ୍ଟୋକ୍ସ(୬ ରନ) ଓ ଜୋଫ୍ରା ଆର୍ଚର(୧୧ ରନ) ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଷ୍ଟୁଆର୍ଟ ବ୍ରଡ(୩ ରନ)ଙ୍କୁ ବୁମରାଙ୍କ ହାତରେ କ୍ୟାଚ୍ କରାଇ ଅକ୍ଷର ପଟେଲ୍ ପଞ୍ଚମ ଓ୍ଵିକେଟ୍ ପୂରଣ କରିଥିଲେ। ବେନ ଫୋକ୍ସ(୧୨ ରନ)ଙ୍କୁ କ୍ଲିନ ବୋଲ୍ଡ କର ଅକ୍ଷର ପଟେଲ ଇଂଲଣ୍ଡର ପ୍ରଥମ ଇନିଂସକୁ ୧୧୨ ରନରେ ସୀମିତ ରଖିଛନ୍ତି। ଇଂଲଣ୍ଡର ୭ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। କ୍ରମାଗତ ଦ୍ଵିତୀୟ ଟେଷ୍ଟରେ ଅକ୍ଷର ପଟେଲ୍ ୫ ଓ୍ଵିକେଟ୍ ହାସଲ କରିଛନ୍ତି। ଏହା ପୂର୍ବରୁ ଚେନ୍ନାଇରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ସେ ୫ ଓ୍ଵିକେଟ୍ ନେଇଥିଲେ।

ଅକ୍ଷର ପଟେଲ୍ ୩୮ ରନ ଦେଇ ୬ ଓ୍ଵିକେଟ୍ ନେବା ସହ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଛନ୍ତି। ଅଶ୍ଵିନ ୨୫ ରନ ଦେଇ ୩ ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ