ଜାଣନ୍ତୁ ଦେବାଳୟର ବାସ୍ତୁ ବିଷୟରେ
୧. ମନ୍ଦିର ନିର୍ମାଣ ଶୈଳୀରୁ ହିଁ ବାସ୍ତୁଶାସ୍ତ୍ରର ସୃଷ୍ଟି। ୨. ପ୍ରତ୍ୟେକ ମନ୍ଦିର,ଦେବାଳୟ ବାସ୍ତୁଶାସ୍ତ୍ର ଅନୁମୋଦିତ ହେବା ବାଞ୍ଛନୀୟ। ୩. ମନ୍ଦିର ନିର୍ମାଣ ପାଇଁ ଆୟତାକାର ବା ବର୍ଗାକାର ଜମି ଏକାନ୍ତ ଜରୁରୀ। ୪. ତ୍ରିକୋଣ,ଗୋଲାକାର ଜମି ମନ୍ଦିର ନିର୍ମାଣ ପାଇଁ ଅନୁପଯୁକ୍ତ। ୫. ଦେବାଳୟର ମୁଖ୍ୟ ଦ୍ବାର ପୂର୍ବମୁଖ ହେବା ବାଞ୍ଚନୀୟ। ୬. ପୂର୍ବ ଦିଗରେ ସୂର୍ଯ୍ୟୋଦୟ ହୁଏ। ତେଣୁ ଏହି ଦିଗ ସକରାତ୍ମ ଶକ୍ତିର ପ୍ରତୀକ। ୭. ସାଧାରଣତଃ ମନ୍ଦିରରେ ୪ଟି ଦ୍ବାର ରହିଥାଏ। […]