ପାଣି ଅଭାବରୁ ମରିଗଲା ଧାନ ଫସଲ, ଜମିରେ ଗୋରୁ ଛାଡ଼ିଲେ ଚାଷୀ
ଶୁଖା: ପାଣି ଅଭାବରୁ ଧାନ ଫସଲ ମରିଗଲା। ଶେଷରେ ନିଜ ଚାଷଜମିରେ ଗୋରୁ ଛାଡ଼ିଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ କର୍ଲାଜୁରୀ ଗାଁର ଚାଷୀ। ଅଭିଯୋଗ ଅନୁସାରେ, ଗାଁ ମୁଣ୍ଡରେ ଥିବା ୧୪ ଜଣ ଚାଷୀ ପାଖାପାଖି ୨୭ ଏକର ଜମିରେ ଧାନ ଚାଷ କରିଥିଲେ। ଅସୁରଗଡ଼ କେନାଲର ୩ ନମ୍ବର କାଡ଼ା ନାଳାରୁ ଏହି ଜମିକୁ ପାଣି ମାଡ଼ିଥାଏ। ହେଲେ ଗାଁ ଭିତରୁ ଯାଇଥିବା ଉକ୍ତ ନାଳାର ରକ୍ଷଣାବେକ୍ଷଣ ଅଭାବରୁ ବହୁବର୍ଷ ହେଲା ମାଟିରେ ପୋତି […]









