ରାଜ୍ୟ

ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ଗମ୍ଭୀର: ଉତ୍ତର ବାଲେଶ୍ଵରର ୩୨୪ ଗାଁ ଜଳମଗ୍ନ

ଜଳେଶ୍ଵର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା। ଫଳରେ ଉତ୍ତର ବାଲେଶ୍ଵର ଅଞ୍ଚଳରେ ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି। ଆଜି ସକାଳ ୬ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୧୦.୨୦ ମିଟରରେ ପ୍ରବାହିତ ହେଉଛି। ଏଠାରେ ନଦୀର ସତର୍କ ସଙ୍କେତ ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖାର ବନ୍ୟା ପାଣି ନଦୀର ବିଭିନ୍ନ ଶାଖା ନାଳ ଦେଇ ଓ ନଦୀବନ୍ଧ ନଥିବା ସ୍ଥାନ ଦେଇ ଗାଁଗୁଡିକୁ ପ୍ରଖର […]

ରାଜ୍ୟ

ଆଦିତ୍ୟ ପଟ୍ଟନାୟକ ହେଲେ ସର୍ବ ସେବା ସଂଘ ଅଧ୍ୟକ୍ଷ

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆଦିତ୍ୟ ପଟ୍ଟନାୟକ ସର୍ବଭାରତୀୟ ଗାନ୍ଧୀବାଦୀ ସଂଗଠନ ‘ସର୍ବ ସେବା ସଂଘ’ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଚଳିତ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ପଞ୍ଚାବର ପଠାନକୋଟ ଠାରେ ଅନୁଷ୍ଠିତ ସର୍ବ ସେବା ସଂଘର ୯୦ତମ  ରାଷ୍ଟ୍ରୀୟ ଅଧିବେଶନରେ ଦ୍ୱିତୀୟ ଦିବସରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ନେଇ ଏକ ପ୍ରେସ୍‌ ଇସ୍ତାହାରରେ ସଂଘର ସେବାଗ୍ରାମ (ମହାରାଷ୍ଟ୍ର) କାର୍ଯ୍ୟାଳୟର ନିର୍ବାଚନ ଅଧିକାରୀ ଶିବ ବିଜୟ ସିଂହ ଜଣାଇଛନ୍ତି। ପୂର୍ବରୁ ସ୍ୱାଧୀନତାସଂଗ୍ରାମୀ ଗୋପବନ୍ଧୁ […]

ରାଜ୍ୟ

ଗାଡ଼କଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଲୋକଙ୍କ ସହ ମନଖୋଲି କଥା ହେଲେ

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣାରେ ପହଞ୍ଚିଛନ୍ତି। ସେଠାରେ ସେ ନିଜ ଜନ୍ମଦିନରେ କ୍ଷୀରି ଖାଇଛନ୍ତି। ରାଜଧାନୀ ନିକଟ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଖାଇଛନ୍ତି କ୍ଷୀରି। ମୋଦୀଙ୍କ ପାଇଁ ଅନ୍ତର୍ଯ୍ୟାମୀଙ୍କ ବୋହୂ ସୁସ୍ୱାଦୁ କ୍ଷୀରି ପ୍ରସ୍ତୁତ କରିଥିଲେ। ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ଗୃହପ୍ରବେଶ କରାଇଛନ୍ତି। ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର […]

ରାଜ୍ୟ

ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାଫଳରେ ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କାର ପ୍ରଥମ କିସ୍ତି ଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂଦେଓ ଉପସ୍ଥିତ ଅଛନ୍ତି। ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ୍ ଓରାମ  ବି ମଞ୍ଚାସୀନ ଅଛନ୍ତି। […]

ରାଜ୍ୟ

ଆମ ମଧ୍ୟମବର୍ଗ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାହାସବୁ ପୂରଣ କରାଯିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର। ରାଜଧାନୀରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା ଜଣାଇଲେ। ପ୍ରଧାନମନ୍ତ୍ରୀ କହିଲେ, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଲା।  ଆଜି ଏନଡିଏ […]

ରାଜ୍ୟ

ମାଥିଲିରେ ଝାଡ଼ାବାନ୍ତି: ଗ୍ରାମଦେବୀଙ୍କ ନିକଟରେ ଲୋକଙ୍କ ପୂଜାର୍ଚ୍ଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉପାନ୍ତରେ ଏବେ କାୟା ମେଲାଇ ଚାଲିଛି ଅଜଣା ରୋଗ। ପ୍ରଥମେ ଝାଡ଼ା ଓ ପରେ ବାନ୍ତି, ତାପରେ ମୃତ୍ୟୁ। ଏହି ରୋଗରେ ସର୍ବାଧିକ ମୃତ୍ୟୁ ହୋଇଛି ପାହାଡ ଉପରେ ଥିବା ତୁଳସୀ ଗ୍ରାମରେ।ସପ୍ତାହକ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ପରିବାରର ତିନି ଜଣ ରହିଛନ୍ତି। ସେହିପରି ଲୁଲେର ଓ ଅଟାଳଗୁଡାରେ ମଧ୍ୟ ଦୁଇ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାପଡିଛି। ଗୋଟିଏ ପଟେ ଡାକ୍ତରୀ […]

ରାଜ୍ୟ

ଲଗାଣ ବର୍ଷାରେ ଉତ୍ତର ବାଲେଶ୍ଵର ଜଳମଗ୍ନ: ବିପଦସଙ୍କୁଳ ଅବସ୍ଥାରେ ଜଳକା

ଜଳେଶ୍ଵର: ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଉତ୍ତର ବାଲେଶ୍ଵରର ବିଭିନ୍ନ ତଳିଆ ଅଞ୍ଚଳ ଗତକାଲି ଠାରୁ ଜଳମଗ୍ନ ହେବାରେ ଲାଗିଛି। କେବଳ ଜଳେଶ୍ବର ଅଞ୍ଚଳରେ ଗତ ୧୩ ତାରିଖ ପୂର୍ବାହ୍ନ ୮ ଟା ରୁ ଆଜି ସକାଳ ୮ ଟା ଯାଏଁ ଏହି ୭୨ ଘଣ୍ଟା ମଧ୍ୟରେ ଜଳେଶ୍ଵର ରେ ୨୪୭ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉତ୍ତର ବାଲେଶ୍ଵର ଦେଇ ପ୍ରବାହିତ ଦୁଇ ନଦୀ ଖରସ୍ରୋତା ସୁବର୍ଣ୍ଣରେଖା ଓ ଜଳକା […]

ରାଜ୍ୟ

ବୋହୂ ଆଖି ଆଗରେ ଶାଶୂଙ୍କ ଉପରେ ଚଢ଼ିଗଲା ବସ୍, ଚାଲିଗଲା ଜୀବନ

ଭାପୁର: ଏମତି ବି ମୃତ୍ୟୁ ଆସେ। ବସକୁ ଅପେକ୍ଷା କରିଥିବା ବେଳେ ବୋହୂଙ୍କ ଆଖି ଆଗରେ ଶାଶୂଙ୍କ ଉପରେ ଚଢ଼ିଗଲା ବସ୍ । ଆଉ ଘଟଣାସ୍ଥଳରେ ହିଁ ଚାଲିଗଲା ତାଙ୍କର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଭାପୁର ବ୍ଲକ୍ କରଡାପଲ୍ଲୀ ଛକରେ। ମୃତ ବୃଦ୍ଧା ହେଲେ କରଡ଼ାପଲ୍ଲୀ ଗ୍ରାମର ତୁଷାର ବେହେରାଙ୍କ ସ୍ତ୍ରୀ ହୁଲ୍ଲାସ ବେହେରା(୫୮)।ହୁଲ୍ଲାସ ବେହେରା ଓ ତାଙ୍କ ବୋହୂ ସୁଷମା ଆଜି ସକାଳେ ଭୁବନେଶ୍ବର ଯିବା ଲାଗି […]

ରାଜ୍ୟ

ଏଯାଏ ୬୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ଏଯାଏ ୬୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି ସେ ପୁଣିଥରେ ଦୋହରାଇଛନ୍ତି।  ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିବେ। ଏହା ସର୍ବବୃହତ୍, ଏକକ ମହିଳା କୈନ୍ଦ୍ରିକ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା […]

ରାଜ୍ୟ

ଉଦଘାଟନ ହେବ ଆବାସ ଘର, ଗାଡ଼କଣ ଶବର ସାହିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରାଇବେ ଗୃହ ପ୍ରବେଶ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ ପାଇଁ ଚଳଚଂଚଳ ଭୁବନେଶ୍ଵରର ଗାଡ଼କଣ ଶବର ସାହି।ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ।। ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପହଞ୍ଚିବେ ଭୁବନେଶ୍ଵର ଗାଡ଼କଣ ଶବର ସାହିରେ। ପିଏମ ଆବାସ ହିତାଧିକାରୀ ଆନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦଘାଟନ କରିବା ସହ ପାଖାପାଖି ୩୦ ମିନିଟ ଧରି ୨୦ ଜଣ ପିଏମ ଆବାସ ପାଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଏଥିସହ ଗାଡ଼କଣ ଶବର ସାହିର ୧୨୦ […]