ଅପରାଧ ରାଜ୍ୟ

ମେଡିକାଲ କଲେଜ ପରିସରରେ ହତ୍ୟାକାଣ୍ଡ: ମା’ ସାମ୍ନାରେ ପୁଅକୁ ହତ୍ୟାକରି ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗୀର: ମା’ ସାମ୍‌ନାରେ ତାଙ୍କ ୨୫ବର୍ଷୀୟ ପୁଅକୁ ହତ୍ୟା କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା କ୍ୟାମ୍ପସ୍‌ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ହତ୍ୟାକାରୀ ଫେରାର୍‌ ହୋଇଯାଇଛି। ଅନ୍ୟପଟେ, ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ହେଲେ, ବଲାଙ୍ଗୀର ସୁଦପଡ଼ାର ଅଜୁ ଦୋରା। ସବୁଦିନ ଭଳି ଆଜି ସକାଳ ୫.୧୫ମି.ରେ ମା’ ଜୟନ୍ତୀଙ୍କ ସହିତ ଏକ ସ୍କୁଟିରେ ହସ୍ପିଟାଲ ପରିସରରେ ଇଡ୍‌ଲି ବିକ୍ରି କରିବା ପାଇଁ ଆସୁଥିଲେ ଅଜୁ। କିନ୍ତୁ, ଆଜି […]

ଅପରାଧ ରାଜ୍ୟ

ଟ୍ରକ୍ ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପରିବାର ଲୋକ

ଆଠମଲ୍ଲିକ ୧୭।୮: ଟ୍ରକ୍ ଧକ୍କାରେ ଶ୍ରମିକ ମୃତ । କ୍ଷତିପୂରଣ ଦାବି ନେଇ ଆଠମଲ୍ଲିକ ଥାନାରେ ଜଣାଇଲେ ପରିବାର ଲୋକ । ଆଠମଲ୍ଲିକ ଏନଏସି ୧୧ ନମ୍ବର ୱାର୍ଡ ବାସିନ୍ଦା ରବି ମହାକୁଡ଼ ମାଧପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରେ ଶ୍ରମିକ ହିସାବରେ କାମ କରୁଥିଲେ । ସେ ବ୍ୟବସାୟୀଙ୍କ ଟ୍ରକ୍‌ରେ ଧାନ ଆଣିବା ପାଇଁ ଦୁଢୁମ ଗ୍ରାମକୁ ଯାଇଥିଲେ । ଗ୍ରାମରେ ଛିଡା ହୋଇଥିବା ସମୟରେ ସେ ଯାଇଥିବା ଟ୍ରକ୍‌ଟି ପଛକୁ ବ୍ୟାକ୍ କରୁଥିବା ସମୟରେ […]

ଅପରାଧ ରାଜ୍ୟ

ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ବାରିପଦା ୧୭/୦୮: ଅଭିଯୁକ୍ତକୁ ଗିରଫ ଦାବିକରି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଆଦିବାସୀ ମାଶା ଆର୍ମି ସମେତ ବିଭିନ୍ନ ଆଦିବାସୀ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି । କୁଳିଅଣା ଥାନା ରୀତୟନି ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରକୁ ପ୍ରିନସିପାଲଙ୍କ ସାନ ଭାଇ ମାଡ଼ ମାରୁଥିବା ଭିଡିଓ ଭାଇରଲ ହୋଇଥିଲା । ଅଭିଯୋଗ ଅନୁସାରେ ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲାଙ୍କ ଆଡିମିଟ କାର୍ଡ ଆସିବା ବଦଳରେ ଫିଟର ଟ୍ରେଡ଼ ଆଡିମିଟକାର୍ଡ ଆସିଥିଲା । […]

ଅପରାଧ ରାଜ୍ୟ

ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର

ଜଳେଶ୍ୱର ୧୭/୦୮: ରାସ୍ତା କଡରେ ଛିଡା ହୋଇ ଚକ ବଦଳ କରୁଥିବା ଏକ ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରକ । ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ । ଏହାସହ ୪ରୁ ଅଧିକ ଗୁରୁତର । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଂଚଳରୁ ତୀର୍ଥଯାତ୍ରୀ ବସ ଯାତ୍ରୀ ନେଇ ପୁରୀ ଆସୁଥିଲା । ଏହି ସମୟରେ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନ ଜାତୀୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ନାମଲେଖା: ଆଜି ପ୍ରଥମ ମେଧା ତାଲିକା

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ(ଯୁକ୍ତ୨ ପ୍ରଥମ ବର୍ଷ) ଶ୍ରେଣୀରେ ନାମଲେଖା ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ କେଉଁ କଲେଜରେ ପଢ଼ିବା ଲାଗି ଯୋଗ୍ୟତା‌ ଅର୍ଜନ କରିଛନ୍ତି ସେସମ୍ପର୍କରେ ଜାଣିପାରିବେ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୧୯ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଚଳିତବର୍ଷ […]

ଅପରାଧ ଦେଶ ବିଦେଶ

ପ୍ଲାଷ୍ଟିକ କାରଖାନାରେ ନିଆଁ, ୬ ଜିଅନ୍ତା ଜଳିଗଲେ

ଢାକା: ବଙ୍ଗଳାଦେଶର ରାଜଧାନୀ ଢାକାର ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ୬ଜଣ ଜିଅନ୍ତା ଜଳି ଯାଇଛନ୍ତି। ଢାକାର ଚୌକବଜାର ଅଞ୍ଚଳରେ ଅପରାହ୍ନରେ ଏହି ଘଟଣା ଘଟିଛି। କାରଖାନାର ତଳ ମହଲାରେ ବାରିସାଲ ହୋଟେଲ ରହିଛି। ଏଠାରେ ରୋଷେଇ ଚାଲିଥିବାବେଳେ ଏକ ସିଲିଣ୍ଡର ହଠାତ ବିସ୍ଫୋରଣ ହୋଇଥିଲା। ଫଳରେ ହୋଟେଲର ଚାରିଆଡେ ନିଆଁ ବ୍ୟାପୀ ଯାଇଥିଲା। ସେଠାରେ କାମ କରୁଥିବା ୬ କର୍ମଚାରୀ କୁଆଡେ ଯାଇପାରି ନଥିଲେ। ଫଳରେ ନିଆଁରେ ପୋଡି […]

ଅପରାଧ ଦେଶ ବିଦେଶ

ବବି କଟାରିଆଙ୍କ ନାମରେ ରୁଜୁ ହେଲା ମାମଲା, ଦୋଷୀ ସାବ୍ୟସ୍ତ ହେଲେ ଭୋଗିପାରନ୍ତି ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଖ୍ୟାତନାମା ବଡିବିଲଡର ବବି କାଟାରିଆଙ୍କୁ ବିମାନ ଭିତରେ ଧୂମପାନ କରିବା ଘଟଣା ମହଙ୍ଗା ପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ଗୁରୁବାର ଦିନ ଏକ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ବଡିବିଲଡର ବବି କାଟାରିଆ ଧୂମପାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଜି ଆଇଜି ବିମାନବନ୍ଦର ପୁଲିସ ଷ୍ଟେସନରେ ୟୁଟ୍ୟୁବର୍ ବବି କାଟାରିଆଙ୍କ ବିରୋଧରେ ପୁଲିସ ଏକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆସନ୍ତା ୬ ମାସ ଭିତରେ ଭାରତକୁ ଆସିବ ଓମିକ୍ରନ ଭ୍ୟାକ୍ସିନ: ଆଦର ପୁନାୱାଲା

ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଏଣ୍ଟ ପାଇଁ ପ୍ରଥମ ଦେଶ ଭାବେ ବ୍ରିଟେନ୍ ଟିକା ବାହାର କରିଛି। ଆଉ ଏହାର କ୍ଲିନିକାଲି ପରୀକ୍ଷଣ ପରେ ଭିଭାଲେଣ୍ଟ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏପରି ଅନୁମତି ଦେବାରେ ବ୍ରିଟେନ୍ ବିଶ୍ୱରେ ପ୍ରଥମ। ତେବେ ଖୁବ୍‌ଶୀଘ୍ର ଭାରତକୁ ମଧ୍ୟକ ଓମିକ୍ରନ ନିରୋଧୀ ଟିକା ଆସିବ ବୋଲି ଭ୍ୟାକ୍ସିନ ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି। ଆସନ୍ତା ୬ ମାସ ଭିତରେ ଓମିକ୍ରନର ସବ୍‌ […]

ଅପରାଧ ଦେଶ ବିଦେଶ

ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ

ନୂଆଦିଲ୍ଲୀ, ୧୬|୦୮: ଭୟଙ୍କର ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ । ପ୍ରାଣ ହରାଇଲେ ପରିବାରର ସ୍ୱାମୀ-ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୈନପୁରୀରେ । ସୂଚନାନୁସାରେ, ସୋମବାର ରାତିରେ ଏକ ଟ୍ରକ୍ ମୈନପୁରୀରୁ କାନପୁର ଅଭିମୁଖେ ଯାଉଥିଲା । କିନ୍ତୁ ରାସ୍ତାରେ ଏହା ନିୟନ୍ତ୍ରଣ ହରାଇ ଏକ ଘରେ ପଶିଯାଇଥିଲା । ଘରେ ସେହି ସମୟରେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀ ଥିଲେ । ଶୋଇଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୬|୦୮: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି। ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୯ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]