କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ବାବର : ମାତ୍ର ୧୩ଟି ଇନିଂସରେ ପୂରଣ କଲେ ୧୦୦୦ ରନ୍
ନୂଆଦିଲ୍ଲୀ ୦୯/୦୬: ଭାଙ୍ଗିଲା କୋହଲିଙ୍କ ବିରାଟ ରେକର୍ଡ । ପାକିସ୍ତାନର ଷ୍ଟାର୍ ବ୍ୟାଟର୍ ବାବର ଆଜମ ଦିନିକିଆ କ୍ରିକେଟରେ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହାସହ ସେ ଭାରତୀୟ ଦଳର ଷ୍ଟାର୍ ପ୍ଲେୟାର ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଅଧିନାୟକ ଭାବେ ଦିନିକିଆରେ ଏକ ହଜାର ରନ ପୂରଣ କରିବାରେ ଦ୍ରୁତ ବ୍ୟାଟର୍ ହୋଇଯାଇଛନ୍ତି ବାବର୍ ଆଜମ । ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆର ପ୍ରଥମ ମ୍ୟାଚରେ […]