କାଳିଆ ପାଖକୁ ନେଇପାରିବେ ନାହିଁ ଭୋଗ, ଫୁଲ ଏବଂ ଦୀପ, ପ୍ରବେଶ ପାଇଁ ଟିକାକରଣ ପ୍ରମାଣପତ୍ର ଜରୁରୀ
ପୁରୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ କମ କରିବା ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ହେଲେ ମନ୍ଦିର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏନେଇ ଏସଓପି ଜାରି କରିଛନ୍ତି। -ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ ୧୬ରୁ ମନ୍ଦିର ଖୋଲିବାକୁ ଥିବା ବେଳେ […]