ଅପରାଧ ରାଜ୍ୟ

ଓସିଏଲର ଜନଶୁଣାଣିକୁ ବିରୋଧ, ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୩ପ୍ଲାଟୁନ ଫୋର୍ସ ମୁତୟନ

ସୁନ୍ଦରଗଡ ୪।୬: ସୁନ୍ଦରଗଡ଼ ରାଜଗାଙ୍ଗପୁର ଓସିଏଲର ଜନଶୁଣାଣିକୁ ବିରୋଧ । ଚୂନ ପଥର ଖଣିର ସମ୍ପ୍ରସାରଣକୁ ନେଇ ଜନଶୁଣାଣିକୁ ବିରୋଧ କରିଛନ୍ତି । କେଶରା ମାଲ ପଞ୍ଚାୟତର କୁଞ୍ଚୁପଡା ଗ୍ରାମର ଗ୍ରାମବାସୀ ଏହି ଜନଶୁଣାଣିକୁ ବିରୋଧ କରିଛନ୍ତି । ଜଣଶୁଣାଣି ସ୍ଥାନରେ ଉତ୍ତେଜନା ଦେଖା ଦେଇଥିବାରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ଘଟଣାସ୍ଥଳରେ ଉପ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଦେଶ ବିଦେଶ ମନୋରଞ୍ଜନ

କିଭଳି ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି କିଆରା ? ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୦୪।୦୬: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ କ୍ୟାରିୟର ଗ୍ରାଫ୍ ବହୁତ ଦ୍ରୁତ ଗତିରେ ବୃଦ୍ଦି ପାଇବାରେ ଲାଗିଛି । ‘କବୀର ସିଂ’ ପରେ ଏବେ ହିଟ୍‌ ଉପରେ ହିଟ୍‌ ଫିଲ୍ମ ଦେବାରେ ଲାଗିଛନ୍ତି କିଆରା। ନିକଟରେ ତାଙ୍କ ଫିଲ୍ମ ଭୁଲ ଭୁଲେୟାଁ ରିଲିଜ୍‌ ହୋଇଥିଲା । ଯାହା ପାଇଁ ସେ ଖୁବ୍‌ ଚର୍ଚ୍ଚା ଅଛନ୍ତି । ଆଗାମୀ ସମୟରେ ତାଙ୍କୁ ‘ଜୁଗ୍ ଜୁଗ୍ ଜିଓ’, ‘ଗୋବିନ୍ଦା ନାମ ମେରା’ ଏବଂ ‘ଆର.ସି-୧୫’ ଭଳି ଫିଲ୍ମରେ ଦେଖିବାକୁ […]

ଅପରାଧ ରାଜ୍ୟ

ଅଭାବନୀୟ : ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା, ଶରୀର ଉପରେ ସ୍କୁଟି ଚଢାଇଦେଲେ ୨ ପୁଅ

ସୁନ୍ଦରଗଡ଼ ୦୪।୦୬ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବାପା ମଙ୍ଗରା ଭୂମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ […]

ଅପରାଧ ରାଜ୍ୟ

ଜଗା ଦର୍ଶନ ପାଇଁ ଯାଉଥିବା ବେଳେ କାର ଦୁର୍ଘଟଣା, ୮ ଗୁରୁତର

ବୌଦ୍ଧ ୦୪/୦୬: ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ । ୮ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ସମସ୍ତ ଗୁରୁତର ବରଗଡ଼ ଅଞ୍ଚଳର । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ବାଡ଼ ଉପରେ କାର ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସୂଚନା ଅନୁଯାୟୀ ବରଗଡ଼ ଅଞ୍ଚଳର ୮ ଜଣ ଯୁବକ ଗୋଟିଏ ଏର୍ଟିଗା କାର ଯୋଗେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ବାହାରିଥିଲେ […]

ଖେଳ ଦେଶ ବିଦେଶ

ସଚିନଙ୍କ ୫୦ % ବି ଯଦି ଅର୍ଜୁନ ହୋଇପାରନ୍ତେ, ତେବେ… ଜୁନିଅର ତେନ୍ଦୁଲକରଙ୍କୁ ନେଇ ଏମିତି କହିଲେ କପିଲ ଦେବ

ନୂଆଦିଲ୍ଲୀ ୦୪/୦୬: ଆଇପିଏଲ ୨୦୨୨ରେ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା । କିନ୍ତୁ ପୁରା ସିଜିନରେ ସେ ବସି ବସି ଆସିଥିଲେ । ମୁମ୍ବାଇ ଗତ ସିଜିନରେ ରିକିତ୍ ସୌକିନ୍, କୁମାର କାର୍ତ୍ତିକେୟ ସିଂଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଖିଲା । କିନ୍ତୁ ଅର୍ଜୁନଙ୍କୁ ଗୋଟିଏ ହେଲେ ମ୍ୟାଚରେ ଚାନ୍ସ ମିଳିନଥିଲା । […]

ଅପରାଧ ରାଜ୍ୟ

ସାଇବର ଠକେଇର ଶିକାର ହେଲେ ଯୁବକ, କଣ୍ଟାକ୍ଟ ଲିଷ୍ଟକୁ ନେଇ ବ୍ଲାକମେଲ ସହ ଟଙ୍କା ମାଗୁଛି ହ୍ୟାକର

ସାଲେପୁର ୦୪/୦୬: ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ । ଲିଙ୍କରୁ ଡାଉନଲୋଡ଼ ହେଲା ଆପ୍ସ । ଆଉ ତାପରେ ଏକାଉଣ୍ଟକୁ ଆସିଲା ୩ହଜାର ୮୫୦ଟଙ୍କା । ହେଲେ ସେତେବେଳେକୁ ମୋବାଇଲ ଫୋନରୁ ସବୁ ଡାଟା ଚାଲିଯାଇଥିଲା ହ୍ୟାକର ପାଖକୁ । ଆଉ ସେ ଡାଟା ଓ କଣ୍ଟାକଟ ଲିଷ୍ଟକୁ ନେଇ ଏବେ ବ୍ଲାକମେଲ କରିବା ସହ ଟଙ୍କା ମାଗୁଛି ହ୍ୟାକର । ଏହା ସହ କଣ୍ଟାକ୍ଟ ଲିଷ୍ଟରୁ ନମ୍ବର ନେଇ ଅନ୍ୟମାନଙ୍କୁ ମଧ୍ୟ ଠକୁଛି ସେ […]

ଅପରାଧ ଦେଶ ବିଦେଶ

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲା : ଜଣେ ଅଭିଯୁକ୍ତ ଗିରଫ, ଆଉ ୪ ଜଣଙ୍କୁ ଖୋଜୁଛି ପୋଲିସ

ହାଇଦ୍ରାବାଦ, ୦୪|୦୬: ହାଇଦ୍ରାବାଦରେ ନାବାଳିକାଙ୍କୁ ମର୍ସିଡିଜ୍ କାର ଭିତରେ ଗଣ ଦୁଷ୍କର୍ମ ଘଟଣାରେ ଜଣେ ଗିରଫ। ଆଉ ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣାପଡିଛି । ସୂଚନାନୁସାରେ, ମେ୨୮ ତାରିଖ ରାତିରେ ପୀଡିତା ନାବାଳିକା ଜଣକ ଏକ ହାଇ ପ୍ରୋଫାଇଲ୍ ପାର୍ଟିକୁ ଯାଇଥିଲେ । ତାଙ୍କୁ ଘରେ ଛାଡିଦେବା ବାହାନାରେ ୫ଜଣ କାର୍ ଭିତରେ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଅଭିଯୁକ୍ତଙ୍କ ଭିତରେ ଜଣେ ବିଧାୟକଙ୍କ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଶାନ୍ତ କାଶ୍ମୀର : ପ୍ରବାସୀ ଶ୍ରମିକଙ୍କ ଉପରେ ଗ୍ରେନେଡ୍ ମାଡ, ୨ ଆହତ

ଶ୍ରୀନଗର , ୦୪|୦୬: ପୁଣି ଥରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ଶୋପିଆନରେ ପ୍ରବାସୀ ଶ୍ରମିକମାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି । ଏହି ଗ୍ରେନେଡ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲଗତାର କିଛି ଦିନ ହେଲା କାଶ୍ମୀର ଘାଟିରେ ଆତଙ୍କବାଦୀ ଗତିବିଧି ବଢିବାରେ ଲାଗିଛି । ଗୁରୁବାର ବଡ଼ଗାମରେ ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ […]

ଅପରାଧ ରାଜ୍ୟ

ଗ୍ରାହକ ବେଶରେ ପଶି ଲୁଟିନେଲେ ୧୦ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା, ଦମ୍ପତ୍ତିଙ୍କୁ ଗାମୁଛାରେ ବାନ୍ଧି ଦୁର୍ବୃତ୍ତ ଫେରାର

ସମ୍ବଲପୁର ୪।୬: ସ୍ପଷ୍ଟ ଦିବାଲୋକରେ ଲୁଟ୍ । ସମ୍ବଲପୁର ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଲୁଟ୍ ହୋଇଛି । ଦୋକାନରେ ପଶି ଅଟା ମାଗିବା ବାହାନାରେ ଲୁଟି ନେଲେ ଟଙ୍କା ଓ ସୁନାଗହଣା । ଦମ୍ପତ୍ତିଙ୍କୁ ଗାମୁଛାରେ ବାନ୍ଧି ଫେରାର ହୋଇଗଲେ ଲୁଟେରା । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଥିବା ଏକ ଦୋକାନରୁ ଲୁଟ୍ ହୋଇଛି । ଶୁକ୍ରବାର ଅପରାହ୍ନରେ ଶ୍ୟାମସୁନ୍ଦର ଡାଲମିଆ ଓ ପତ୍ନୀ […]

ଅପରାଧ ରାଜ୍ୟ

ଅଟୋକୁ ପିଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର : ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

ବୌଦ୍ଧ ୪।୬: ବୌଦ୍ଧ ବାଇପାସ୍ ଜଗଦୀଶପୁର ଛକ ନିକଟରେ ଦୁର୍ଘଟଣା । ଅଟୋକୁ ପିଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବୌଦ୍ଧରୁ ବଘିଆପଡା ଅଞ୍ଚଳକୁ କିଛି ଲୋକ ଏକ ଅଟୋ ଯୋଗେ ଯାଇଥିବା ବେଳେ ବୌଦ୍ଧ ବାଇପାସ୍ ନିକଟରେ ପଛପଟୁ ଆସୁଥିବା ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା । […]