ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

TATA ର ହେବ ୩୦ ବର୍ଷ ପୁରୁଣା Bisleri, ୭୦୦୦ କୋଟିରେ ହେବ ଡିଲ୍

ନୂଆଦିଲ୍ଲୀ, ୨୪/୧୧: ଭାରତର ପ୍ରୁମଖ ପ୍ୟାକେଜ୍ ଓ୍ବାଟର କମ୍ପନୀ ବିସଲେରିକୁ କିଣିବ ଟାଟା। ଟାଟା କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ(ଟିସିପିଏଲ) ପ୍ରାୟ ୬୦୦୦-୭୦୦୦ କୋଟିରେ ଏହାକୁ କିଣିବାକୁ ଯାଉଛି। ତେବେ ଟାଟା ବିସଲେରିକୁ କିଣିବା ପରେ ଆଗାମୀ ଦୁଇ ବର୍ଷ ଯାଏଁ ବର୍ତ୍ତମାନର ମ୍ୟାନେଜମେଣ୍ଟ କାମ କରିବ। ବିସଲେରୀ ଭାରର ସବୁଠୁ ବଡ଼ ପ୍ୟାକେଜ୍ ଓ୍ବାଟର କମ୍ପାନୀ ଅଟେ।

ଟାଟାର ହେବ ବିସଲେରି। ଥମ୍ପସ ଅପ୍‌, ଗୋଲ୍ଡ ସ୍ପଟ ଲିମକାକୁ କୋକା-କୋଲାକୁ ବିକିବାର ପ୍ରାୟ ତିନି ଦଶନ୍ଧି ପରେ ରମେଶ ଚୌହାନ ବିସଲେରୀ ଇଣ୍ଟରନାସନାଲକୁ ଟାଟାକୁ ବିକ୍ରି କରିବାକୁ ଯାଉଛନ୍ତି। ୮୨ ବର୍ଷୀୟ ଚୌହାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହୁନଥିବା କାରଣରୁ ଏବଂ ତାଙ୍କର କମ୍ପାନୀର ବିସ୍ତାରକୁ ଆଗାମୀ ସ୍ତରକୁ ନେବା ପାଇଁ ତାଙ୍କ ପାଖରେ ଉତ୍ତରାଧିକାରୀ ନଥିବା କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ରମେଶ ଚୌହାନ। ଚୌହାନ କହିଛନ୍ତି ଯେ ଝିଅ ଜୟନ୍ତିଙ୍କର କାରବାରରେ ରୁଚି ନାହିଁ ଫଳେର ସେ ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ କମ୍ପାନୀ ଟାଟାକୁ ବିକ୍ରି କରିବାକୁ ନେଇ ଚୌହାନ କହିଛନ୍ତି ଯେ, ଟାଟା ଗ୍ରୁପ୍ ଏହାର ଆହୁରି ଭଲ ଭାବରେ ପାଳନ ପୋଷଣ କରିବ। ଅବଶ୍ୟ ବିସଲେରୀକୁ ବିକିବା ଏବେ ବି ଏକ କଷ୍ଟକର ନିଷ୍ପତ୍ତି। ବିସଲେରୀକୁ କିଣିବା ପାଇଁ, ରିଲାଏନ୍ସ ରିଟେଲ, ନେସଲେ ଏବଂ ଡାନନ୍‌ଙ୍କ ସମେତ ଅନ୍ୟ କମ୍ପାନୀମାନେ ମଧ୍ୟ ଦୌଡ଼ରେ ଥିଲେ। କିନ୍ତୁ ଟାଟା ସହ କଥାବାର୍ତ୍ତା ଦୁଇ ବର୍ଷରୁ ଲାଗିରହିଥିଲା ଏବଂ ସେ କିଛି ମାସ ତଳେ ଟାଟା ସନ୍ସର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ ଏବଂ ଟାଟା କଞ୍ଜ୍ୟୁମରର ସିଇଓ ସୁନୀଲ ଡିସୁଜାଙ୍କୁ ଭେଟିଥିଲେ ଏବଂ ଟାଟା ସହ ଡିଲ୍ ନିଶ୍ଚିତ କରିଥିଲେ।

ବିସଲେରୀ ଏକ ଇଟାଲିୟନ ବ୍ରାଣ୍ଡ୍ ଥିଲା ଯାହା ୧୯୬୫ ରେ ମୁମ୍ବାଇରେ ଏହାର ପ୍ଳାଣ୍ଟ ସ୍ଥାପନ କରିଥିଲା। ଚୌହାନ ୧୯୬୯ ରେ ଏହାକୁ ଅଧିଗ୍ରହଣ କରିଥିଲେ। କମ୍ପାନୀର ୧୨୨ ଅପରେସନାଲ ପ୍ଲାଣ୍ଟ ରହିଛି ଏବଂ ଭାରତ ଏବଂ ପଡ଼ୋଶୀ ଦେଶରେ ୪୫୦୦ ଡିଷ୍ଟ୍ରିବ୍ୟୁଟର୍ସ ଏବଂ ୫୦୦୦ ଟ୍ରକ୍‌ ର ନେଟଓ୍ବର୍କ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ