ରାଜ୍ୟ

ଆନ୍ଧ୍ର ନମ୍ବର ଓଡ଼ିଶା ପାଇଁ ତାଜୁବ୍‌! ମାଟ୍ରିକ୍‌ରେ ୬୦୦ରୁ ୬୦୦, ଓଡ଼ିଆରେ ବି ଶହେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର : ଜାଲ୍‌ ସାର୍ଟିଫିକେଟ୍‌ରେ ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) ପଦ ପାଇଁ କରାଯାଇଥିବା ଆବେଦନର ଖୋଳତାଡ଼ ଚାଲିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି। ଆନ୍ଧ୍ରର ଏକ ସ୍କୁଲ୍‌ରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଜଣେ ଆବେଦନକାରୀ ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ୍‌ ୬ଶହରୁ ୬ଶହ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ଓଡ଼ିଆ ଓ ତେଲୁଗୁ ବିଷୟରେ ମଧ୍ୟ ଶହେରୁ ଶହେ ନମ୍ବର ରଖିଛନ୍ତି, ଯାହା ଆହୁରି ତଟସ୍ଥ କଲା ଭଳି। ମାଟ୍ରିକ୍‌ ନମ୍ବର ଆଧାରରେ ଜେଡିଏସ୍‌ ପଦ ପାଇଁ ଚୟନ କରାଯାଉଥିବାରୁ ଓଡ଼ିଶା ସ୍କୁଲ୍‌ରେ ପଢ଼ି କୃତକାର୍ଯ୍ୟ ହୋଇଥିବା ଆବେଦନକାରୀ ପଛରେ ପଡ଼ିବାର ସମ୍ଭାବନା ରହିଛି। ଏହି ପଡ଼ୋଶୀ ରାଜ୍ୟର ବିଚିତ୍ର ମୂଲ୍ୟାୟନ ବ୍ୟବସ୍ଥା ଏବେ ଚିନ୍ତାଜନକ ବିଷୟ ପାଲଟିଛି।

ଏବେ ରାଜ୍ୟ ବାହାର ଜାଲ୍‌ ସାର୍ଟିଫିକେଟ୍‌ ଧରପଗଡ଼କୁ ଜୋର୍‌ଦାର୍‌ କରାଯାଇଛି। ଡାକ ବିଭାଗରେ ଥିବା ଜାଲ୍‌ କର୍ମଚାରୀଙ୍କୁ ଠାବ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଜାରି ରହିଛି। ଇତିମଧ୍ୟରେ ଆନ୍ଧ୍ର ସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଜଣେ ଛାତ୍ର ୬ଶହରୁ ୬ଶହ ମାର୍କ ରଖି ଜିଡିଏସ୍‌ ପାଇଁ ଆବେଦନ କରିଥିବା ଜଣାପଡ଼ିବା ପରେ ଖୋଦ୍‌ ଅଧିକାରୀମାନେ ବିସ୍ମୟ ପ୍ରକାଶ କରିଛନ୍ତି। ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ତୁମ୍ବାଗଡ଼ରେ ରହୁଥିବା ଏହି ଛାତ୍ର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲାର ମଣ୍ଡସାର ଏକ ହାଇସ୍କୁଲରୁ ୨୦୨୦ରେ ମାଟ୍ରିକ୍‌ ପାସ୍‌ କରିଛନ୍ତି। ସେ ସର୍ବମୋଟ୍‌ ୬ଶହ ମାର୍କ ରଖିଛନ୍ତି। ସେ ଓଡ଼ିଆ, ତେଲୁଗୁ, ଇଂରାଜୀ, ଗଣିତ, ବିଜ୍ଞାନ, ‌ସୋସିଆଲ୍‌ ଷ୍ଟଡିଜ୍‌ରେ ଶହେ ଲେଖାଏଁ ମାର୍କ ରଖିଛନ୍ତି। ଓଡ଼ିଆ, ତେଲୁଗୁ ଓ ଇଂରାଜୀ ଭଳି ବିଷୟରେ ଶହେରୁ ଶହେ ମାର୍କ ରଖିଛନ୍ତି। ସେହି ଛାତ୍ର ଜଣକ ଜିଡିଏସ୍‌ ପାଇଁ ଆବଦେନ କରିଛନ୍ତି। ମେରିଟ୍‌ ଅନୁସାରେ ‌ସର୍ବାଧିକ ମାର୍କ ରଖିଥିବା ଛାତ୍ରଙ୍କୁ ଚାକିରି ଦିଆଯାଉଛି। ଏଣୁ ଏହି ଛାତ୍ର ଜଣକ ଚାକିରି ପାଇବା ଏକପ୍ରକାର ଥୟ। ଅନ୍ୟପଟେ ଛାତ୍ରଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ପରେ ତାହା ଠିକ୍‌ ବୋଲି ଜଣାପଡ଼ିଛି। ଏଣୁ ବିଭାଗୀୟ ଅଧିକାରୀ ମଧ୍ୟ ଏ ଦିଗରେ କିଛି ପଦକ୍ଷେପ ନେଇପାରୁ ନାହାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।