କଟକ ଜିଲ୍ଲାପାଳଙ୍କ ନାଁରେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ; ସାଇବର ଥାନାରେ ଏତଲା ଦେଲେ ଜିଲ୍ଲାପାଳ
କଟକ ୨୬/୦୬ : କଟକ ଜିଲ୍ଲାପାଳଙ୍କ ନାଁରେ ଏହି ୭୬୯୬୯୧୮୧୫୧ ନମ୍ବର ଜରିଆରେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ ତିଆରି କରି ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। କେହି ଜଣେ ବ୍ୟକ୍ତି ପ୍ରତାରଣା ପୂର୍ବକ ଏଭଳି କାମ କରୁଥିବା ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଛି। ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭବାନୀ ଶଙ୍କର ଚୟନୀ ସାଇବର ଥାନାରେ ଏତଲା ଦାୟର କରିଛନ୍ତି। ଏହା ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]