ରାଜନୀତି ରାଜ୍ୟ

ରାଜ୍ୟର ଭୋଟରଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ମତଦାନ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ଭୋଟରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ ସଂଖ୍ୟାରେ ମତଦାନ କରି ବିକାଶରେ ସହଭାଗୀ ସାଜିବା।

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ପୁଣି ୩ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । […]