ଅପରାଧ ରାଜ୍ୟ

ଘରୁ ମିଳିଲା ଲକ୍ଷ୍ମଣଙ୍କ ମୃତଦେହ, ବେକରେ ରଶି ଲଗାଇ ଝୁଲିପଡିଲେ..

ପାଟଣା ୧୩।୦୬ : ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତକ ଲକ୍ଷ୍ମଣ ବାନ୍ଦ୍ରା, ବୟସ ୨୦ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାଉଁଶନାଳ ଗାଁରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଲକ୍ଷ୍ମଣ ବାନ୍ଦ୍ରା ନିଜ ଶୋଇବା ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ […]

ଅପରାଧ ଦେଶ ବିଦେଶ

ବାସମତି ଚାଉଳ ପ୍ୟାକେଟରେ ଚରସ, କଚ୍ଛ ଉପକୂଳରୁ ଧରିଲା ବିଏସଏଫ୍

ନୂଆଦିଲ୍ଲୀ,୧୩/୦୬: ଗୁଜରାଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ୧୦ ପ୍ୟାକେଟ୍‌ ଚରସ ଜବତ କରିଛି । ବାସମତି ଚାଉଳ ପ୍ୟାକେଟ୍‌ରେ ଏହା ଯାଉଥିଲା । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । ‘କୋବ୍ରା ବ୍ରାଣ୍ଡ୍‌ କୋହିନୂର’ ବାସମତି ଚାଉଳ ପ୍ୟାକେଟ୍‌ ମଧ୍ୟରେ ଏହାକୁ ଲୁଚାଯାଇ ଚାଲାଣ କରାଯାଉଥିଲା । ପାକିସ୍ତାନରୁ ଏହା ଆସିଥିବା ଅନୁମାନ କରାଯାଉଛି । ବିଏସ୍‌ଏଫ୍‌ ଭୁଜ ଏହାକୁ ଜବତ କରିଥିବା ଜଣାପଡ଼ିଛି । […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଇକ୍ କାଗଜପତ୍ର ନଥିବାରୁ ପୋଲିସ କାଟିଲା ଫାଇନ୍‌, ରାଗି ଯାଇ ଥାନାରେ ଲାଇନ୍‌ କାଟିଲେ ଲାଇନମ୍ୟାନ

ବରେଲି ୧୩/୦୬: ଉତ୍ତରପ୍ରଦେଶର ବରେଲିରୁ ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଲିସକର୍ମୀ ବିଦ୍ୟୁତ୍‌ ବିଭାଗର ଜଣେ ଲାଇନମ୍ୟାନ୍‌ଙ୍କ ବାଇକ୍‌ ଲାଗି ଚାଲାଣ କାଟିବାରୁ ଉତ୍ତ୍ୟକ୍ତ ହୋଇ ସେ ହରଦାସପୁର ପୋଲିସ ଷ୍ଟେସନ୍‌ର ବିଦ୍ୟୁତ୍‌ ସଂଯୋଗ କାଟିଦେଇଥିବା ଜଣାପଡ଼ିଛି । ଘଟଣାଟି ଶନିବାର ଘଟିଥିଲା । ସିରୌଲି ଥାନା କ୍ଷେତ୍ରର ହରଦାସପୁର ପୁଲିସ ଷ୍ଟେସନ୍‌ର ଭାରପ୍ରାପ୍ତ ଅଧିକାରୀ ଇନ୍‌ସପେକ୍ଟର ମୋଦି ସିଂହ ଯାନବାହନ ଯାଞ୍ଚ କରୁଥିଲେ । ଏହି ସମୟରେ ସେ ବରସେର […]

ଅପରାଧ ରାଜ୍ୟ

ଜମିଜମା ବିବାଦରୁ ଦିବ୍ୟାଙ୍ଗ ଯୁବକଙ୍କୁ ଆକ୍ରମଣ, ମାଡ ମାରିବା ସହ ଗୋଡ ଭାଙ୍ଗିଦେଲେ ଦୁର୍ବୃତ୍ତ

ବାଲିପାଟଣା ୧୩।୬: ଜମିଜମା ବିବାଦକୁ ନେଇ ଜଣେ ଦିବ୍ୟାଙ୍ଗଙ୍କୁ ଅମାନୁଷିକ ଭାବେ ଆକ୍ରମଣ । କିଛି ଦୁର୍ବୃତ୍ତ ଲୁହା ରଡ୍, ଶାବଳ ଏବଂ ମାରଣାସ୍ତ୍ରରେ ମାଡ ମାରି ଲହୁଲୁହାଣ କରି ଦେଇଛନ୍ତି । ଦୁର୍ବୃତ୍ତଙ୍କ ମାଡରେ ଦିବ୍ୟାଙ୍ଗଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଗୋଡ ଭାଙ୍ଗିଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମରେ । ସୂଚନାଯୋଗ୍ୟ ଯେ, ଭାପୁର ଗ୍ରାମର ରବି ନାରାୟଣ ପଣ୍ଡା […]

ଅପରାଧ ରାଜ୍ୟ

ବରଗଛରେ ଝୁଲୁଛି ଦୁର୍ଯ୍ୟୋଧନଙ୍କ ମୃତଦେହ, ପାରିବାରିକ କଳହ ଲାଗି ଆତ୍ମହତ୍ୟା !

ପାଟଣା ୧୩।୦୬ : ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଷୁଳି ପଞ୍ଚାୟତ ଭୁଲୁଦା ଗାଁର ଭାଲୁପାହାଡିସାହିରୁ ଠାବ ହୋଇଛି ମୃତଦେହ । ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ମୃତକ ଦୁର୍ଯୋଧନ ନାଏକ ନିଜ ବାଡି ପଛ ପଟେ ଥିବା ଏକ ବିରାଟ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ, କିଛି ଦିନ ପୂର୍ବେ କରୋନାରେ ହୋଇଥିଲେ ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି । କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ସୋନିଆ । ସୂଚନା ଅନୁସାରେ, ରବିବାର ସକାଳେ ତାଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସୁର୍ଜେୱାଲା କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରୀ ଟିମଙ୍କ ନିରୀକ୍ଷଣରେ ତାଙ୍କୁ ହସ୍ପିଟାଲରେ ରଖାଯିବ। ଉଲ୍ଲେଖଯୋଗ୍ୟ ଯେ, ସୋନିଆ ଗାନ୍ଧୀ ଏବଂ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଡାକ୍ତରଖାନାରେ ଭର୍ତ୍ତି। ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ମୋହାଲୀ ଥିବା ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଫେବ୍ରୁଆରୀ ମାସରେ ବି ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଫର୍ଟିସ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ତାଙ୍କ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ସିରୋମଣି ଅକାଳୀ ଦେଳ ନେତା ପ୍ରକାଶ ସିଂହ ବାଦଲଙ୍କର ବର୍ତ୍ତମାନ ୯୪ ବର୍ଷ। ଜାନୁଆରୀ ମାସରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ […]

ଅପରାଧ ରାଜ୍ୟ

ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ଭାଲୁ, ଯୁବକ ଗୁରୁତର

ନୀଳଗିରି,୧୨/୦୬: ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ଭାଲୁ । ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ। ସୂଚନାନୁସାରେ, ରବିବାର ସକାଳେ ଆରବନ୍ଦ ପଞ୍ଚାୟତ ଡ଼ାହିସାହି ଅଞ୍ଚଳର ଶୁକୁରା ଝାମ୍ପଙ୍କ ପୁଅ ରାଜୁ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁଟି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା। ରାଜୁଙ୍କ ପେଟର,ହାତରେ ଗଭୀର କ୍ଷତ ଲାଗିଥିଲା । ତେବେ ତାଙ୍କୁ ଉଦ୍ଧାର କରାଯାଇ […]

ଅପରାଧ ରାଜ୍ୟ

ଲାଲ୍ ବାହିନୀ କ୍ୟାମ୍ପରେ ଚଢଉ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ,୧୨/୦୬: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି l ଜବତ ସାମଗ୍ରୀ ମଧ୍ୟରେ ମେଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଇନଶlସ ମେଗାଜିନ, ଚଷମା, ଆଦି ଜିନିଷ ପତ୍ର ରହିଛି […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱରରେ ବିସିସିଆଇ ସଭାପତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର ୧୨।୦୬ : ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ । ଖବର ଅନୁଯାୟୀ, ରବିବାର ଦିନ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଉଭୟ ଦଳ ଆଉ କିଛି ସମୟ […]