ଅପରାଧ ରାଜ୍ୟ

ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ! ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ ୧୦।୦୯ : ଛାତ୍ରଙ୍କୁ ରାଗିଂ ଅଭିଯୋଗ। ରାଗିଂରେ କଥା ସହିନପାରି ଆତ୍ମହତ୍ୟା ଊଦ୍ୟମ। ବିଷ ପିଇ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର । ଅଵସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ପୂର୍ଣ୍ଣଚନ୍ଦ୍ର ଆଇଟିଆଇ କଲେଜରେ ଘଟିଛି ଏହି ଅଘଟଣ । ଖବର ଅନୁଯାୟୀ, ଭଦ୍ରକରେ ଆଇଟିଆଇ କଲେଜ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ରାଗିଂ ସହିନପାରି ଛାତ୍ର ଜଣଙ୍କ […]

ଅପରାଧ ରାଜ୍ୟ

ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ତିନି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୦।୦୯: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ। ୟୁନିଟ-୮ ନାରାୟଣ ବସ୍ତିରେ ଘଟିଛି ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷରୁ ଘଟିଛି ହତ୍ୟାକାଣ୍ଡ। ତିନି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଲେଡି ଡନ୍ ଓ ତାଙ୍କ ସ୍ୱାମୀଙ୍କ ସମେତ ଅନ୍ୟ ସହଯୋଗୀ । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଖବର ଅନୁଯାୟୀ, ୟୁନିଟ-୮ ନାରାୟଣ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି । ବିଚ୍ ରାସ୍ତାରେ ଯୁବକଙ୍କୁ […]

ଅପରାଧ ରାଜ୍ୟ

ବାଲ୍ୟ ବିବାହ ପାଇଁ ଚାଲିଥିଲା ଯୋଜନା; ନାବାଳିକାଙ୍କୁ ଉଦ୍ଧାର କଲା ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ଟିମ୍‌

ନୀଳଗିରି ୦୯/୦୯: ବାଲ୍ୟ ବିବାହ ବେଳେ ବାଲେଶ୍ଵର ଚାଇଡ଼ଲଲାଇନ ଚଢ଼ଉ କରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଗୁଡ଼ିପାଟଣା ଗାଁରେ ଏଭଳି ଘଟଣା ଘଟିଛି। ଆଜି ଏହି ଗାଁର ଜନୈକ ନାବାଳିକା ଜଣେ ନାବାଳକଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ପଳାଇ ଯାଇଥିଲେ।ପୁଣି ଘରକୁ ଆସି ବିବାହ କରିବାକୁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଏହି ଖବର ପାଇ ଚାଇଲଡ଼ ଲାଇନ ଚଢ଼ାଉ କରି ଉଭୟଙ୍କୁ ଉଦ୍ଧାର କରି ନୀଳଗିରି ଥାନାରେ ଜିମା ଦେଇଥିଲେ। ବେଆଇନ ଭାବେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଓଡ଼ିଆ ପ୍ରଫେସର

ଭୁବନେଶ୍ବର : ବିଶିଷ୍ଟ ସମାଲୋଚକ, ଗବେଷକ ପ୍ରଫେସର ଉଦୟନାଥ ସାହୁ ତିନିଟି ଭାଷାରେ ମହାଭାରତ ଓ ଶ୍ରୀମଦ୍‌ଭାଗବତର ତୁଳନାତ୍ମକ ଅଧ୍ୟାୟନ ରଚନା କରି ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୨’ରେ ସ୍ଥାନ ପାଇବାର ଗୌରବ ଲାଭ କରିଛନ୍ତି। ଏହି ସ୍ବୀକୃତି ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସାହିତ୍ୟିକ। ‘ବୁକ୍ ଅଫ୍ ରେକର୍ଡସ୍‌’ ସଂସ୍ଥାର ଭିଏତନାମ ସ୍ଥିତ ହୋ ଚି ମିନ୍ ସହରରେ ଥିବା ମୁଖ୍ୟାଳୟ ତରଫରୁ ଗତ ୭ ତାରିଖରେ ତାଙ୍କୁ ଏକ ଫଳକ ଓ […]

ଅପରାଧ ରାଜ୍ୟ

ଦାମୀ କମ୍ପାନି ଖୋଳରେ ନକଲି ଔଷଧ, କଟକର ୧୦ଟି ସ୍ଥାନରେ ଚଢଉ

କଟକ : ଦାମୀ କମ୍ପାନି ଖୋଳରେ ବିକ୍ରି ହେଉଛି ନକଲି ଔଷଧ। ଗତ ୩ଦିନ ଧରି ଚାଲିଥିବା ଛାନ୍‌ଭିନ୍‌ରୁ ଏହିଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଗଲା ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗତକାଲି ବିଜ୍ଞପ୍ତି ଜାରି ହେବାପରେ ଆଜିସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି। କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି […]

ଅପରାଧ ରାଜ୍ୟ

୧୫୦ କୋଟିର ଏମ୍‌କେସିଜି ସୁପର୍‌ସ୍ପେସାଲିଟି ବ୍ଲକ୍‌ ଅସୁରକ୍ଷିତ: ଅଗ୍ନିକାଣ୍ଡ ପରେ ସିଲିଂ ଖସିଲା

ବ୍ରହ୍ମପୁର : ଏମ୍‌କେସିଜିର ସୁପର୍‌ସ୍ପେସାଲିଟି ବ୍ଲକ୍‌ ଏବେ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇ ଅତ୍ୟାଧୁନିକ କୋଠାରେ ନାନା ଦୁର୍ଘଟଣା ଘଟୁଛି। ଅଗ୍ନିକାଣ୍ଡ ପରେ ଆଜି ଭୋର୍‌ରେ ବ୍ଲକ୍‌ର ପଞ୍ଚମ ମହଲା ଛାତରୁ ସିଲିଂ ଖସିଛି। ଏହି ଘଟଣାରେ କେହି ଆହତ ହୋଇ ନଥିଲେ ସୁଦ୍ଧା ରୋଗୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। କେନ୍ଦ୍ର ସରକାରଙ୍କ ପିଏମ୍‌ଏସ୍‌ଏସ୍‌ୱାଇରେ ଏମ୍‌କେସିଜି ପରିସରରେ ପ୍ରାୟ ୧୫୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁପର୍‌ସ୍ପେସାଲିଟି ବ୍ଲକ୍‌ ତିଆରି କରାଯାଇଛି। […]

ଅପରାଧ ରାଜ୍ୟ

ବେଆଇନ୍ ଗୋ-ଚାଲାଣ ବେଳେ ଅଘଟଣ, ଟ୍ରକ ଚାପାରେ ୧୫ ଗୋରୁ ମୃତ

କେନ୍ଦୁଝର ୦୯/୦୯: କେନ୍ଦୁଝରରେ ବେଆଇନ୍ ଗୋରୁ ଚାଲାଣ କରାଯାଉଥିବା ସମୟରେ ଟ୍ରକ ଚାପାରେ ୧୫ ଗୋରୁ ମୃତ ୩ ଗୋରୁ ଗୁରୁତର । ଆଜି ଭୋର ପ୍ରାୟ ସାଢ଼େ ତିନିଟା ସମୟରେ ପ୍ରାୟ ୫୦ ରୁ ୬୦ ଗୋରୁଙ୍କୁ ବେଆଇନ ଭାବେ ୪୯ ନମ୍ବର ଜାତୀୟ ରାଜପଥରେ ଚଲାଇ ଚଲାଇ ନିଆଯାଉଥିଲା । ଏହି ସମୟରେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଗୋରୁଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ […]

ଅପରାଧ ରାଜ୍ୟ

ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ

ବ୍ରହ୍ମପୁର ୦୯/୦୯: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ନକଲି ବିଦେଶୀ ମଦ ଜବତ । ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ନକଲି ମଦ ଜବତ କରିଛି । ଗତ କିଛି ଦିନ ହେଲା ଏଠାରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ ଚଲାଉ ଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି । ଘଟଣାର ଅଧିକ ଖୋଳତାଡ କରୁଛି ଅବକାରୀ ବିଭାଗ । ସୂଚନା […]

ଅପରାଧ ରାଜ୍ୟ

ମାତିଛନ୍ତି ଚୋର, ଦଣ୍ଡକାଳୀ ମନ୍ଦିରରେ ବୁଲାଇଲେ କଳାକନା

ସାନଖେମୁଣ୍ଡି ୦୯/୦୯: ପୋଲିସର ନିଦ ହଜାଇଲେଣି ଚୋର ଗ୍ୟାଙ୍ଗ । ପୂର୍ବରୁ ଘର ଏବେ ମନ୍ଦିର, ଅର୍ଥାତ ମନ୍ଦିର ଉପରେ ପଡିଛି ଚୋରଙ୍କ ଲୋଲୁପ ଦୃଷ୍ଟି । ପ୍ରତିଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଚୋରି ହେବାର ଖବର ସାମ୍ନା କୁ ଆସୁଛି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ମା’ ଦଣ୍ଡ କାଳୀ ମନ୍ଦିରରୁ କିଛି ଦୁର୍ବୁତ୍ତ ଲୁଟ କରି ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ […]

ଅପରାଧ ରାଜ୍ୟ

ବାରିପଦା ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ : ସକାଳେ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଲେ, ରାତିରେ ଦୋକାନୀଙ୍କଠୁ ଲୁଟିଲେ ସୁନାଗହଣା

ବାରିପଦା, ୦୯|୦୯: ସକାଳେ ସୁନା ଚେନ୍ ଝାମ୍ପିଲେ । ରାତିରେ ଦୋକାନୀଙ୍କୁ ଲୁଟିଲେ । ବାରିପଦା ପୋଲିସକୁ ଛିନତାଇ ଗ୍ୟାଙ୍ଗ୍‌ର ଖୋଲା ଚ୍ୟାଲେଞ୍ଜ୍। ଗୁରୁବାର ସକାଳେ ବାରିପଦା ସଦର ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଘଟଣା ପରେ ଏବେ ରାତିରେ ଟାଉନ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଉ ଏକ ଲୁଟ୍ ହୋଇଛି। ରାତି ୯ଟା ୩୦ ସମୟରେ ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ଟଙ୍କା […]