ବିର୍ଲା ଟାୟାର୍ସକୁ କିଣିବା ଦୌଡ଼ରେ ଏକାଧିକ କଂପାନି
ଭୁବନେଶ୍ବର : ଋଣ ପରିଶୋଧ କରି ନପାରିବାରୁ ବିକ୍ରି ହେଉଥିବା ବିର୍ଲା ଟାୟାର୍ସକୁ କିଣିବା ଲାଗି ଏକାଧିକ କଂପାନି ଆଗ୍ରହ ଦେଖାଇଛନ୍ତି। ସିଏଟ୍, ଇଣ୍ଡିଆ ରିସର୍ଜେଣ୍ଟ୍ ଫଣ୍ଡ୍, ଜିନ୍ଦଲ ପାୱାର, ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଓ ଏମ୍ସିପିଆଇ ଭଳି ସଂସ୍ଥା ଏହାକୁ କିଣିବା ଲାଗି ବିଡ୍ ଦାଖଲ କରିଛନ୍ତି। କିଛି ପ୍ରାଇଭେଟ୍ ଇକ୍ବିଟି ଓ ସମ୍ପତ୍ତି ପରିଚାଳନା ସଂସ୍ଥା ମଧ୍ୟ ବିର୍ଲା ଟାୟାର୍ସକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଜିନ୍ଦଲ ପଲି ଫିଲ୍ମସ, ଫାଲ୍କନ୍ ମେରାଇନ୍, […]









