ଅପରାଧ ରାଜ୍ୟ

ଉତ୍ତରା ଛକ ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, କିଙ୍ଗପିନ୍ ସମେତ ୪ ଗିରଫ

ପୁରୀ ୧୮।୬: ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍‌କୁ ମଧ୍ୟ ପୋଲିସ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତରା ଛକ ନିକଟରେ ପିପିଲି ପୋଲିସ ଚଢାଉ କରି ୯୭୮ ଗ୍ରାମ୍ ବ୍ରାଉନସୁଗାର ଜବତ […]

ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର

ସାଲେପୁର ୧୭/୦୬: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗ୍ରାମରୁ । ମାଛୁଆତି ଗ୍ରାମର ଅଜୟ କୁମାର ମଲ୍ଲିକ, ସନ୍ତୁ ରାଓ , ଶାଙ୍କି ନାୟକ ଓ ରିଣ୍ଟୁ ମଲ୍ଲିକ ମିଶି ସଂଘବଧଭାବେ କରିଥିଲେ ଆକ୍ରମଣ । ଆକ୍ରମଣରେ ମାଛୁଆତି ଗ୍ରାମର ରାକେଶ ସ୍ୱାଇଁ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ରାକେଶଙ୍କ […]

ଅପରାଧ ରାଜ୍ୟ

ମିଳିଲାନି ନ୍ୟାୟ, ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମାଆ

କେନ୍ଦୁଝର ୧୭/୦୬: ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନା ବାଳିକା ନିଖୋଜ ହେବା ଘଟଣା ପରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନାରୁ କୌଣସି ସୁଫଳ ନ ପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇଥିଲେ । ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନପାଇବାରୁ ହତାସ ହୋଇ ମା ଆଜି ବାଧ୍ୟ […]

ଅପରାଧ ଦେଶ ବିଦେଶ

ଲିଭୁନି ଅଗ୍ନିପଥ ନିଆଁ : ବିଭିନ୍ନ ସ୍ଥାନରେ ଟ୍ରେନ୍ ଜାଳିଲେ ବିକ୍ଷୋଭକାରୀ, ବସ୍ ଉପରେ ବି ପଥର ମାଡ

ନୂଆଦିଲ୍ଲୀ, ୧୭।୦୬ : ଜଳୁଛି ବିହାର । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାରେ ଭାରତୀୟ ସେନାରେ ନୂତନ ନିଯୁକ୍ତି ଯୋଜନାକୁ ନେଇ ବିହାରରେ ହିଂସା । କେବଳ ବିହାର ନୁହେଁ, ପଡୋଶୀ ରାଜ୍ୟକୁ ମଧ୍ୟ ବ୍ୟାପିଛି ଅଗ୍ନିବୀର ନିଆଁ । ବିକ୍ଷୋଭକାରୀମାନେ ଜମ୍ମୁ ତାୱି ଗୁଆହାଟି ଏକ୍ସପ୍ରେସର କିଛି ବଗିରେ ନିଆଁ ଲଗାଇ ଦେଇଛନ୍ତି। ଏହାସହ ବାରଣାସୀରେ ବସ ଉପରେ ମଧ୍ୟ ପଥରମାଡ କରିଛନ୍ତି । ରିପୋର୍ଟ ଅନୁସାରେ, ବିକ୍ଷୋଭକାରୀମାନେ ଟ୍ରେନର ଦୁଇଟି ବଗି ନିଆଁ ଲଗାଇ […]

ଅପରାଧ ରାଜ୍ୟ

ଅଗ୍ନିକାଣ୍ଡରେ ଜଳିଗଲା ଘର, ଆସବାବପତ୍ର ପୋଡି ପାଉଁଶ

ସାଲେପୁର, ୧୭।୦୬ : ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ଘର । ଗୁରୁବାର ବିଳମ୍ବିତ ରାତିରେ ସାଲେପୁର ବ୍ଲକ ସିଢ଼ୋ ପଞ୍ଚାୟତ କାଳିଦହି ଗ୍ରାମର ଅଗ୍ନିକାଣ୍ଡ ଘଟିଛି। ଗୋପୀନାଥ ପୃଷ୍ଟିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ ପୋଡ଼ି ଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଏହି ଅଘଟଣରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ପରେ ଗ୍ରାମବାସୀ ମାନେ ସାଲେପୁର ଅଗ୍ନିଶମ ବିଭାଗକୁ […]

ଅପରାଧ ରାଜ୍ୟ

ପାରିବାରିକ ଅଶାନ୍ତିର କରୁଣ ପରିଣତି, ଜୀବନ ହାରିଦେଲେ ଯୁବକ

ବୋରିଗୁମ୍ମା ୧୭/୦୬: ବୋରିଗୁମ୍ମା ସ୍ଥିତ ମିଲସାହିରେ ଆଜି ସକାଳୁ ଏକ ଯୁବକର ଝୁଲନ୍ତା ମୃତେଦହ ଦେଖିବାକୁ ମିଳିଛି । ସକାଳୁ କିଛି ଲୋକେ ପ୍ରଥମେ ଯୁବକର ଝୁଲନ୍ତା ମୃତଦେହକୁ ଦେଖିଥିଲେ । ଛତୁଆ ଗୋଦାମ ନିକଟରେ ଥିବା ଏକ ଗଛରେ ଯୁବକର ମୃତଦେହଟି ଝୁଲୁଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକେ ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ନେତ୍ରା ନନ୍ଦ […]

ଅପରାଧ ରାଜ୍ୟ

ଅଲୋଡା ହେଲା ନବଜାତକ, ଅଳିଆ ଗଦାରୁ ଉଦ୍ଧାର ହେଲା ଶିଶୁ ପୁତ୍ର

ସାନଖେମୁଣ୍ଡି ୧୭/୦୬: ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବଡଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ବାଡ଼ିପଟ ଅଳିଆଗଦାରୁ । ଆଜି ଅସକାଳୁ ଏହି ଅଳିଆ ଗଦାରେ ନବଜାତ ଶିଶୁପୁତ୍ର ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ l ଶିଶୁପୁତ୍ରଟିକୁ ସେଠାରୁ ଉଦ୍ଧାର କରି ଧରାକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରାଯାଇଥିଲା । ଡାକ୍ତର ପ୍ରାଥମିକ […]

ଅପରାଧ ରାଜ୍ୟ

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହ ରଖି ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ

କୋରାପୁଟ ୧୭/୦୬: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରୋଗୀ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଅଶାନ୍ତି । ମେଡିକାଲ ସମ୍ମୁଖରେ ମୃତ ଦେହ ରଖି ବିକ୍ଷୋଭ କରିଛନ୍ତି ସମ୍ପର୍କୀୟ । ମେଡିକାଲ ପ୍ରବେଶ ମୁଖ୍ୟ ଫାଟକରେ ଦିର୍ଘ ଘଣ୍ଟା ଧରି ଶବ ରଖି ପରିବାର ପକ୍ଷରୁ ମହାପ୍ରୟାଣ ଗାଡ଼ି ପାଇଁ ଦାବି କରିଆସୁଥିଲେ ସୁଦ୍ଧା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବା ନିନ୍ଦା ବିଷୟ କହିଛନ୍ତି ସମ୍ପର୍କୀୟ । ନିହାତି ଗରିବ […]

ଅପରାଧ ରାଜ୍ୟ

ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଧକ୍କା ଦେଲା ପାର୍ସଲ ବୋଝେଇ ଟ୍ରକ, ଜଣେ ମୃତ ଓ ଜଣେ ଗୁରୁତର

ବାରିପଦା ୧୭/୦୬: ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ଏମ.ଡି.ଆର. ୭୦ ରାଜ୍ୟ ରାଜପଥର ବରଜୁ ଗ୍ୟାରେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜନୈକ ୧୫ବର୍ଷୀୟ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ୧୬ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଏହି ବୈଶିଙ୍ଗା ଥାନା ଅଧୀନ ଦଲଦଲି ଗ୍ରାମର ମଦନ ସିଂର ପୁଅ ନାଥ ସିଂ । ସୂଚନା ମୁତାବକ ଦଲଦଲି ଗ୍ରାମର ନାଥ ସିଂ ଏବଂ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଷ୍ଟ୍ରେଲିଆ ଟିମ୍‌ର ପିଛା ଛାଡୁନି ଆହତ ସମସ୍ୟା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରୁ ଦୁଇ ଖେଳାଳି ବାଦ୍

ନୂଆଦିଲ୍ଲୀ, ୧୬/୦୬: ଅଷ୍ଟ୍ରେଲିଆ ଷ୍ଟାର୍ ବ୍ୟାଟସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ଦମଦାର ପାଳିରେ ଶ୍ରୀଲଙ୍କାକୁ ପ୍ରଥମ ଦିନିକିଆରେ ମାତ୍ ଦେଇଛି । ଦ୍ୱିତୀୟ ଦିନିକିଆ ଗୁରୁବାର ଖେଳାଯିବ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର୍ ଖେଳାଳି ମାର୍କସ୍ ଷ୍ଟୋଇନସ ଆହତଜନିତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଏହାସହ ସ୍ପିନର୍ ଆଷ୍ଟନ୍ ଏଗର ମଧ୍ୟ ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ । ସେ ପ୍ରଥମ ଦିନିକିଆରେ ୩୧ ବଲରୁ ୪୪ ରନ୍ […]