ଦଳରେ ସ୍ଥାନ ନମିଳିବା ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ସୂର୍ଯ୍ୟକୁମାର, କହିଲେ -‘ନିରାଶ ହୋଇଛି, ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା’
ମୁମ୍ବାଇ,୨୧/୧୧ : ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । କିନ୍ତୁ ଏହି ଗସ୍ତରେ ଆଇପିଏଲରେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ସ୍ଥାନ ମିଳିନଥିଲା । ଯାହା ତାଙ୍କୁ ନିରାଶ କରିଛି । ଅନେକ କ୍ରିକେଟ ବିଶେଷଜ୍ଞ ମଧ୍ୟ ବିସିସିଆଇର ଏପରି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋଚ୍ ରବି ଶାସ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । […]
