ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ, କୀଟନାଶକ ଖାଇ ଚାଲିଗଲା ଜୀବନ !

କୁଚିଣ୍ଡା ୦୬।୧୦ : ପୁଣି ୨ଟି ହାତୀର ମୃତଦେହ ଠାବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଛି ଦୁଇଟି ହାତୀର ମୃତଦେହ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବଡ଼ରମା ରେଞ୍ଜ ଭୂତେଲ ସେକ୍ସନ ତିଲେଇମାଲ ନିକଟରେ ଗୋଟିଏ ଦନ୍ତା ଓ ଗୋଟିଏ ମାଇ ହାତୀ ପଡିଥିବାର ଦେଖିବାକୁ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲା । ବନବିଭାଗ ଖବର ପାଇ ଘଟଣାସ୍ଥଳରେ […]

ଅପରାଧ ରାଜ୍ୟ

ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର

ରାୟଗଡ଼ା ୦୬।୧୦ : ରାୟଗଡ଼ା ଗୁମ୍ମା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ରାୟଗଡ଼ାରୁ କୋରାପୁଟ ଯିବା ସମୟରେ ଅଧାରାସ୍ତାରେ ଏକ ବାଇକ ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ସ୍ୱାମୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୬।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୬୪୨କୁ ବୃଦ୍ଧି ପାଇଛି । ଏନେଇ […]

ଦେଶ ବିଦେଶ ମନୋରଞ୍ଜନ

ଋଷଭ ପନ୍ତଙ୍କ ଜନ୍ମଦିନରେ ଉର୍ବଶୀ ଦେଲେ ଫ୍ଲାଇଂ କିସ୍‌, ଟ୍ରୋଲର୍ସ କଲେ ଟ୍ରୋଲ୍‌

ମୁମ୍ଵାଇ ୦୫।୧୦: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌଉତେଲା। ସେ ତାଙ୍କ ଲୁକ୍‌ ଓ ଷ୍ଟାଇଲ୍‌ ପାଇଁ ବେଶ୍‌ ଲୋକପ୍ରିୟ। ହେଲେ ଏବେ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଟ୍ରୋଲର ଟାର୍ଗେଟକୁ ଆସିଛନ୍ତି। ସେ ଏକ ଜନ୍ମଦିନ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଉର୍ବଶୀଙ୍କର ଏକ ଭିଡିଓ ଅଛି । ଯେଉଁଥିରେ ସେ ନାଚୁଛନ୍ତି ଏବଂ ଫ୍ଲାଇଙ୍ଗ୍ କିସ୍‌ ଦେଉଥିବାର ନଜର ଆସିଛନ୍ତି । ହେଲେ ଉର୍ବଶୀ କାହାର ନାମ ଲେଖି ନାହାଁନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ଏଜାଜ୍‌ ଖାନ୍‌ ସହ ପବିତ୍ର ପୁନିଆ ଲୁଚିଛପି କଲେ ନିର୍ବନ୍ଧ, ଦେଖାଇଲେ ଡାଇମଣ୍ଡ ରିଙ୍ଗ୍

ମୁମ୍ଵାଇ ୦୫।୧୦: ଲୋକପ୍ରିୟ ଦମ୍ପତି ଏଜାଜ ଖାନ ଏବଂ ପବିତ୍ର ପୁନିଆ ପୁଣି ଥରେ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏନେଇ ପବିତ୍ର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି। ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏବେ ଭାଇରାଲ୍‌ ହେବାରେ ଲାଗିଛି। କହିବାକୁ ଗଲେ ଏଜାଜ୍ ଖାନ୍-ପବିତ୍ର ପୁନିଆଙ୍କ ପ୍ରେମ କାହାଣୀ ‘ବିଗ୍ ବସ୍ ୧୪’ରୁ ଘରୁ ଆରମ୍ଭ ହୋଇଥିଲା। ଯାହା […]

ଅପରାଧ ରାଜ୍ୟ

ଧରାପଡିଲା ଚୋର, ଖୁଣ୍ଟରେ ବାନ୍ଧି ଛେଚିଲେ ଗାଁଲୋକେ

ଯାଜପୁର ୦୫।୧୦ : ଧରାପଡିଲା ଚୋର । ଖୁଣ୍ଟରେ ବାନ୍ଧି ମାଡମାରିଲେ ସ୍ଥାନୀୟଲୋକେ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । ଖବର ଅନୁଯାଯୀ, ଯାଜପୁର ମଙ୍ଗଳପୁର ଥାନା ଜୟନ୍ତୀରା ପଞ୍ଚାୟତରେ କିଛି ଦିନ ତଳେ ୫ଟି ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ବହୁ ଖୋଜାଖୋଜି ପରେ ବି କୌଣସି ଲୁଟେରାକୁ କରିବାରେ ସଫଳ ହୋଇନଥିଲା ପୋଲିସ । ଶେଷରେ ମଙ୍ଗଳବାର […]

ଅପରାଧ ଦେଶ ବିଦେଶ

ଦୁର୍ଘଟଣାରେ ଗୁରୁତରଙ୍କୁ ନେବାକୁ ରାସ୍ତାରେ ଛିଡା ହୋଇଥିଲା ଆମ୍ୱୁଲାନ୍ସ: ପିଟିହେଲା ଦ୍ରୁତ ଗତିରେ ଆସୁଥିବା କାର୍, ୫ ମୃତ

ମୁମ୍ୱାଇ ୦୫/୧୦: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ବଡ଼ ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ପ୍ରାୟ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାନ୍ଦ୍ରା ଠାରୁ ୱର୍ଲି ଯାଉଥିବା ରାସ୍ତାରେ ଘଟିଛି ଦୁର୍ଘଟଣା । ପୂର୍ବରୁ ସେହି ସ୍ଥାନରେ ଏକ ଦୁର୍ଘଟଣା ଘଟିଥିଲା । ​​ଯେଉଁଥିରେ ଆହତ ଲୋକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା । […]

ଅପରାଧ ରାଜ୍ୟ

ଶୌଚ ହେବାକୁ ନେଇ ଝଗଡ଼ା; ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର

ନୂଆପଡ଼ା ୦୫/୧୦: ଶୌଚ ହେବାକୁ ନେଇ ଗଣ୍ଡଗୋଳ। ଏହି ଝଗଡ଼ା ଉଗ୍ରରୂପ ନେବାରୁ ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର। ଖଡିଆଳ ଥାନା ପୁଟୁପଡାରେ ଏପରି ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସାହୁପଡ଼ାର ୨ଜଣ ଲୋକ ପୁଟୁପଡା କଲେଜ୍‌ ରୋଡରେ ଶୌଚହେବା ବେଳେ ସ୍ଥାନୀୟ ଦୁଇଜଣ ବାସିନ୍ଦା ସେମାନଙ୍କୁ ସେଠାରେ ଶୌଚ ହେବାକୁ ମନା କରିଥିଲେ। ପରେ ଏହାକୁ ନେଇ ସେମାନଙ୍କ ଝଗଡ଼ା ହେବା ସହିତ ମଧ୍ୟରେ ସହ ଧସ୍ତାଧସ୍ତି ହୋଇଥିଲା। ପରେ ଏହି ଝଗଡ଼ା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୫।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୫୯୩କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ଜେସିବିକୁ ଧକ୍କା ଦେଲା ଗାଡ଼ି; ଜଣେ ମୃତ, ୩ ଗୁରୁତର

ନିଶ୍ଚିନ୍ତକୋଇଲି ୦୫/୧୦: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ହେତୁ ଜଣେ ମୃତ ୩ ଗୁରୁତର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତାର ଲୁଣା ନଦୀ ପୋଲ ପାଖରେଏପରି ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଗୋଟିଏ ମହିନ୍ଦ୍ରା କମ୍ପାନୀର ଥର୍ ଗାଡ଼ି, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବିକୁ ଧକ୍କା ଦେଇଥିଲା। ଫଳରେ ଥର୍ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ […]