ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଦୁର୍ବୃତ୍ତ, ସଂସ୍ପର୍ଶରେ ଆସି ଭାଲୁ ମୃତ
ବୌଦ୍ଧ ୪।୭: ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲୀ ଜନ୍ତୁ ଶିକାର ବଢ଼ିବାରେ ଲାଗିଲାଣି । ଶିକାରୀଙ୍କ ହାତରେ କେତେବେଳେ ହାତୀ ମରୁଛି ତ ଆଉ କେତେବେଳେ ବାରହା । ସୋମବାର ଶିକାରୀଙ୍କ ହାତରେ ପୁଣି ଗୋଟିଏ ଜଙ୍ଗଲୀ ଭାଲୁର ଜୀବନ ଯାଇଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ବାରହା ମାରିବାକୁ ଦୁର୍ବୃତ୍ତମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁଟିର ମୃତ୍ୟୁ ହୋଇଥିବା […]