ଦୁର୍ଗାପୂଜା ଛୁଟି ପୂର୍ବରୁ ସ୍ବତନ୍ତ୍ର ପିଟିଏମ୍
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଜାରି ରହିଥିବା ସ୍କୁଲ ରୂପାନ୍ତରୀକରଣ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିବାକୁ ଗତ ୧୦ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍) ଅନୁଷ୍ଠିତ ହୋଇଥିଲା। ମାତ୍ର ଅଧିକାଂଶ ବିଦ୍ୟାଳୟରେ ଅଭିଭାବକ ନ ଆସିବାରୁ ବୈଠକ ଶତ ପ୍ରତିଶତ ସଫଳ ହୋଇନାହିଁ। ଏନେଇ ଜଣାପଡ଼ିବା ପରେ ଓସେପା ପକ୍ଷରୁ ଗତକାଲି ଜିଲ୍ଲା ଶିକ୍ଷା […]