ଅପରାଧ ରାଜ୍ୟ

୭ଟି କଣ୍ଟେନର ଜବତ, ୫୦୦ରୁ ଅଧିକ ଗୋରୁ ଉଦ୍ଧାର

ଜଳେଶ୍ୱର ୦୫।୧୧ : ୭ଟି ଗୋରୁ ବୋଝେଇ କଣ୍ଟେନର ଜବତ, ୫୦୦ରୁ ଅଧିକ ଗୋରୁ ଉଦ୍ଧାର। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସ ୭ଟି କଣ୍ଟେନର ଜବତ କରିଛି, ସେଥିରୁ ୫୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଦଲାଲ ମାନଙ୍କ ଦ୍ୱାରା ଗୋରୁ ଚୋରା ଚାଲାଣ ହେଇ ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ […]

ଅପରାଧ ରାଜ୍ୟ

ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ଆକ୍ରମଣ, ଯୁବକଙ୍କ ବିରୋଧରେ ଥାନାରେ ମାମଲା

ସାନଖେମୁଣ୍ଡି, ୦୪/୧୧: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ବନ ବିଭାଗର ପାରା କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ। ପାରା ଷ୍ଟାଫ କୃଷ୍ଣଚନ୍ଦ୍ର ଜେନା ଏବଂ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଅଚାନକ ଜଣେ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ କରିଥିବା ଯୁବକ ଜଣଙ୍କ ନୂଆପଡା ସେକ୍ସନ ବମକେଇ ବିଟର ଫରେଷ୍ଟ ଗାର୍ଡ ଯମୁନା ଯାନୀଙ୍କ ସ୍ୱାମୀ ବୋଲି ଜଣାପଡିଛି । ତେବେ ସେ […]

ଅପରାଧ ରାଜ୍ୟ

ରକେଟ୍‌ ବାଣ ଫୁଟାଇବା ବେଳେ ଅଘଟଣ, ଜଳିଗଲା ଯୁବକଙ୍କ ମୁହଁ

ସୋର,୦୪/୧୧: ବାଣ ଫୁଟି ଜଣେ ଯୁବକଙ୍କ ମୁହଁ ଜଳିଯାଇଛି l ଖଇରା ବ୍ଲକ କ୍ଷୀରପଦା ଗ୍ରାମରେ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି l ଶୋଭାଯାତ୍ରାରେ ଉକ୍ତ ଗାଁର ଯୁବକ ସେକ ସକରାଉଦ୍ଦୀନ ରକେଟ ବାଣ ଫୁଟାଉଥିବା ବେଳେ ବାଣଟି ମୁହଁରେ ଫୁଟିବାରୁ ସେ ଗୁରୁତର ହୋଇପଡିଥିଲା l ଫଳରେ ଯୁବକଙ୍କ ମୁହଁ ଜଳିଯାଇଛି l ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର […]

ଅପରାଧ ରାଜ୍ୟ

ବାଘମାରି ନିକଟରେ ଓଲଟିଲା ବସ୍‌; ୧୨ ଆହତ, ୨ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଘମାରି ନିକଟରେ ଆଜି ଭୋର୍‌ ସମୟରେ ଏକ ବସ୍‌ ଓଲଟି ପଡିବାରୁ ୧୨ ଆହତ ହୋଇଥିବା ସୂଚନା ମିଳିଛି।। ବସ୍‌ଟି ‌ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ବାଘମାରି ନିକଟରେ ଓଲଟି ପଡିଥିଲା। ଫଳରେ ୧୨ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ […]

ଅପରାଧ ରାଜ୍ୟ

ଜଳେଶ୍ଵରରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଗିରଫ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଥାନା ଅଧୀନସ୍ଥ ମହମ୍ମଦ ନଗର ପାଟଣା ପଞ୍ଚାୟତ କୁବାଡିଆ ଗ୍ରାମରେ ନିଜ ସ୍ତ୍ରୀକୁ ପିଟିପିଟି ମାରିଦେଇଛି ସ୍ଵାମୀ। ଆଜି ମହା ପଞ୍ଚକ ପର୍ବ ଆରମ୍ଭ ହେଉଥିବା ବେଳେ ଏପରି ଘଟଣାକୁ ନେଇ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁବାଡିଆ ଗ୍ରାମର କନ୍ଦା କିସ୍କୁଙ୍କ ସହ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି। ଏହି କାରଣରୁ ବିଭିନ୍ନ ସମୟରେ କନ୍ଦା ତାଙ୍କ ପତ୍ନୀ ଦୁର୍ଗୀ(୨୦)ଙ୍କୁ ଶାରୀରିକ […]

ଅପରାଧ ରାଜ୍ୟ

ଦୁଇଭାଇଙ୍କୁ ଦଳିଦେଲା ଦନ୍ତା: ପିତାମାତା ବି ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଭଉଁରା ଗ୍ରାମ ନିକଟରେ ଥିବା ଏକ ଇଟାଭାଟିରେ ହାତୀ ଆକ୍ରମଣରେରେ ଦୁଇ ଶିଶୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପିତାମାତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇ ଶିଶୁ ଦୁଇ ଭାଇ ହୋଇଥିବା ବେଳେ ସେମାନଙ୍କ ନାମ ଧନଞ୍ଜୟ ସତନମୀ(୯) ଏବଂ ଅଭୟ ସତନମୀ(୧୧) ବୋଲି ଜଣାଯାଇଛି। ମୃତ ଶିଶୁଙ୍କ ମାତା ଲେହେରାବାଈ ସତନମୀ ଏବଂ ପିତା ଉମେଶ ରାମ ସତନମୀଙ୍କୁ ଝାରସୁଗୁଡ଼ା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ପଞ୍ଚୁକ ଆରମ୍ଭ: ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ: ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏହି ଅବସରରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରୁଛନ୍ତି। ଏଣେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ପଞ୍ଚୁକର ପ୍ରଥମ ଦିନ ବଡ଼ ଏକାଦଶୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ପଞ୍ଚୁକର ଏହି ୫ ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ […]

ଅପରାଧ ଦେଶ ବିଦେଶ

ବେତୁଲ୍‌ରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍‌-କାର୍‌ ମୁହାଁମୁହିଁ ଧକ୍କାରେ ୧୧ ମୃତ

ବେତୁଲ୍‌, ୦୪/୧୧: ମଧ୍ୟ ପ୍ରଦେଶର ବେତୁଲ୍‌ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି । ଏକ ଏସ୍‌ୟୁଭି ଗାଡ଼ି ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବେତୁଲ୍‌ର ଝଲ୍ଲର ପୋଲିସ୍‌ ଷ୍ଟେସନ୍‌ ପାଖରେ ଦୁଇ ପାର୍ଶ୍ୱରୁ ଆସୁଥିବା ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ […]

ଖେଳ ରାଜ୍ୟ

ରାଜ୍ୟସ୍ତରୀୟ ଜୁନିୟର ହକି ପ୍ରତିଯୋଗିତା: ପୁରୀକୁ ୭-୦ ଗୋଲରେ ହରାଇଲା ଜଗତସିଂହପୁର ଟିମ୍

ଜଗତସିଂହପୁର, ୩/୧୧ : ଜଗତସିଂହପୁର ଜିଲ୍ଲାର ଜୁନିଅର ମହିଳା ହକି ଦଳକୁ ସଫଳତା। ରାଜ୍ୟ ସ୍ତରୀୟ ଜୁନିୟର ହକି ପ୍ରତିଯୋଗିତାରେ ପୁରୀ ଜିଲ୍ଲାକୁ ୭-୦ ଗୋଲରେ ହରାଇଲା ଜଗତସିଂହପୁର ଜିଲ୍ଲା ଟିମ୍। ଭୁବନେଶ୍ୱର କିଟ୍ ହକି ଷ୍ଟାଡିୟମରେ ଗତ ୨ ତାରିଖରୁ ହକି ଆସୋସିଏସନ ଓଡ଼ିଶା ଦ୍ୱାରା ରାଜ୍ୟ ସ୍ତରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ ମ୍ୟାଚରେ ପୁରୀ ଜିଲ୍ଲାକୁ ୭-୦ ବ୍ୟବଧାନରେ ହରାଇଛି। ଜଗତସିଂହପୁରର ଏହି […]

ଅପରାଧ ରାଜ୍ୟ

ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ପ୍ରେମିକ ସହ ଝଗଡ଼ା ପରେ ଓଢଣୀରେ ଝୁଲିପଡିଲେ !

ଭୁବନେଶ୍ବର ୦୩।୧୧ : ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରୁ ମିଳିଛି ମୃତଦେହ। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତ ଯୁବତୀ ହେଲେ ନୟାଗଡ ଅଞ୍ଚଳର ସ୍ନେହଳତା ସ୍ଵାଇଁ । ଉଭୟଙ୍କ ପରିବାର ସହମତିରେ ନିଜ ପ୍ରେମିକ ସହ ବିବାହ ଠିକ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟାରେ କୌଣସି […]