ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଏଥର ମୌସୁମୀରେ ଏଲ୍ନିନୋ ପ୍ରଭାବରେ ଦେଶରେ କମ୍ ବର୍ଷା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା, ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଆକଳନ ତାହାକୁ ଭୁଲ୍ ପ୍ରମାଣିତ କରିଛି। ଆଇଏମ୍ଡି କହିଛି, ଏବର୍ଷ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଭାରତର ଅଧିକାଂଶ ସ୍ଥାନ ଯଥା ଉପଦ୍ବୀପ ଅଞ୍ଚଳ, ସଂଲଗ୍ନ ପୂର୍ବ ଓ ଉତ୍ତରପୂର୍ବ ଭାରତ ଓ ଉତ୍ତର-ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ବର୍ଷା ସ୍ବାଭାବିକ ରହିବ। ଅର୍ଥାତ୍ ଓଡ଼ିଶାରେ ମଧ୍ୟ ସ୍ବାଭାବିକ ବର୍ଷା ହେବ। ଦେଶରେ ସ୍ବାଭାବିକ ବର୍ଷା ୯୬% (୫% କମ୍ ବା ଅଧିକ)ହେବ। ତେବେ ଉତ୍ତର-ପଶ୍ଚିମ ଭାରତ, ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭାରତରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ କିମ୍ବା ଏହାଠାରୁ କମ୍ ରହିବ ବୋଲି ଆଇଏମ୍ଡି ପକ୍ଷରୁ ଆକଳନ କରାଯାଇଛି।
ଅନ୍ୟପଟେ ଆସନ୍ତା ମୌସୁମୀରେ ଦେଶରେ ଏଲ୍ନିନୋ (ପ୍ରଶାନ୍ତ ମହାସାଗରର ଏକ ଜଳବାୟୁ ପ୍ରକ୍ରିୟା) ସକ୍ରିୟ ହେବାକୁ ଯାଉଛି। ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏହାର ପ୍ରଭାବ ଅନୁଭୂତ ହେବ। ସାଧାରଣତଃ ଏଲ୍ନିନୋ ବର୍ଷଗୁଡ଼ିକରେ ବର୍ଷା କମ୍ ହେଉଥିବା ଧାରଣା ରହିଥିବା ବେଳେ ଆଇଏମ୍ଡି ଏହାକୁ ଖଣ୍ଡନ କରିଛି। ଆଇଏମ୍ଡି କହିଛି, ସବୁ ଏଲ୍ନିନୋ ବର୍ଷଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇନଥାଏ। ୧୯୫୧ରୁ ୨୦୨୨ ମସିହା ମଧ୍ୟରେ ଏଲ୍ନିନୋ ବର୍ଷଗୁଡ଼ିକର ୪୦% ଭାଗ ସ୍ବାଭାବିକ ବା ଏହାଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଚଳିତ ବର୍ଷ ମୌସୁମୀରେ ଆଇଓଡି (ଭାରତ ମହାସାଗରର ଏକ ଜଳବାୟୁ ପ୍ରକ୍ରିୟା) ପଜିଟିଭ୍ ରହିବ। ସାଧାରଣତଃ ଆଇଓଡି ପଜିଟିଭ୍ ରହିଲେ ରାଜ୍ୟରେ ମୌସୁମୀର ପ୍ରଭାବ ଭଲ ରହିଥାଏ ଓ ବର୍ଷା ଭଲ ହୋଇଥାଏ। ଏଥିସହ ଉତ୍ତର ଗୋଲାର୍ଦ୍ଧ ଓ ୟୁରାସିଆରେ ଚଳିତ ବର୍ଷ ବରଫ କମ୍ ରହିଛି। ୟୁରାସିଆନ୍ ବରଫ ଓ ପଜିଟିଭ୍ ଆଇଓଡି ପ୍ରଭାବରେ ଚଳିତ ବର୍ଷ ମୌସୁମୀରେ ଭଲ ବର୍ଷା ହେବ ବୋଲି ସେ କହିଛନ୍ତି। ଏଣୁ ଏଲ୍ନିନୋ ପ୍ରଭାବରେ କମ୍ ବର୍ଷାର ସ୍ଥିତି ଉପୁଜିବାକୁ ଥିବା ବେଳେ ଏହି ଦୁଇ ପାଣିପାଗ କାରକ ଏଲ୍ନିନୋ ପ୍ରଭାବକୁ ରାଜ୍ୟରେ କ୍ଷୀଣ କରିବେ ଓ ଚଳିତ ମୌସୁମୀରେ ଦେଶ ତଥା ରାଜ୍ୟରେ ସ୍ବାଭାବିକ ବର୍ଷା ହେବ ବୋଲି ଡ. ଦାସ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ