ଫେରିଲା ଜାଡ଼, ଜି. ଉଦୟଗିରି ସବୁଠୁ ଥଣ୍ଡା
ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଛି। ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି। ସେହିଭଳି କିରେଇରେ ୮ଡିଗ୍ରି ଓ ଝାରସୁଗୁଡ଼ାରେ ୯.୨ ଡିଗ୍ରି ରେକର୍ଡ ହୋଇଥିବା ଜଣାଯାଇଛି। ଦ୍ବୈତନଗରୀରେ ମଧ୍ୟ ରାତି ତାପମାତ୍ରା ୧୩ ଡିଗ୍ରିକୁ ଖସିଛି। କଟକରେ ୧୩.୪ଡିଗ୍ରି ଓ ଭୁବନେଶ୍ବରରେ ୧୩.୬ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବ। ସାରା ଓଡ଼ିଶା ଶୀତରେ ଥରିବ ବୋଲି ଅଞ୍ଚଳିକ […]









