ଅଯୋଧ୍ୟା ରାମଲୀଳା ରଚିଲା ନୂଆ ଇତିହାସ, ୧୦ କୋଟି ଟପିଲା ଦର୍ଶକଙ୍କ ସଂଖ୍ୟା
ଅଯୋଧ୍ୟା ୨୫/୧୦: ଅଯୋଧ୍ୟାର ଐତିହାସିକ ରାମଲୀଳା ଏକ ନୂଆ ଇତିହାସ ରଚିଛି। ବିଭିନ୍ନ ମାଧ୍ୟମରେ ଏହାର ପ୍ରସାରଣ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ଦଶ କୋଟି ଟପିଛି। ନଅ ଦିନିଆ ରାମଲୀଳା ପ୍ରସାରଣ ଲକ୍ଷ୍ମଣ ଦୁର୍ଗରୁ କରାଯାଉଛି। ଆୟୋଜକକର୍ତାମାନେ ଏ ସଂଖ୍ୟାକୁ ଦେଖି ରାମଲୀଳା ସମାପ୍ତ ହେବା ପର୍ଯ୍ୟନ୍ତ ଦର୍ଶକଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବା ଆଶା ରଖିଛନ୍ତି। ରାମଲୀଳାରେ ବହୁ ବଡ଼ ବଡ଼ ସିନେ କଳାକାର ଅଭିନୟ କରୁଛନ୍ତି। ଅଯୋଧ୍ୟାର ଐତିହାସିକ ରାମଲୀଳାକୁ ଉର୍ଦୁ ସମେତ ୧୪ ଭାଷାରେ […]