ରସଦିଙ୍କୁ ଆକ୍ରମଣ ଘଟଣା : ମିଳିଲା ଆତତାୟୀର ପରିଚୟ, ନଷ୍ଟ ହୋଇପାରେ ଲେଖକଙ୍କ ଆଖି
ନୂଆଦିଲ୍ଲୀ, ୧୩|୦୮:ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ-ଆମେରିକୀୟ ଲେଖକ ସଲମାନ ରସଦିଙ୍କୁ ପଶ୍ଚିମ ନ୍ୟୁୟର୍କରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସକାଳ ୧୧ଟା ବେଳେ ବୁକର୍ ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚୌତୌକ୍ବା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ମଞ୍ଚରେ ଚଢ଼ି ତାଙ୍କୁ ଛୁରି ଭୁସିଥିଲା। ସଲମାନ ରସଦି ଏବଂ ତାଙ୍କ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ଚାକୁରେ ଆକ୍ରମଣ କରିଥିଲା। ଏଥିରେ ରସଦିଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ତେବେ ତାଙ୍କୁ […]