ଅପରାଧ ଦେଶ ବିଦେଶ

କିଏଭରେ ପୁଣି ଆତଙ୍କ ଖେଳାଇଲା ପୁଟିନ ସେନା, ବିମାନରୁ କଲା ମିସାଇଲ ଆକ୍ରମଣ

କିଏଭ୍‌,୦୬/୦୬: ୟୁକ୍ରେନ୍‌ ରାଜଧାନୀ କିଏଭ୍‌ରେ ଶାନ୍ତି ଭଙ୍ଗ କରି ପୁଣି ଆତଙ୍କ ଖେଳାଇଛି ପୁଟିନ୍‌ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର । ପୁଣି ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଧାଁଦଉଡ଼ । ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷୀୟ ସୈନ୍ୟ । କିଏଭ୍‌ ମେୟର ଭିଟାଲି କ୍ଲିସ୍‌କୋଙ୍କ ସୂଚନା ଅନୁସାରେ ରବିବାର ଭୋର ସମୟରେ ରାଜଧାନୀ ଉପରେ ହମ୍‌ଲା ହୋଇଛି । ଅଚାନକ ରୁଷ ସେନା ବିମାନରୁ […]

ଅପରାଧ ଦେଶ ବିଦେଶ

ମନ୍ଦିରରୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ, ରାସ୍ତାରେ ମାରିଦେଲା ଭାଲୁ

ନୂଆଦିଲ୍ଲୀ ୦୬/୦୬: ମନ୍ଦିରରୁ ଫେରୁଥିଲେ ସ୍ୱାମୀ ଓ ସ୍ତ୍ରୀ । ବାଟରେ ଖାଇଗଲା ଭାଲୁ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । ଏଠାରେ ଏକ ମନ୍ଦିରରୁ ଠାକୁରଙ୍କ ଦର୍ଶନ ସାରି ଫେରୁଥିବା ବେଳେ ପତି ଓ ପତ୍ନୀଙ୍କୁ ଭାଲୁ ମାରି ଖାଇଦେଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅଛନ୍ତି । ମୃତ ଦମ୍ପତି ହେଲେ ମୁକେଶ ରାୟ ଓ ତାଙ୍କ ପତ୍ନୀ ଗୁଡିୟା ରାୟ । ସୂଚନାନୁସାରେ, ରବିବାର ମୁକେଶ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନୀଲ ଅମ୍ବାନୀଙ୍କ ବିରୋଧରେ ପାରିତ ହେଲା ବ୍ଲାକ୍ ମନି ଆକ୍ଟ, ବିଦେଶରେ ଅଛି ୮୦୦ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ ୦୬/୦୬: ଅନୀଲ ଅମ୍ବାନୀଙ୍କ ପାଇଁ ବଢିଲା ଅଡୁଆ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ପାଇଁ ଫସିଲେ ଅନୀଲ । ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଆନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର […]

ଅପରାଧ ରାଜ୍ୟ

ମନ୍ଦିରରୁ ପ୍ରାଚିନ ରୁପା ମୁର୍ତ୍ତି ଚୋରି ଘଟଣା: ପୋଲିସକୁ ଭୁଆଁ ବୁଲାଉଛନ୍ତି ଚୋର, ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଆନନ୍ଦପୁର ୦୫/୦୬ : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁରେ ଥିବା ୧୬ଶହ ଶତାବ୍ଦିର ଶିବ ମନ୍ଦିରରୁ ୧୪କେଜି ଓଜନର ପ୍ରଚୀନ ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି ଘଟଣାରେ ପୋଲିସକୁ ଏଯାଏଁ ସଫଳତା ମିଳିପାରି ନାହିଁ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ଏହି ମୁର୍ତ୍ତିକୁ ଗତ ମେ ୩୧ ରେ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଏହାକୁ ଚୋରି କରି ନେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ୟୁଜି-ପିଜି ନାମଲେଖା, ସାମ୍ସରେ ଦାଖଲ ହେବନି ନାମଲେଖା ଫି’

ଭୁବନେଶ୍ୱର ୦୫।୦୬ : ଏଣିକି ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ ହେବ ସେଠାରେ ନାମଲେଖା ସରିବ ପରେ ହିଁ ନାମଲେଖା ଫି’ ଦାଖଲ କରିବେ । ପୂର୍ବବର୍ଷ ଭଳି ଇ-ଆଡମିଶନରେ ଫି ଦାଖଲ କରାଯିବନି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

କଳା ଓ ସଂସ୍କୃତି ରାଜ୍ୟ

ମହା-ଆଡମ୍ବରରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା, ବ୍ରହ୍ମମୂହୁର୍ତ୍ତରେ ପଡିଲା ଦେବଦମ୍ପତ୍ତିଙ୍କ ହାତଗଣ୍ଠି

ସମ୍ୱଲପୁର ୦୫/୦୬ : ମହା ଆଡମ୍ବରରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ । ବ୍ରହ୍ମମୂହୁର୍ତ୍ତରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବାଙ୍କ ସମେତ ସବୁ କମିଟିର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶୁଭ ଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡିଛି । କରୋନା କଟକଣା ହଟିଥିବାରୁ ୨ ବର୍ଷ ପରେ ଆଡମ୍ବର ପୂର୍ଣ୍ଣ ହୋଇଛି ବାହାଘର । ଭବ୍ୟ ପଟୁଆରାରେ […]

ଅପରାଧ ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା,୨ ଗୁରୁତର

କରଞ୍ଜିଆ ୦୫/୦୬: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ଦୁଇ ଗୁରୁତର । ଆଜି ସକାଳ ୬ ଘଟିକା ସମୟରେ କାଠକରଞ୍ଜିଆ ପୋଲ ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଟ୍ରକରେ ଦୁଇଜଣ ଡ୍ରାଇଭର ଚାପି ହୋଇ ଗୁରୁତର ହଇଥିଲେ । ତେବେ ଘଟଣା ସ୍ଥଳରୁ ୧୦୩୩ […]

ଅପରାଧ ରାଜ୍ୟ

ବିପଦରେ ଏବେ ପ୍ରେମୀଯୁଗଳଙ୍କ ଜୀବନ : ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

କଟକ/ନିଆଳି ୦୫।୦୬: ନିଆଳି ବରମୁଣ୍ଡାଇ ଗାଁରେ ପ୍ରେମ ବିବାହକୁ କେନ୍ଦ୍ର କରି ପୁଅର ବାପାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଝିଅ ଘର ଲୋକେ । ଝିଅ ଭିଡିଓ କରି ଉଭୟଙ୍କୁ ଉଦ୍ଧାର ପାଇଁ ଅପିଲ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ଝିଅଘର ଲୋକଙ୍କ କବଳରୁ ଉଭୟ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଅପିଲ କରିଛନ୍ତି ସଂପୃକ୍ତ ଯୁବତୀ । ତେବେ କ’ଣ ରହିଛି ପୂରା ଘଟଣା ସେ […]

ଅପରାଧ ରାଜ୍ୟ

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଘଟଣା: ବନ୍ଧାହେଲେ ଦୁଇ ଅଭିଯୁକ୍ତ

ବୌଦ୍ଧ ୦୫/୦୬: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଗତ ଶୁକ୍ରବାର ରାତିରେ ତାଲା କାଟି ପ୍ରାୟ ଲକ୍ଷେ ଟଙ୍କା ଚୋରି କରିନେଇଥିବା ଘଟଣାରେ ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ ଗେଟର ତାଲା କାଟି ବ୍ୟାଙ୍କର ୧ ଲକ୍ଷ ଟଙ୍କା ଚୋରୀ କରିନେଇଯାଇଥିଲେ । ଏନେଇ ବ୍ୟାଙ୍କ ପକ୍ଷରୁ ପୁରୂଣାକଟକ […]

ଅପରାଧ ରାଜ୍ୟ

ଆଠଗଡ଼ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଗାର୍ଡ ଓ ଫରେଷ୍ଟର ନିଲମ୍ବିତ

ଆଠଗଡ଼ ୦୫/୦୬: ଆଠଗଡ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଖବର ପ୍ରସାରଣ ପରେ ନିଲମ୍ୱିତ ହେଲେ ଗାର୍ଡ ଓ ଫରେଷ୍ଟର । ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସଟିଏଫ୍ । ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ୱିତ କଲେ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ଉଭୟକୁ ନିଲମ୍ୱିତ କରାଯାଇଛି । ଗତ ୩ ତାରିଖରେ ଆଠଗଡ଼ ବନଖଣ୍ଡ ବଡମ୍ବା […]