ଅପରାଧ ରାଜ୍ୟ

ବସ୍‌ଷ୍ଟାଣ୍ଡରୁ ନିଖୋଜ ଥିବା ନାବାଳିକା ଉଦ୍ଧାର, ଅପହରଣକାରୀ ଅଟୋ ଡ୍ରାଇଭରକୁ ଖୋଜୁଛି ପୋଲିସ

ଢେଙ୍କାନାଳ ୨।୬: ମା’ ପାଖରୁ ଗାଏବ ହୋଇଗଲା ନାବାଳିକା ଭିନ୍ନକ୍ଷମ ଝିଅ । ଢେଙ୍କାନାଳ ବସଷ୍ଟାଣ୍ଡରେ ବୁଧବାର ରାତି ପ୍ରାୟ ୮ଟା ବେଳେ ଏପରି ଅଭାନୀୟ ଘଟଣା ଘଟିଛି । ଯାହାକୁ ନେଇ ଢେଙ୍କାନାଳ ସହରରେ ବେଶ ଛାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଖବର ପାଇ ଟାଉନ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ପରେ ଖବର ପାଇ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର […]

ଅପରାଧ ରାଜ୍ୟ

ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ, ଅରାଜି ହେବାରୁ ଭଉଣୀ ଘର ଲୋକଙ୍କୁ କଲେ ଆକ୍ରମଣ

ଜଳେଶ୍ବର ୨।୬: ଜମିବାଡ଼ି ଲୋଭରେ ବୃଦ୍ଧା ମା’ଙ୍କୁ ଘରକୁ ନେବାକୁ ଆସିଥିଲେ । ମା’ ଯିବାପାଇଁ ଅମଙ୍ଗ ହେବାରୁ ଭଉଣୀ ଘର ଲୋକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଭାଇ ଏବଂ ତାଙ୍କ ସହଯୋଗୀ । ଶେଷରେ ନ୍ୟାୟ ପାଇଁ ଥାନାରେ ଆଶ୍ରୟ ନେଇଛନ୍ତ ବୃଦ୍ଧା ମା’ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଦକ୍ଷିଣ ପଡା ଗ୍ରାମର ୭୦ବର୍ଷ ବୟସ୍କା ବୃଦ୍ଧା ବାସନ୍ତୀ ପାତ୍ରଙ୍କ ପୁଅ ଏବଂ ବୋହୂ ସମ୍ପତ୍ତି ଲୋଭରେ ମାଡ଼ […]

ଖେଳ ଦେଶ ବିଦେଶ

ଭାରତରେ ପହଁଚିଲା ଦକ୍ଷିଣ ଆଫ୍ରିକା ଟିମ୍, ୯ ତାରିଖରେ ଖେଳିବ ପ୍ରଥମ ଟି୨୦

ନୂଆଦିଲ୍ଲୀ ୦୨/୦୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ଟି୨୦ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ଗୁରୁବାର ଭାରତରେ ପହଁଚିଛି ଦକ୍ଷିଣ ଆଫ୍ରିକା ଟିମ୍ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟି୨୦ ଦିଲ୍ଲୀରେ ଖେଳାଯିବ । ଆଇପିଏଲ ଖେଳିଥିବ କ୍ୱିଣ୍ଟନ ଡିକକ୍, ଡେଭିଡ୍ ମିଲର ଓ କାଗିସୋ ରାବଡା ପୂର୍ବରୁ ଭାରତରେ ଅଛନ୍ତି । ଟି୨୦ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୧ ଜଣ କୋଭିଡ ପଜିଟିଭ

ଭୁବନେଶ୍ଵର ୦୨।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୬୫ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି […]

ଖେଳ ଦେଶ ବିଦେଶ

ଚହର ନୁହେଁ, ଏହି କ୍ରିକେଟରଙ୍କ ବିବାହରେ ପହଞ୍ଚିଥିଲେ କେ.ଏଲ୍ ରାହୁଲ୍, ସେୟାର କଲେ ଫଟୋ

ନୂଆଦିଲ୍ଳୀ ୦୨।୦୬ : ଭାରତୀୟ ଦଳର ଦ୍ରୁତ ବୋଲର ଦୀପକ ଚହର ଜୁନ୍ ୧ ଅର୍ଥାତ୍‌ ବୁଧବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟାଙ୍କ ହାତ ଧରିଥିଲେ। ଦୀପକ ଚହରଙ୍କ ବିବାହରେ ଅନେକ ବଡ ବଡ ଖେଳାଳୀ ଉପସ୍ଥିତ ଥିଲେ। କିନ୍ତୁ କେ.ଏଲ୍ ରାହୁଲ ସେହି ବିବାହକୁ ଆସି ନଥିଲେ । ଦୀପକଙ୍କ ବିବାହରେ ହିଁ ନୁହେଁ ବରଂ ବହରିନ ପାଇଁ ଖେଳୁଥିବା କ୍ରିକେଟରଙ୍କ ବିବାହରେ ଯୋଗ ଦେଇଥିଲେ। ଏନେଇ […]

ଅପରାଧ ରାଜ୍ୟ

ହିନ୍ଦୋଳ SDPOଙ୍କ ବେଆଇନ ସମ୍ପତ୍ତିର ପେଡି ଖୋଲୁଛି ଭିଜିଲାନ୍ସ, ସେପଟେ ଟଙ୍କା ଓ ସୁନା ଗହଣା ଆଟାଚ ଧରି ଛୁ ମାରିଲେ ପତ୍ନୀ

ଢେଙ୍କାନାଳ ୨।୬: ଜଣେ କ୍ରସର ମାଲିକଙ୍କୁ ନାନା କେସ୍ ଭୟ ଦେଖାଇ ୩୦ ହଜାର ଟଙ୍କା ଚାନ୍ଦା ଆଦାୟ କରୁଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିର ପେଡି ଖୋଲିବାରେ ଲାଗିଛି ଭିଜିଲାନ୍ସ । ମଳୟଙ୍କୁ ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ କାବୁ କରିବା ପରେ ଏକ ମାମଲା ରୁଜୁ କରି ଗିରଫ କରିଛି । ତେବେ ଗିରଫ ଏହି […]

ଅପରାଧ ଦେଶ ବିଦେଶ

ଚୀନ୍ ଜାହାଜରୁ ଗାଏବ ହୋଇଗଲେ କର୍ମଚାରୀ, ମୁନ୍ଦ୍ରାକୁ ଗହମ ଧରି ଆସୁଥିଲା ‘ଲକ୍ ଫର୍ଚ୍ୟୁନ’

ନୂଆଦିଲ୍ଲୀ ୦୨/୦୬: ମଝି ସମୁଦ୍ରରେ ଗାଏବ ହୋଇଗଲେ ଜାହାଜ କର୍ମଚାରୀ । ଚୀନରୁ ଗହମ ନେଇ ଆସୁଥିବା ଜାହାଜ ଲକ୍ ଫର୍ଚ୍ୟୁନର ଜଣେ କର୍ମଚାରୀ ସମୁଦ୍ରରେ ହଜି ଯାଇଛନ୍ତି । ଗୁଜୁରାଟର ମୁନ୍ଦ୍ରା ସ୍ଥିତ ଅଡାନୀ ପୋର୍ଟ ପହଁଚିବା ପରେ ଜାହାଜର ଜଣେ କର୍ମଚାରୀ ନଖୋଜ ଥିବା ଜଣା ପଡିଥିଲା । ଏନେଇ ଜଜାହାଜର କ୍ୟାପ୍ଟେନ ପୋଲିସରେ ସୂଚନା ଦେଇଛନ୍ତି । ତେବେ ନିଖୋଜ କର୍ମଚାରୀ ଜଣଙ୍କ ଉତ୍ତର ଚୀନର ଜୁ ଝାଙ୍ଗ୍ ବୋଲି ଜଣାପଡିଛି । […]

ଅପରାଧ ରାଜ୍ୟ

ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ, ଆନ୍ତରାଜ୍ୟ ମାଫିଆଙ୍କ ସମ୍ପତ୍ତି ସିଲ୍

ଉମରକୋଟ ୨।୬: ନବରଙ୍ଗପୁର ଜିଲ୍ଲାର ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର ସୁବାସ ବିଶୋୟୀଙ୍କ ଦୁଇ ପୁଅ ସୁଧୀର ବିଶୋୟୀ ଓ ରାମ ଚନ୍ଦ୍ର ବିଶୋୟୀ ଏହି ତିନି ଗଞ୍ଜେଇ ମାଫିଆଙ୍କଠାରୁ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ୍ କରିଛି […]

ଅପରାଧ ଦେଶ ବିଦେଶ

ଋଷ ସେନାକୁ ରୋକିବାକୁ ଘାତକ ଯୁଦ୍ଧାସ୍ତ୍ର ପ୍ରୟୋଗ କରୁଛି ୟୁକ୍ରେନ : ରକେଟ୍ ସିଷ୍ଟମ୍ ଯୋଗାଇବ ଆମେରିକା

ୱାଶିଂଟନ୍‌ ୦୨/୦୬: ପୂର୍ବାଞ୍ଚଳରେ ରୁଷ୍‌ ସେନାକୁ ରୋକିବା ପାଇଁ ୟୁକ୍ରେନ୍‌ ଏବେ ଦୂରଗାମୀ ଯୁଦ୍ଧାସ୍ତ୍ର ଆବଶ୍ୟକ କରୁଥିବା ବେଳେ ଆମେରିକା ଏଥିଲାଗି ସହାୟତାର ହାତ ବଢ଼ାଇଛି । ୟୁକ୍ରେନ୍‌କୁ ଶକ୍ତିଶାଳୀ ରକେଟ୍‌ ସିଷ୍ଟମ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ପାଖାପାଖି ୫୦ ମାଇଲ୍‌ ବା ୮୦ କିଲୋମିଟର ଦୂରରୁ ଏହା ଶତ୍ରୁ ସେନା ଉପରେ ଆକ୍ରମଣ କରିପାରିବ । ଆମେରିକାର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ରୁଷ । ଏଭଳି କରି ଆମେରିକା ନିଆଁରେ ଘିଅ ଢାଳୁଛି […]

ଅପରାଧ ରାଜ୍ୟ

ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା, ନଡିଆ ବୋଝେଇ ଟ୍ରକରେ ଚାଲାଣ ବେଳେ ମାଡିବସିଲା ପୋଲିସ

ମୁନିଗୁଡ଼ା ୦୨।୦୬ : ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ବଡ଼ ସଫଳତା। ବଡ଼ ଚତୁରତାର ସହ ପୋଲିସ ଆଖିରେ ଧୂଳି ଦେଇ ନଡିଆ ବୋଝେଇ ମିନି ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଉତ୍ତର ପ୍ରଦେଶ କୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ବିଷମ କଟକ ପୋଲିସ ହାବୁଡ଼ ରେ ପଡିଗଲା ଏହି ମିନି ଟ୍ରକ । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ହାଜାରଡାଙ୍ଗ ଗାଁ ନିକଟରେ […]