ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ : ଶହେ ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ଜବତ, ୪ ଗିରଫ

ଭଦ୍ରକ ୦୮।୦୬ : ଭଦ୍ରକ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ର ଚଢାଉ । ୧୦୦ ଲିଟରରୁ ଅଧିକ ଦେଶୀ ରନ୍ଧା ଜବତ ସହ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ । ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୦୮।୦୬: ଆଜି ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନରେ ୪ ଘଣ୍ଟା ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ଵିତୀୟ ଭୋଗମଣ୍ଡପ ନୀତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୨୩୩ ସଂକ୍ରମିତ

ନୂଆଦିଲ୍ଲୀ ୦୮।୦୬: ଦେଶରେ ଆଜି ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର କରୋନା ମୃତ୍ଯୁକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫କୁ ବୃଦ୍ଧି ପାଇଛି । ସେହିପରି ୩ ହଜାର ୩୪୫ ଜଣ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । […]

ଅପରାଧ ରାଜ୍ୟ

ଯୁବକକୁ ଧକ୍କା ଦେଇ ଓଲଟିପଡିଲା ବସ୍, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ସୋନପୁର ୮।୬: ଯୁବକକୁ ଧକ୍କା ଦେଇ ଓଲଟିପଡିଲା ବସ୍ । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ନାୟକପଡା ଗାଁର ଅଭିମନ୍ୟୁ ସାହୁ । ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ବିଶିପଡା ଓ ନାୟକପଡା ମଝିରେ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ପତି ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍ ବାହାଘର ସାରି ବୀରମହାରାଜପୁରକୁ ଫେରୁଥିଲା । ଗାଡିରେ କୌଣସି ଯାତ୍ରୀ ନଥିବାବେଳେ ଦ୍ରୁତ ଗତିରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । […]

ଅପରାଧ ରାଜ୍ୟ

PUBG ଖେଳିବାକୁ ମନା କରିବାରୁ ମା’କୁ ଗୁଳି ମାରିଲା ପୁଅ, ଦୁଇ ଦିନ ରୁମ୍‌ ଫ୍ରେନ୍ସର ମାରି ଲୁଚାଇ ରଖିଲା ଶବ

ନୂଆଦିଲ୍ଲୀ ୦୮।୦୬: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ହୋଶ ଉଡାଇ ଦେଇଛି। ଏହା ବିଶ୍ବାସ କରିବା ଅସମ୍ଭବ । ଯେଉଁଠାରେ ଜଣେ ପିଲାଟିକୁ PUBG ଖେଳିବାକୁ ବାରଣ କରିଥିବାରୁ ନିଜ ମା’ଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଅନୁସନ୍ଧାନ କରିବାରୁ ଜଣାପଡିଛି ଯେ ପିଲାଟିକୁ PUBG ଖେଳ ପ୍ରତି ନିଶା ଥିଲା। ମା’ଙ୍କ ଗାଳିଗୁଲଜ ହେତୁ ପୁଅଟି ଲାଇସେନ୍ସ ପ୍ରାପ୍ତ ରିଭଲଭର ସାହାଯ୍ୟରେ […]

ଅପରାଧ ଦେଶ ବିଦେଶ

ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି, ବସ୍‌ରେ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ

ଚମ୍ପାରଣ ୮।୬: ବିହାର ପଶ୍ଚିମ ଚମ୍ପାରଣରେ ଦେଖିବାକୁ ମିଳିଛି ଦିଲ୍ଲୀ ନିର୍ଭୟା କାଣ୍ଡ । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ବସ୍‌ରେ ନାବାଳିକାଙ୍କୁ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଅନ୍ୟମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନାବାଳିକା ଜଣଙ୍କ ପାଟନା ଯିବାକୁ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ୍ କର୍ମଚାରୀ ତାଙ୍କୁ ଡାକି ନେଇଥିଲା । ପରେ ଡ୍ରାଇଭର ବସ୍‌କୁ ବାଇପାସ୍ ରୋଡ୍ ନେଇଯାଇଥିଲା । ନାବାଳିକାଙ୍କୁ ପାନୀୟରେ ନିଶା ଦେଇଥିଲେ ବସ୍ […]

ଅପରାଧ ରାଜ୍ୟ

ଅଳ୍ପକେ ବର୍ତିଲେ ବିଏସଏଫ ଯବାନ, ରାସ୍ତାରେ ଆଇଇଡି ବୋମା ଖଞ୍ଜିଥିଲେ ମାଓବାଦୀ

କୋରାପୁଟ ୦୭।୦୬ : ଅଳ୍ପକେ ବର୍ତିଲେ ବିଏସଏଫ ଯବାନ। ୧୫୧ ବାଟାଲିୟନ ବିଏସଏଫ ଦ୍ବାରା ଆଇଡି ବମ ଠାବ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲକାନଗିରି ୩୨୬ନଂ ଜାତୀୟ ରାଜପଥ ରାସ୍ତାର ମନ୍ତ୍ରୀଆମ୍ବ -ଗୋବିନ୍ଦପାଲି ଘାଟ ରାସ୍ତା ମଧ୍ୟରେ ଠାବ ହୋଇଛି । ଖବର ଅନୁଯାୟୀ, ଜଙ୍ଗଲକୁ କମ୍ବିଂ ଅପରେସନ ଲାଗି ଯବାନମାନେ ଯାଉଥିଲେ । ଏହାପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ପକ୍ଷରୁ ଆଇଡି ବୋମା ପୋତାଯାଇଥିଲା । କିନ୍ତୁ ସବୁ ପ୍ଲାନକୁ ଫେଲ୍‌ କରିଦେଇଛି […]

ଅପରାଧ ରାଜ୍ୟ

ଛୁଟିରେ ଗଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ! ୯ରୁ ୧୫ ଯାଏଁ ଛୁଟିରେ ରହିବାକୁ ମାଗିଲେ ଅନୁମତି

ପୁରୀ ୦୭।୦୬ : ଛୁଟିରେ ଗଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା। ବ୍ୟକ୍ତିଗତ ଅସୁସ୍ଥତା ଦର୍ଶାଇ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି ଇନ୍ସପେକ୍ଟର। ୯ରୁ ୧୫ ଯାଏଁ ଛୁଟିରେ ରହିବାକୁ ମାଗିଲେ ଅନୁମତି। ନିଶା ମାଫିଆଙ୍କଠାରୁ ପୁରୀ ପୋଲିସ ମାସିକିଆ ବଟି ନେଉଥିବା ଅଭିଯୋଗ କରି ଚିଠି ଲେଖିଥିଲେ ସଞ୍ଜୟ। ତେବେ ଅବକାରୀ ମିଡିଆରେ ଆଗରେ ମୁହଁ ଖୋଲିବା, ଅବକାରୀ ଇନ୍ସପେକ୍ଟରୁ ମହଙ୍ଗା ପଡିଲାକି ? ବ୍ୟକ୍ତିଗତ କାରଣ ପାଇଁ ଛୁଟିରେ ଯାଇଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ବିକିନି ପିନ୍ଧି ବୋଲ୍ଡ ଫଟୋସୁଟ୍‌ କରାଇଲେ ସାମନ୍ଥା, ଫଟୋ ଦେଖି ଅନୁଷ୍କା ଦେଲେ ଏପରି ରିଆକ୍ସନ

ନୂଆଦିଲ୍ଲୀ ୦୭।୦୬ :ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଯେତିକି ସୁନ୍ଦର ସେତିକି ଦକ୍ଷ । ଅନ୍ୟ ଅଭିନେତ୍ରୀ ମଧ୍ୟରୁ ସେ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ବର୍ତ୍ତମାନ ତାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ । ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ସବୁଆଡେ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଏକ ଲୁକ୍‌ରେ ନଜର […]

ଦେଶ ବିଦେଶ ମନୋରଞ୍ଜନ

ମଲାଇକାଙ୍କ ଘରେ ପହଞ୍ଚିଲା ପୋଲିସ୍‌, ଭିଡିଓ ଭାଇରାଲ୍

ମୁମ୍ବାଇ ୦୭।୦୬: ବଲିଉଡ୍‌ର ଫିଟ୍‌ନେସ୍‌ ଅଭିନେତ୍ରୀ କହିଲେ ସମସ୍ତେ ଜାଣନ୍ତି ମଲାଇକାଙ୍କୁ । କାରଣ ସେ ତାଙ୍କ ଫିଟ୍‌ନସ୍‌ ଓ ସୁନ୍ଦରତା ପାଇଁ ସବୁ ଆଡେ ଚର୍ଚ୍ଚାରେ ଥାନ୍ତି। ତାଙ୍କ ନୃତ୍ୟ ଶୈଳୀ, ଫିଟନେସ୍ ଏବଂ ବୋଲ୍ଡ ଅବତାର ସହିତ ବଲିଉଡ ଜଗତରେ ଆତଙ୍କ ସୃଷ୍ଟି କରିଥାନ୍ତି। ଏହା ବ୍ୟତୀତ ମଲାଇକା ତାଙ୍କ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାରେ ଥାନ୍ତି। ଦୁର୍ଘଟଣା ପରେ ବର୍ତ୍ତମାନ ମଧ୍ୟ ଭଳି କିଛି ଘଟିଛି। ଯେଉଁଥିପାଇଁ ପୋଲିସ୍‌ ତାଙ୍କ […]