ପଶ୍ଚିମବଙ୍ଗ: ଥାନା ଜାଳିଦେବାକୁ ବିଜେପି ବିଧାୟକଙ୍କ ଧମକ
କୋଲକାତା : ପଶ୍ଚିମବଙ୍ଗ ବିଜେପି ବିଧାୟକ ସ୍ବପନ ମଜୁମଦାର ଶନିବାର ବନଗାଓଁ ଦକ୍ଷିଣ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଏକ ଥାନାକୁ ଜାଳି ଦେବା ପାଇଁ ଧମକ ଦେଇଛନ୍ତି। ବିଧାୟକଙ୍କ ଏଭଳି ବୟାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗର ଅଞ୍ଚଳରେ ଏକ ରାଲିରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମଜୁମଦାର କହିଥିଲେ ଯେ ସ୍ଥାନୀୟ ଥାନାର ଇନ୍ସପେକ୍ଟର ଏବଂ ଅଫିସର୍-ଇନ୍-ଚାର୍ଜ ବିଜେପି କର୍ମୀମାନଙ୍କୁ ହଇରାଣ କରୁଛନ୍ତି। ଅଯଥାରେ ସେମାନଙ୍କୁ ଗିରଫ […]









