ସାମନାକୁ ଆସିଲା ପରିଣୀତିଙ୍କ ଦମଦାର ଲୁକ୍ : ତାଙ୍କ କାର୍ବନ୍ କପି ବୋଲି କହିଲେ ସାଇନା
ମୁମ୍ବାଇ ୬/୧୧: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ହେବ ସାଇନା ନେହଓ୍ବାଲଙ୍କ ବାୟୋପିକକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରି ଦିଆଯାଇଛି ଯାହାକୁ ସାଇନା ନେହଓ୍ବାଲ୍ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି। ସାଇନା ନିଜ ଟ୍ବିଟର ହ୍ୟାଣ୍ଡଲରେ ଫିଲ୍ମରେ ପରିଣୀତିଙ୍କ ପ୍ରଥମ ଲୁକ୍ ଜାରି କରିଛନ୍ତି ଯେଉଁଥିରେ ସେ ଖେଳାଳୀ ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋରେ ପରିଣୀତି ଟିକେ ଟିକେ […]