ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

WhatsApp ରେ ଆରମ୍ଭ ହେଲା ଶପିଂ : ଜାଣନ୍ତୁ ଏହି ଫିଚର ବିଷୟରେ

ନୂଆଦିଲ୍ଲୀ ୧୦/୧୧: WhatsApp ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛି। ଏହି କ୍ରମରେ WhatsApp ଏବେ ଆପ୍‌ରେ ଶପିଂ ବଟନ୍ ଆଡ୍ କରୁଛି। କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେମାନେ ନିଜ ସେଲ୍ ବଢ଼ାଇ ପାରିବେ।

WhatsAppର ଏହି ନୂଆ ଫିଚର ଅନୁସାରେ ୟୁଜର୍ସଙ୍କୁ ବିଜନେସ୍ WhatsApp ଆକାଉଣ୍ଟସ୍ ପ୍ରୋଫାଇଲ୍ ପାଖରେ ଶପିଂ ବଟନ୍ ଦେଖାଯିବ। ଏହି ବଟନ୍ ଷ୍ଟୋର୍ ଆଇକନ୍ ଭଳି ଦେଖାଯିବ। ଏହା ନର୍ମାଲ୍ WhatsApp ଆକାଉଣ୍ଟ ୟୁଜର୍ସ ବିଜନେସ୍ WhatsApp ଆକାଉଣ୍ଟରେ ଦେଖି ପାରିବେ।


ଇନଷ୍ଟାଣ୍ଟ୍ ମ୍ୟାସେଜିଂ ଆପ୍ WhatsApp ମୁତାବକ ପ୍ରତି ଦିନ ୧୭୫ ମିଲିୟନ୍ ଲୋକ ହ୍ବାଟସଆପ୍ ବିଜନେସ୍ ଆକାଉଣ୍ଟରେ ମ୍ୟାସେଜ କରନ୍ତି। କମ୍ପାନୀ ଏହା ମଧ୍ୟ କହିଛି ଯେ ପ୍ରତି ଦିନ ୪୦ମିଲିୟନ ୟୁଜର୍ସ ବିଜନେସ୍ କ୍ୟାଟଲଗ୍ ହ୍ବାଟସଆପରେ ଦେଖିଥାନ୍ତି।


WhatsApp ମୁତାବକ ଶପିଂ ବଟନ୍ ବିଶ୍ବବ୍ୟାପି ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ଜାରି କରାଯାଉଛି। କମ୍ପାନୀ ଏହା ମଧ୍ୟ କହିଛି ଯେ ଏହି ବିଜନେସ୍ ଆକାଉଣ୍ଟରେ ଭଏସ୍ କଲ୍ ବଟନର ସ୍ଥାନ ଦିଆଯିବ। ଭଏସ୍ କଲ୍ ବଟନ୍ ପାଇଁ ୟୁଜର୍ସ କଲ୍ ବଟନ୍ ଉପରେ ଟ୍ୟାପ୍ କରି ଭଏସ୍ ଏବଂ ଭିଡିଓରୁ ବାଛି ପାରିବେ।


WhatsApp ଶପିଂ ବଟନ୍ ବ୍ୟବହାର କରିବା ପାଇଁ ଆପଣଙ୍କୁ ହ୍ବାଟସଆପର ଯେକୌଣସି ବିଜନେସ୍ ଆକାଉଣ୍ଟକୁ ଯିବାକୁ ପଡ଼ିବ। ଏହି ଆକାଉଣ୍ଟ କାହାର ବି ହୋଇପାରେ ଯାହା ଦ୍ବାରା ଆପଣ ନିକଟରେ କୌଣସି ପ୍ରଡକ୍ଟ କିମ୍ବା ସର୍ଭିସ୍ କିଣିବା ପାଇଁ ଆପଣ ମ୍ୟାସେଜ ସେଣ୍ଡ କିମ୍ବା ରିସିଭ କରିଥିବେ।

ବିଜନେସ୍ ଆକାଉଣ୍ଟରେ ଏଠାରେ ଆପଣଙ୍କୁ ଶପିଂ ଆଇକନ୍ ଦେଖିବାକୁ ମିଳିବ। ଏଥିରେ ଟ୍ୟାପ୍ କରି ଆପଣ ସେହି ବିଜନେସ୍ ଦ୍ବାରା ଅଫର କରାଯାଉଥିବା ପ୍ରଡକ୍ଟର କ୍ୟାଟଲଗ୍ ଦେଖି ପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ