ଅପରାଧ ରାଜ୍ୟ

ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପଠାରେ ପଡି ବଞ୍ଚିଗଲା ଜୀବନ

ଭଦ୍ରକ ୬।୬: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ । କିନ୍ତୁ ପଠାରେ ପଡିଗଲେ, ବଞ୍ଚିଗଲା ଜୀବନ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଭଦ୍ରକ ସହର ବାଇପାସ୍ ନିକଟ ରାଜଘାଟ ବ୍ରିଜରୁ ଡେଇଁ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣଙ୍କ ଦୁଇ ବ୍ରିଜ୍ ମଝିରେ ଡେଇଁ ପଡିଥିବା ବେଳେ ନଦୀ ପଠାରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଦେଖି ଉଦ୍ଧାର କରିଥିଲେ । […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୩ ଜଣ କୋଭିଡ ପଜିଟିଭ୍

ଭୁବନେଶ୍ଵର ୦୬।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୫୧୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା […]

ଅପରାଧ ରାଜ୍ୟ

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଜଣଙ୍କ ଘର ଭାଙ୍ଗିଲେ ହାତୀପଲ

ବାରିପଦା ୬।୬: ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀ ପଲ ହାବୁଡରେ ଯୁବକ ପଡିଯାଇଥିଲେ । ଯୁବକ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ସେ ଏଠାରେ ରହି ଏକ ମଦ ଦୋକାନରେ କାମ କରୁଥିଲେ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗି ରହିଥିବା ବେଳେ ରବିବାର ରାତି ପାଖାପାଖି […]

ଅପରାଧ ଦେଶ ବିଦେଶ

ଦ୍ରୁତଗାମୀ ଟ୍ରେନ୍ ରହଣୀ ସହ ଷ୍ଟେସନର ଉନ୍ନତିକରଣ ଦାବିରେ ରେଳରୋକ

ସୋର ୬।୬: ସୋର ରେଳ ଷ୍ଟେସନ ଲେବୁଲ କ୍ରସିଂଠାରେ ଅନିର୍ଦ୍ଧିଷ୍ଟକାଳ ପାଇଁ ରେଳରୋକ ଆରମ୍ଭ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ରେଳରୋକ କରାଯାଇଛି । ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ୍ ରହଣୀ, ଷ୍ଟେସନର ଉନ୍ନତି କରଣ ଦାବିରେ ରେଳରୋକ କରାଯାଇଛି । ରେଳରୋକ ଯୋଗୁଁ ବ୍ୟାପକ ଆରପିଏଫ ଜିଆରପି ଫୋର୍ସ ମୁତୟନ କରାଯାଇଛି । ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଦାବିକୁ ରେଳବାଇ ପ୍ରତ୍ୟାଖ୍ୟାନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କରୋନା […]

ଅପରାଧ ରାଜ୍ୟ

ପାନୀୟ ଜଳ ସମସ୍ୟା ନେଇ ତାତିଲେ ଗ୍ରାମବାସୀ : ଗରା, ବାଲ୍‌ଟି ରଖି ଏନ୍‌ଏଚ୍‌ ଅବରୋଧ

କାମାକ୍ଷାନଗର ୬।୬: ପାନୀୟ ଜଳ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ । ୫୩ ନମ୍ବର ଜାତୀୟ ରାଜପଥ ବାଉଁଶପାଳ ଛକ ନିକଟରେ ବାଉଁଶପାଳ ଦେହୁରୀ ସାହି ଗ୍ରାମବାସୀ ଗରା, ବାଲ୍‌ଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଉଁଶପାଳ ପଞ୍ଚାୟତ ଦେହୁରୀ ସାହିର ସୋଲାର ପମ୍ପଟି ଦୀର୍ଘ ଦିନ ହେବ ଅଚଳ ହୋଇପଡିଥିଲା । […]

ଅପରାଧ ରାଜ୍ୟ

ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି

ଭୁବନେଶ୍ବର ୬।୬: ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଚିଠି । କ୍ରାଇମବ୍ରାଞ୍ଚ ଏସଟିଏଫ ଘଟଣାର ତଦନ୍ତ ପାଇଁ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟର ପୁରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ସୁଦ୍ଧା ବନ ବିଭାଗ ଏହାକୁ ଗୁରୁତର ସହ ନ ନେବା, ଏହା ପଛରେ ଥିବା ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଏହିଭଳି ୪ଟି ଘଟଣା ଆଠଗଡ଼ ବନଖଣ୍ଡରେ […]

ଅପରାଧ ରାଜ୍ୟ

ଶୌଚ ହେବାକୁ ଯାଇଥିବା ବେଳେ ପଡିଗଲେ ଦନ୍ତା ହାବୁଡରେ, ବୃଦ୍ଧଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ ୬।୬: ଘର ପଛ ପଟକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବମ୍ପା ସେକ୍ସନର ଭିଙ୍ଗିରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ବନାଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି । ସୂଚନାଯୋଗ୍ୟ ଯେ, ଭିଙ୍ଗିରି ଗାଁର ଜଣେ ବ୍ୟକ୍ତି ସୋମବାର ସକାଳେ ଘର ପଛ ପଟକୁ ଶୌଚ ହେବାକୁ ଯାଇଥିଲେ । […]

ଅପରାଧ ରାଜ୍ୟ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

ଲମତାପୁଟ ୬।୬: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ କୁମାରଗୁଡା ଗାଁ ନିକଟରେ ୨ଟି ବାଇକ୍ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣଙ୍କ ଲମତାପୁଟ ସିଲପଡା ଗ୍ରାମର ଧନୁର୍ଜୟ ବୋଲି ଜଣାପଡିଛି । ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସିଲପଡ଼ା ଗାଁର ହରି ପାଙ୍ଗି ଏବଂ ଅନ୍ୟ ଜଣଙ୍କର ପରିଚୟ ମିଳିନଥିବା ଜଣାପଡ଼ିଛି। ଘଟଣା […]

ଅପରାଧ ରାଜ୍ୟ

ନିଶା ମାଫିଆଙ୍କଠୁ ପଇସା ଖାଉଛି ପୋଲିସ ! ପୁରୀ ଜିଲ୍ଲା ଅବକାରୀ ଇନସ୍‌ପେକ୍ଟର୍‌ଙ୍କ ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର/ପୁରୀ ୦୬।୦୬: ନିଶା ମାଫିଆଙ୍କଠାରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି ପୁରୀ ଜିଲ୍ଲାର ଥାନା ଅଧିକାରୀମାନେ । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଅବକାରୀ କମିସନର୍‌ଙ୍କୁ ଏଭଳି ଚାଞ୍ଚଲ୍ୟ ସୃଷ୍ଟିକାରୀ ଚିଠି ଲେଖିଛନ୍ତି ପୁରୀ ଜିଲ୍ଲାର ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା। ଜୁନ୍‌ ୪ ତାରିଖରେ ସେ ଏକ ଚିଠି(ଡି.ବି ନଂ ୧୨)ରେ ଅବକାରୀ କମିସନର୍‌ଙ୍କ କଟକ ଠିକଣାରେ ଲେଖିଛନ୍ତି । ଏହା ସହିତ ସମାନ ଚିଠି ପୁରୀ ଜିଲ୍ଲାପାଳ, […]

ଅପରାଧ ରାଜ୍ୟ

ଦୁଇ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ, ୩ ଗିରଫ

ଭୁବନେଶ୍ବର ୦୬।୦୬: ରାଜଧାନୀରେ ଥମୁନି ଧଳାଜହର କାରବାର । ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି ଅଞ୍ଚଳର ଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର୍‌ ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭୁବନେଶ୍ୱର ଏମ୍‌ସ […]