ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ, ସୁଇସାଇଡ୍ ନୋଟ୍ରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ…
ସମ୍ବଲପୁର ୧୮।୧୦ : ଟ୍ରେନ୍ ଲାଇନ୍କୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ନିକଟସ୍ଥ ଭାଲୁଡୁଙ୍ଗୁରୀ ରେଳ ଲାଇନ୍ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍ ମିଳିଥିବା ସୂଚନା । ସୂଚନା ଅନୂଯାୟୀ, ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କ୍ଷୀରୋଦ କୁମାର ନାଥ। ସେ ଟାମ୍ପରେକଲା ଗାଁର ବାସିନ୍ଦା। ଗତ ଜୁନ୍ ମାସରେ ସେ ଟାମ୍ପରକେଲା ହାଇସ୍କୁଲରୁ ଅବସର ନେଇଥିଲେ। […]
